ସୋଲାର ସିଷ୍ଟମ ନଳକୂପ ଅଚଳ

ଝୁମ୍ପୁରା, ୨।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ପାହାଡ଼ିଆ ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଗଭୀର ନଳକୂପ କରି ସୋଲାର ସିଷ୍ଟମ ଜରିଆରେ ପାଣି ଉଠାଯାଇ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ସୋଲାର ସିଷ୍ଟମ ଅଚଳ ହେବାରୁ ଲୋକେ ପାଣି ପାଉନାହାନ୍ତି। ୨ବର୍ଷ ହେଲା ଏହି ଯୋଜନା ମାଧ୍ୟମରେ ଝୁମ୍ପୁରା ବ୍ଲକର ପାହାଡିଆ ଅଞ୍ଚଳ ମଲଦା, ନୟାଗଡ, ବସନ୍ତପୁର, କୁଟୁଗାଁ, ନିଶ୍ଚିନ୍ତପୁର ପଞ୍ଚାୟତର ବହୁ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ସୋଲାର ସିଷ୍ଟମ ନଳକୂପ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ସୂଚନା ଅନୁଯାୟୀ ଏହି ସବୁ ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ ଗଭୀର ନଳକୂପ କରାଯାଇ ସୋଲାର ସିଷ୍ଟମ କରାଯାଇଛି। ପ୍ରତି ସୋଲାର ସିଷ୍ଟମ ନଳକୂପ ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି ।
ଏକ କମ୍ପାନୀ ଟେଣ୍ଡର ଜରିଆରେ ସୋଲାର ସିଷ୍ଟମ ନଳକୂପ କାମ କରିଥିବା ବେଳେ ୨ବର୍ଷ ତଳର ଯୋଜନା ଏବେ ମଧ୍ୟ ମଲଦା ପଞ୍ଚାୟତରେ ଅଧାପନ୍ତରିଆ ହୋଇ ପଡିରହିଥିବା ଅଭିଯୋଗ ହୋଇଛି। ଉକ୍ତ ସୋଲାର ସିଷ୍ଟମ ଖରାପ ହେଲେ କେହି ଶୁଣିବାକୁ ନାହାନ୍ତି ବୋଲି ଗାଁ ଲୋକେ କହିଛନ୍ତି। ୫/୬ଟି ସୋଲାର ସିଷ୍ଟମ ଖରାପ ନ ହେଲା ପର୍ଯ୍ୟନ୍ତ କମ୍ପାନୀ ଲୋକ ସଜାଡିବା ପାଇଁ ଆସନ୍ତି ନାହିଁ ବୋଲି କହିଛନ୍ତି। ପାହାଡ ମୁଲକର ଲୋକେ ବାଧ୍ୟ ହୋଇ ପୁଣି ସେହି ଚୁଆପାଣିକୁ ବ୍ୟବହାର କରନ୍ତି। ସେହିପରି କୁଟୁଗାଁ ପଞ୍ଚାୟତର ବ୍ରାହ୍ମଣୀଝରୀ ଗାଁରେ ୧ମାସ ହେଲା ୨ଟି ସୋଲାର ସିଷ୍ଟମ ନଳକୂପ ଖରାପ ହୋଇଥିବା ଯୋଗୁ ଗ୍ରାମବାସୀ ପାନୀୟଜଳ ପାଇଁ ହଇରାଣ ହେଉଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ଶୁଭସ୍ମିତା ଖମାରୀ କହିଛନ୍ତି ଯେ, ମୁଁ ଜିଲା ବିଭାଗୀୟ କାର୍ଯ୍ୟାଳୟକୁ ଜଣାଇ ଦେଇଛି। ତେବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କେନ୍ଦୁଝରସ୍ଥିତ ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାହୁଙ୍କୁ ପଚାରିବାରୁ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ କମ୍ପାନୀର ଟେକ୍ନିକାଲ ଲୋକଙ୍କୁ ଜଣାଇଦିଆ ଯାଇଛି। ଖରାପ ଥିବା ସୋଲାର ସିଷ୍ଟମ ନଳକୂପଗୁଡିକର ତୁରନ୍ତ ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୈଳବୀଜ ଶସ୍ୟ ଚାଷ କରିବାକୁ ଯୁବଚାଷୀଙ୍କୁ ଆହ୍ବାନ ଦେଲେ ସମୀର

ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର…

ରାତି ୧୦ଟା ପର୍ଯ୍ୟନ୍ତ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ଦାବି: ଡ୍ରଗ ଇନ୍ସପେକ୍ଟରଙ୍କ ଦୃଷ୍ଟି ପଡୁ

ଲାଠୋର, ୧୯।୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ମେଡ଼ିକାଲ ଷ୍ଟୋରଗୁଡ଼ିକ ସନ୍ଧ୍ୟା ୭ଟା ପରେ ବନ୍ଦ ରହୁଛି। ସାଧାରଣ ଲୋକ ମେଡ଼ିସିନ ପାଇଁ…

ଫଳ ତୋଳିବାକୁ ବଗିଚାକୁ ଯାଇଥିଲେ ଧରଣୀଧର: ମାଡ଼ିଆସିଲା ଦନ୍ତା ହାତୀ, ଆଉ ତା’ପରେ…

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓସ୍ତପଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର…

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ।…

ଧ୍ରୁବଙ୍କୁ ଅପହରଣ କରିନେଇଥିଲେ ଦାଦନ ସର୍ଦ୍ଦାର: ମାସେ ପରେ ଘଟିଲା…

ନୂଆପଡ଼ା,୧୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ଥାନା ତୁକଲା ଗଁାର ଧ୍ରୁବ ଚରଣ ଶବର(୬୫) ଅପହରଣର ମାସେ ପରେ ଆନ୍ଧ୍ରରୁ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା…

ଘର ଉପରେ ଝୁଲୁଛି ବିପଦ:ଭୟରେ ଦିନକାଟୁଛନ୍ତି ୨ ପରିବାର

ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri