ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ିଯାଇଛି। ସେଥିମଧ୍ୟରୁ ଗୋଟିଏ ଟେଣ୍ଟରେ ଶନିବାର ରାତ୍ରିଯାପନ କରିଥିବା ଆଇପିଏସ୍‌ ଅଫିସର ଦମ୍ପତି ନିଶ୍ଚିତ ବିପଦରୁ ବର୍ତ୍ତିଯାଇଛନ୍ତି। ସେମାନେ ହେଲେ ଓଡ଼ିଶା ପରିବହନ ବିଭାଗ କମିଶନର ସଞ୍ଜୀବ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ତଥା ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା। ୨ ମାସ ପୂର୍ବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିପୁଟ ମହାନଦୀ କୂଳରେ ଏହି ୩ ବିଳାସପୂର୍ଣ୍ଣ ଏବଂ ୨୪ ସାଧାରଣ ଟେଣ୍ଟ ନିର୍ମାଣ କରାଯାଇଥିଲା। ରବିବାର ଭୋର ସମୟରେ ହଠାତ୍‌ ୨ ବିଳାସପୂର୍ଣ୍ଣ ଟେଣ୍ଟରେ ନିଅଁା ଲାଗି ୩ୟ ଟେଣ୍ଟ ଆଡ଼କୁ ମାଡ଼ିଯାଇଥିଲା। ନିଅଁା ଲାଗିଥିବା ଜାଣିପାରି ସଞ୍ଜୀବ ଏବଂ ସନ୍ତୋଷ ସଙ୍ଗେସଙ୍ଗେ ବାହାରକୁ ଚାଲିଆସିଥିଲେ। ଇକୋ ରିଟ୍ରିଟ୍‌ କର୍ମଚାରୀ ଓ ସୁରକ୍ଷା କର୍ମୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଖବରପାଇ ନରସିଂହପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ୩ ଟେଣ୍ଟରେ ଥିବା ଦାମୀ ଉପକରଣ ସମେତ ସଞ୍ଜୀବ ଏବଂ ସନ୍ତୋଷଙ୍କ ପୋଷାକ, ନିତ୍ୟ ବ୍ୟବହୃତ ସାମଗ୍ରୀ ପୋଡ଼ି ଯାଇଥିଲା। ନରସିଂହପୁର ତହସିଲଦାର ଆଲୋକ ରଞ୍ଜନ ଦେହୁରୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ଅଗ୍ନିକାଣ୍ଡ ସମୟରେ ୧୪ ଟେଣ୍ଟରେ ୪୦ ପର୍ଯ୍ୟଟକ ଥିବା ଜଣାପଡ଼ିଛି। ଠିକାସଂସ୍ଥା ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ ବୋଲି ତହସିଲଦାର ଦେହୁରୀ କହିଛନ୍ତି। ଏହି ଘଟଣାପରେ ଉଭୟ ଆଇପିଏସ୍‌ ଅଧିକାରୀ ଭୁବନେଶ୍ୱର ଫେରି ଆସିଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଆଇପିଏସ୍‌ ଅଫିସର ସଞ୍ଜୀବ କହିଛନ୍ତି ଯେ, ‘ଭଗବାନଙ୍କ ଆଶୀର୍ବାଦରୁ ମୁଁ ଏବଂ ସନ୍ତୋଷ ସୁରକ୍ଷିତ ଭାବେ ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛୁ। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ସକାଳ ପ୍ରାୟ ୫ଟାରେ ଇକୋ ରିଟ୍ରିଟ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ବାହାରେ ପାଟିତୁଣ୍ଡ ଶୁଣି ଆମେ ବାହାରକୁ ବାହାରି ଆସିଥିଲୁ। ଏହା ପରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲୁ। ଶେଷରେ ଅନ୍ୟ ଟେଣ୍ଟରେ ଥିବା ଲୋକଙ୍କୁ ବାହାରକୁ କାଢ଼ିବାରେ ସାହାଯ୍ୟ କରିଥିଲୁ। ୩ଟି ଟେଣ୍ଟ ଜଳିଯାଇଥିବାବେଳେ କେହି ଆହତ ହୋଇନାହାନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri