ପୋତାହେଲା ଅପମିଶ୍ରିତ ସାମଗ୍ରୀ

ଚୌଦ୍ୱାର,୧।୩(ଡି.ଏନ.ଏ.): ଟକ ସହର ସମେତ ଏହାର ଉପକଣ୍ଠରେ ଗତ କିଛି ମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ସେଠାରୁ ଘିଅ, ତେଲ, ମସଲାଗୁଣ୍ଡ, ଚା, ନକଲି ଜର୍ଦ୍ଦା, ହଳଦୀଗୁଣ୍ଡ ଜବତ କରାଯାଇଛି। ଏହି ସାମଗ୍ରୀ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଛି। ପରବର୍ତ୍ତୀ ସମୟରେ ଏହା ଅପମିଶ୍ରିତ ବୋଲି ଜଣାପଡିବା ପରେ ଜନଅସନ୍ତୋଷ ଦେଖାଦେଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କାରଖାନାରେ ଚଢାଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରାଯାଉଛି। ଏହାକୁ ପରୀକ୍ଷା ପାଇଁ ପଠାଯାଉଛି। ପରବର୍ତ୍ତୀ ସମୟରେ ଏହା ଖାଦ୍ୟ ଅନୁପଯୋଗୀ ବୋଲି ଜଣାପଡିବାରୁ ତାହାକୁ ନଷ୍ଟ କରି ପୋତି ଦିଆଯାଉଛି। ଏହି କ୍ରମରେ ଚୌଦ୍ୱାର ପୌରପାଳିକା ୯ନଂ. ୱାର୍ଡ ବାଳିକା ଉଚ୍ଚବିଦ୍ୟାଳୟ ନିକଟ ଏକ କାରଖାନାରୁ ଜବତ ହୋଇଥିବା ଅପମିଶ୍ରିତ ଘିଅ ଓ ସସ୍‌କୁ ରବିବାର ପୋଲିସ ନଷ୍ଟ କରିଛି। ନଷ୍ଟ ସାମଗ୍ରୀ ମଧ୍ୟରେ ରହିଛି ୪୦ ପେଟି ଟମାଟୋ ଓ ଚିଲି ସସ୍‌ ଏବଂ ଭିନେଗାର, ୨୦ ପେଟି ଅପମିଶ୍ରିତ ଘିଅଡବା ଓ ୧୦ ଟିଣ ଅପମିଶ୍ରିତ ଘିଅ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ ଅପମିଶ୍ରିତ ଘିଅ, ସସ୍‌ ବୋତଲ ଓ ସାମଗ୍ରୀ ପ୍ରସ୍ତୁତ ପାଇଁ ରହିଥିବା କଞ୍ଚାମାଲଗୁଡିକୁ ଚୌଦ୍ୱାରସ୍ଥିତ ବଧୀ ପଡିଆ ନିକଟରେ ଗାତ ଖୋଳି ପୋତି ଦିଆଯାଇଛି। ଏହି ସମୟରେ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି, ଏସ୍‌ଆଇ ବୃନ୍ଦାବନ ସାହୁଙ୍କ ସହ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ନଷ୍ଟ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଚୌଦ୍ୱାର ଥାନା ଆଇଆଇସି ପତି କହିଛନ୍ତି।
ଗତ ସେପ୍ଟେମ୍ବର ୧୪ ତାରିଖରେ ଉକ୍ତ କାରଖାନାରେ କଟକ କମିଶନରେଟ ପୋଲିସ ଓ ଚୌଦ୍ୱାର ପୋଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ଘିଅ ଓ ସସ୍‌ ଜବତ କରିଥିଲା। ଏହି ଘଟଣାରେ କାରଖାନା ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କାରଖାନାକୁ ସିଲ୍‌ କରିବା ସହ ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ପଠାଇଥିଲା। ପରେ ଏହି ସାମଗ୍ରୀ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଜଣାପଡିବାରୁ ତାହାକୁ ପୋତାଗଲା ବୋଲିି ଏସିପି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri