ସାନଭାଇକୁ ହତ୍ୟା କରି ଦୁଇ ବଡ଼ ଭାଇ ପୋଡ଼ି ଦେଇଥିବା ଅଭିଯୋଗ

ବୌଦ୍ଧ,୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଗୋଛାପଡ଼ା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରେ ରବିବାର ରାତିରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି।  ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଏକ ବିଲରେ କିରୋସିନ ଢାଳି ପୋଡ଼ି ଦେଇଥିବା ସାନ ଭାଇ ସ୍ତ୍ରୀ ସଙ୍ଗୀତା ଜାନୀ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମର ସନ୍ତୋଷ ଜାନୀ (୩୨)ବଡ଼ ଭାଇ ସାର୍ତିକ ଜାନୀ (୪୦ ) ଓ ମଝିଆ ଭାଇ ପ୍ରଶାନ୍ତ ଜାନୀ (୩୬)ଙ୍କ ମଧ୍ୟରେ ରବିବାର ସାରେ ଗଣ୍ଡଗୋଳ ଓ ବଚସା ହୋଇଥିଲା। ଉଭୟ ବଡ଼ ଭାଇ ଓ ମଝିଆ ଭାଇ ମିଶି ସାନଭାଇ ସନ୍ତୋଷକୁ ହତ୍ୟା କରିଥିବା ବେଳେ ସନ୍ତୋଷଙ୍କ ମୃତଦେହକୁ ଘର ସାମ୍ନାରେ ଥିବା ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ସଙ୍ଗୀତା ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ମୃତଦେହ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି l ା ସାର୍ତିକ ଓ ପ୍ରଶାନ୍ତ ଫେରାର ଥିବା ବେଳେ ୨୬/୨୧ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ଗାଁ ସାଥୀ, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବଙ୍କୁ ହଟାଇବା ଲାଗି ଦାବି

କେନ୍ଦୁଝର,୩୦ା୯(ସ୍ବ.ପ୍ର.): ରାଜ୍ୟପାଳଙ୍କୁ ବେଖାତିର କରି ଗାଁ ସାଥୀଙ୍କ ପାଇଁ ନକାରାତ୍ମକ ଚିଠି କରିଥିବା ପଞ୍ଚାୟତ ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ ଡି.କେ. ସିଂଙ୍କ ବିରୋଧରେ...

ପାଟଣା ବ୍ଲକର ପ୍ରଥମ କରୋନା ଆକ୍ରାନ୍ତ ୧୮ ବର୍ଷର ଯୁବକ

ପାଟଣା,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା...

ନୂଆପଡ଼ାରେ ବାଘ ଆତଙ୍କ

ତରବୋଡ,୭।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ଅଧୀନ ଭରୁଆମୁଣ୍ଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ପ୍ରତିଦିନ ଗାଁରେ ଘୂରି ବୁଲୁଛି ବାଘ । ଗାଁର ଗାଈ,...

ଗାଡ଼ି ଯାଞ୍ଚ ନାଁରେ ଚାନ୍ଦା ଆଦାୟ, ପୋଲିସ ଏଏସ୍‌ଆଇ ନିଲମ୍ବିତ

ବ୍ରହ୍ମପୁର ଅଫିସ, ୭।୯: ଟ୍ରାଫିକ ନିୟମ ଅନୁସାରେ ପୋଲିସ ଯାନବାହନଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଛି। ହେଲେ ଗାଡ଼ି ଯାଞ୍ଚ ନା’ରେ ଚାନ୍ଦା ଆଦାୟ କରିବା ଏବେ...

ପୁଣି ଗଞ୍ଜାମରେ ବଦଳିଲା ନିର୍ଦ୍ଦେଶନାମା: ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ ଜରୁରୀ ସାମଗ୍ରୀ ଦୋକାନ

ଛତ୍ରପୁର,୨୪।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ନିର୍ଦ୍ଦେଶନାମାକୁ ୧୨ଘଣ୍ଟା ପୂରି ନ ଥିବାବେଳେ ପୁଣି ନୂତନ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟର ନେହେଲା ଗ୍ରାମରେ ଭବାନୀପାଟଣା ସହର ପୁରୁଣାପଡ଼ାର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନି...

ଜ୍ୱାଇଁଙ୍କୁ ଶ୍ୱଶୁରଙ୍କ ଛୁରାମାଡ

ଦିଗପହଣ୍ଡି,୧୮ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜ୍ୱାଇଁଙ୍କୁ ଶ୍ବଶୁର ଛୁରାମାଡ କରିଛନ୍ତି। ଆହତ ଯୁବକ ଜଣକ...

୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ

ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର...

Advertisement

BGU

Archives

Model This Week

Why Dharitri