ଓଡ଼ିଶାରେ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌

ବଲାଙ୍ଗୀର ଅଫିସ, ୧।୩: ଓଡିଶାର ବିଭିନ୍ନ ସହରରେ ଏବେ ଆନ୍ତଃରାଜ୍ୟ ସେନ୍‌ସର ବ୍ଳକ୍‌ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌ ସକ୍ରିୟ ରହିଛନ୍ତି। ବଲାଙ୍ଗୀର ସହରର ବିଭିନ୍ନ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାବେଳେ ଆଦର୍ଶ ଟାଉନ୍‌ ଥାନା ପୋଲିସ ହାବୁଡରେ ଉତ୍ତରପ୍ରଦେଶ କାନପୁରର ଦୁଇ ଅଭିଯୁକ୍ତ ଧରାପଡିବା ପରେ ଏଡି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ରବିବାର ସନ୍ଧ୍ୟାରେ ଟାଉନ୍‌ ଥାନାରେ ଏହି ଏଟିଏମ୍‌ ଲୁଟେରାଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଟାଉନ୍‌ ଥାନା ପୋଲିସ କାନପୁରର ସତ୍ୟମ୍‌ ସିଂ ପରିହାର (୨୬) ଓ ଅଜୟ କୁମାର (୨୬)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧ ଲକ୍ଷ ୫୦ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କର ୨୦ଟି ଆଧାର କାର୍ଡ, ୨ଟି ମୋବାଇଲ ଫୋନ୍‌, ୨ଟି ଆଧାର କାର୍ଡ, ପାନକାର୍ଡ ଜବତ କରାଯାଇଛି।
ଏଟିଏମ୍‌ ପରିଚାଳନା କରୁଥିବା ଟ୍ରାଞ୍ଜେକସନ୍‌ ସଲ୍ୟୁସନ୍‌ ଇଣ୍ଟରନ୍ୟାଶନାଲ ସଂସ୍ଥାର ଜଣେ କର୍ମଚାରୀ ନିର୍ମଳ କୁମାର ସାମଲ ପୋଲିସକୁ ସୂଚନା ଦେଇଥିଲେ ଯେ, ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ବଲାଙ୍ଗୀର ସହରର ଠିକାଦାରପଡା, ଜଗନ୍ନାଥପଡା, ବରପାଲିପଡା, ରାଜେନ୍ଦ୍ର କଲେଜ ଛକ ଅଞ୍ଚଳରେ ଥିବା ବିଭିନ୍ନ ଏଟିଏମ୍‌ରୁ ଟଙ୍କା କାଢ଼ୁଛନ୍ତି। ସେହି ଏଟିଏମ୍‌ରୁ ଟଙ୍କା ବାହାରିବା ସତ୍ତ୍ୱେ ଟଙ୍କା ବାହାରି ନାହିଁ ବୋଲି ମ୍ୟାସେଜ୍‌ ଡେଲିଭର ହେଉଛି। ଦୁଇ ସନ୍ଦିଗ୍ଧଙ୍କ ଫଟୋ ସହ ଘଟଣା ସମ୍ପର୍କରେ ସଂସ୍ଥା ପକ୍ଷରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା (ନଂ.୧୪୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଦୁଇଜଣ ବଲାଙ୍ଗୀର ପାଟଣା ହୋଟେଲ ଛକ ନିକଟ ଏକ ଲଜ୍‌ରେ ରହି ଏଭଳି କାର୍ଯ୍ୟ କରୁଥିବା ଜଣାପଡିଥିଲା। ଗତ ୨୬ ତାରିଖ ଠିକାଦାରପଡାର ଏସବିଆଇ ଏଟିଏମ୍‌ଠାରୁ ଅଭିନବ ଉପାୟରେ ଟଙ୍କା କାଢ଼ୁଥିବାବେଳେ ଜଣେ ଲୁଟେରା ପୋଲିସ ହାବୁଡରେ ପଡିଥିଲେ। ଏହାପରେ ସମ୍ପୃକ୍ତ ହୋଟେଲରୁ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ଅଭିଯୁକ୍ତଙ୍କ ଜେରାବେଳେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ଏଟିଏମ୍‌ କାର୍ଡ ଜରିଆରେ ଟଙ୍କା କାଢ଼ିଲା ବେଳେ ଟଙ୍କା ବାହାରୁଥିବା ସ୍ଥାନରେ ସେନ୍‌ସର ବ୍ଳକ୍‌ କରିଦେଇ ଲୁଟେରାମାନେ ଟଙ୍କା କାଢ଼ି ନେଉଥିଲେ। ଫଳରେ ଟଙ୍କା ବାହାରିଯିବା ସତ୍ତ୍ୱେ ଏଟିଏମ୍‌ ତ୍ରୁଟି ଯୋଗୁଁ ଟଙ୍କା ବାହାରିନଥିବା ମ୍ୟାସେଜ୍‌ ଡେଲିଭରି ହେଉଥିଲା। ଏଭଳି ମ୍ୟାସେଜ୍‌ ଆଧାରରେ ଲୁଟେରାମାନେ ବ୍ୟାଙ୍କରେ ଟଙ୍କା ଦାବି କରୁଥିବାବେଳେ ସମାନ ଉପାୟରେ ଏଟିଏମ୍‌ରୁ ବାହାରିଥିବା ଟଙ୍କାକୁ ସହଜରେ ରିସାଇକ୍ଳିଂ କରୁଥିଲେ। ବଲାଙ୍ଗୀର ସହରରୁ ଏଭଳି ୨ଟି ଏଟିଏମ୍‌ ଲୁଟ୍‌ ଘଟଣା ସାମ୍ନାକୁ ଆସିଥିବାବେଳେ ଅଭିଯୁକ୍ତଙ୍କୁ ଜେରାରୁ ଓଡିଶାର ବିଭିନ୍ନ ସହରରେ ଏଭଳି ର଼୍ୟାକେଟ୍‌ ସକ୍ରିୟ ଥିବା ଏସ୍‌ଡିପିଓ ବାରିକ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri