ଓଡ଼ିଶାରେ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌

ବଲାଙ୍ଗୀର ଅଫିସ, ୧।୩: ଓଡିଶାର ବିଭିନ୍ନ ସହରରେ ଏବେ ଆନ୍ତଃରାଜ୍ୟ ସେନ୍‌ସର ବ୍ଳକ୍‌ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌ ସକ୍ରିୟ ରହିଛନ୍ତି। ବଲାଙ୍ଗୀର ସହରର ବିଭିନ୍ନ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାବେଳେ ଆଦର୍ଶ ଟାଉନ୍‌ ଥାନା ପୋଲିସ ହାବୁଡରେ ଉତ୍ତରପ୍ରଦେଶ କାନପୁରର ଦୁଇ ଅଭିଯୁକ୍ତ ଧରାପଡିବା ପରେ ଏଡି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ରବିବାର ସନ୍ଧ୍ୟାରେ ଟାଉନ୍‌ ଥାନାରେ ଏହି ଏଟିଏମ୍‌ ଲୁଟେରାଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଟାଉନ୍‌ ଥାନା ପୋଲିସ କାନପୁରର ସତ୍ୟମ୍‌ ସିଂ ପରିହାର (୨୬) ଓ ଅଜୟ କୁମାର (୨୬)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧ ଲକ୍ଷ ୫୦ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କର ୨୦ଟି ଆଧାର କାର୍ଡ, ୨ଟି ମୋବାଇଲ ଫୋନ୍‌, ୨ଟି ଆଧାର କାର୍ଡ, ପାନକାର୍ଡ ଜବତ କରାଯାଇଛି।
ଏଟିଏମ୍‌ ପରିଚାଳନା କରୁଥିବା ଟ୍ରାଞ୍ଜେକସନ୍‌ ସଲ୍ୟୁସନ୍‌ ଇଣ୍ଟରନ୍ୟାଶନାଲ ସଂସ୍ଥାର ଜଣେ କର୍ମଚାରୀ ନିର୍ମଳ କୁମାର ସାମଲ ପୋଲିସକୁ ସୂଚନା ଦେଇଥିଲେ ଯେ, ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ବଲାଙ୍ଗୀର ସହରର ଠିକାଦାରପଡା, ଜଗନ୍ନାଥପଡା, ବରପାଲିପଡା, ରାଜେନ୍ଦ୍ର କଲେଜ ଛକ ଅଞ୍ଚଳରେ ଥିବା ବିଭିନ୍ନ ଏଟିଏମ୍‌ରୁ ଟଙ୍କା କାଢ଼ୁଛନ୍ତି। ସେହି ଏଟିଏମ୍‌ରୁ ଟଙ୍କା ବାହାରିବା ସତ୍ତ୍ୱେ ଟଙ୍କା ବାହାରି ନାହିଁ ବୋଲି ମ୍ୟାସେଜ୍‌ ଡେଲିଭର ହେଉଛି। ଦୁଇ ସନ୍ଦିଗ୍ଧଙ୍କ ଫଟୋ ସହ ଘଟଣା ସମ୍ପର୍କରେ ସଂସ୍ଥା ପକ୍ଷରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା (ନଂ.୧୪୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଦୁଇଜଣ ବଲାଙ୍ଗୀର ପାଟଣା ହୋଟେଲ ଛକ ନିକଟ ଏକ ଲଜ୍‌ରେ ରହି ଏଭଳି କାର୍ଯ୍ୟ କରୁଥିବା ଜଣାପଡିଥିଲା। ଗତ ୨୬ ତାରିଖ ଠିକାଦାରପଡାର ଏସବିଆଇ ଏଟିଏମ୍‌ଠାରୁ ଅଭିନବ ଉପାୟରେ ଟଙ୍କା କାଢ଼ୁଥିବାବେଳେ ଜଣେ ଲୁଟେରା ପୋଲିସ ହାବୁଡରେ ପଡିଥିଲେ। ଏହାପରେ ସମ୍ପୃକ୍ତ ହୋଟେଲରୁ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ଅଭିଯୁକ୍ତଙ୍କ ଜେରାବେଳେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ଏଟିଏମ୍‌ କାର୍ଡ ଜରିଆରେ ଟଙ୍କା କାଢ଼ିଲା ବେଳେ ଟଙ୍କା ବାହାରୁଥିବା ସ୍ଥାନରେ ସେନ୍‌ସର ବ୍ଳକ୍‌ କରିଦେଇ ଲୁଟେରାମାନେ ଟଙ୍କା କାଢ଼ି ନେଉଥିଲେ। ଫଳରେ ଟଙ୍କା ବାହାରିଯିବା ସତ୍ତ୍ୱେ ଏଟିଏମ୍‌ ତ୍ରୁଟି ଯୋଗୁଁ ଟଙ୍କା ବାହାରିନଥିବା ମ୍ୟାସେଜ୍‌ ଡେଲିଭରି ହେଉଥିଲା। ଏଭଳି ମ୍ୟାସେଜ୍‌ ଆଧାରରେ ଲୁଟେରାମାନେ ବ୍ୟାଙ୍କରେ ଟଙ୍କା ଦାବି କରୁଥିବାବେଳେ ସମାନ ଉପାୟରେ ଏଟିଏମ୍‌ରୁ ବାହାରିଥିବା ଟଙ୍କାକୁ ସହଜରେ ରିସାଇକ୍ଳିଂ କରୁଥିଲେ। ବଲାଙ୍ଗୀର ସହରରୁ ଏଭଳି ୨ଟି ଏଟିଏମ୍‌ ଲୁଟ୍‌ ଘଟଣା ସାମ୍ନାକୁ ଆସିଥିବାବେଳେ ଅଭିଯୁକ୍ତଙ୍କୁ ଜେରାରୁ ଓଡିଶାର ବିଭିନ୍ନ ସହରରେ ଏଭଳି ର଼୍ୟାକେଟ୍‌ ସକ୍ରିୟ ଥିବା ଏସ୍‌ଡିପିଓ ବାରିକ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri