ପିଲା କମିଲେ, ଶିକ୍ଷକ ବଢ଼ିଲେ

ଯାଜପୁର ଅଫିସ,୧।୩: ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୫ ବର୍ଷ ମଧ୍ୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୮ ଲକ୍ଷ ୭ ହଜାର କମିଛି। ଏଥିରୁ ସରକାରୀ ସ୍କୁଲ ପ୍ରତି ଆଗ୍ରହ କମିବା ଓ ଡ୍ରପ୍‌ଆଉଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ମୁଖ୍ୟ କାରଣ ବୋଲି କୁହାଯାଇଛି। ଏହାସହ ଜଣେ ପିଲାଙ୍କ ନାମ ଏକାଧିକ ଥର ଦର୍ଶାଇ ଏମ୍‌ଡିଏମ୍‌ ଚାଉଳ ହଡ଼ପ ହେଉଥିବା ନେଇ ଯାଞ୍ଚ କଡ଼ାକଡ଼ି ହେବା ପରେ ସଂଖ୍ୟା ହ୍ରାସ ପାଉଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉକ୍ତ ୫ ବର୍ଷରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେଉଁ କାରଣରୁ ଶିକ୍ଷକ ସଂଖ୍ୟାା ବୃଦ୍ଧି ଘଟିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍କୁଲ ଓ ଗଣଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୫-୧୬ରେ ୩୬,୭୬୦ ପ୍ରାଥମିକ ସ୍କୁଲରେ ୧୮,୯୪,୦୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ୨୦୧୯-୨୦୨୦ରେ ୩୩,୬୦୩ ପ୍ରାଥମିକ ସ୍କୁଲରେ ୧୪,୭୮,୦୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ୫ ବର୍ଷ ମଧ୍ୟରେ ୪ ଲକ୍ଷ ୧୬ ହଜାର ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଇଛି। ବିଦ୍ୟାଳୟ ମିଶ୍ରଣ ଯୋଜନାରେ ୩୧୫୭ ପ୍ରାଥମିକ ସ୍କୁଲ ବନ୍ଦ ହୋଇଥିବା ଜଣାପଡ଼ିଛି। ବନ୍ଦ ସ୍କୁଲଗୁଡ଼ିକରୁ ନିକଟସ୍ଥ ସ୍କୁଲକୁ ଛାତ୍ରୀଛାତ୍ର ନ ଯାଇ ଡ୍ରପ୍‌ଆଉଟ ହୋଇଥିବା ଏଥିରୁ ସନ୍ଦେହ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଉଛିି। ୨୦୧୫-୧୬ରେ ୧୮.୯୪ ଲକ୍ଷ, ୨୦୧୬-୧୭ରେ ୧୭.୮୯ ଲକ୍ଷ, ୨୦୧୭-୧୮ରେ ୧୬.୪୬ ଲକ୍ଷ, ୨୦୧୮-୧୯ରେ ୧୪.୭୭ ଲକ୍ଷ, ୨୦୧୯-୨୦ରେ ୧୪.୭୮ ଲକ୍ଷ ଛାତ୍ରୀଛାତ୍ର ଅଧ୍ୟୟନ କରିଛନ୍ତି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୫ ବର୍ଷରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୩.୯୧ ଲକ୍ଷ ହ୍ରାସ ପାଇଛି। ୨୦୧୫-୧୬ରେ ୨୨,୭୯୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୧.୯୪ ଲକ୍ଷ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲାବେଳେ ୨୦୧୯-୨୦ରେ ଉକ୍ତ ସଂଖ୍ୟା ୨୮,୭୫,୦୦୦କୁ ହ୍ରାସ ପାଇଛି।
ଅନ୍ୟପକ୍ଷରେ ୨୦୧୫-୧୬ରେ ୧ ଲକ୍ଷ ୩୧ ହଜାର ୩୨୦ ଶିକ୍ଷକ ନିୟୋଜିତ ରହିଥିଲାବେଳେ ୨୦୧୯-୨୦ ବର୍ଷରେ ତାହା ବୃଦ୍ଧି ପାଇ ୧ ଲକ୍ଷ ୩୭ ହଜାର ୧୫୭ରେ ପହଞ୍ଚିଛି। ଅର୍ଥାତ୍‌ ଏହି ୫ ବର୍ଷରେ ୫,୮୩୭ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ସଂଖ୍ୟା ବୃଦ୍ଧି ଘଟିଛି।
ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ନିମ୍ନଗାମୀ ହେଉଥିବାରୁ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ବିଭିନ୍ନ କାରଣରୁ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଉଛି। ତେବେ ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ସରକାରୀ ସ୍କୁଲରେ ନାମଲେଖା ପ୍ରକ୍ରିୟାକୁ ସୁଦୃଢ଼ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri