ତଦନ୍ତ କରିବେ ଲୋକାୟୁକ୍ତ ଅନୁସନ୍ଧାନ ଶାଖା ନିର୍ଦ୍ଦେଶକ

ଯାଜପୁର ଅଫିସ,୧୭।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଆମତ୍ସାତ୍‌ ହୋଇଛି। ଏନେଇ ରାଜ୍ୟ ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଲୋକାୟୁକ୍ତରେ ୧୪ା୧୦ା୨୦୧୯ରେ ଅଭିଯୋଗ କରିଥିଲେ। ଏହାପରେ ଓଡ଼ିଶା ଲୋକାୟୁକ୍ତ (ଏଲ୍‌ୱାଇ)-୪୫୫/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଗତ ୧୨ ତାରିଖରେ ଅଭିଯୋଗର ଶୁଣାଣି କରି ନିଜସ୍ବ ଅନୁସନ୍ଧାନ ଶାଖା (ଇନକ୍ବାରୀ ଓ୍ବିଙ୍ଗ୍‌) ନିର୍ଦ୍ଦେଶକ ତଦନ୍ତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କୌଣସି ପବ୍ଲିକ ସର୍ଭେଣ୍ଟ କିମ୍ବା ବ୍ୟକ୍ତିଙ୍କ ନାମରେ ମାମଲା ଅଛି କି ନାହିଁ, ତାହା ଜାଣିବା ପାଇଁ ପ୍ରାଥମିକ ଅନୁସନ୍ଧାନ କରାଯିବ। ଏହାସହ ଅନୁସନ୍ଧାନ ନିର୍ଦ୍ଦେଶକ ନିଶ୍ଚିତ କରିବେ ଯେ ଲୋକାୟୁକ୍ତ ଆଇନର ଧାରା ୨୦ ଉପଧାରା ୨ର ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯାଇଛି କି ନାହିଁ। ସେ ୨ ମାସ ମଧ୍ୟରେ ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଜୁନ୍‌ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ନଗଡ଼ାରେ ୨୦୧୬ ଜୁଲାଇରେ ପୁଷ୍ଟହୀନତା ଯୋଗୁ ୧୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା, ଯାହା ଦେଶବିଦେଶରେ ଚର୍ଚ୍ଚା ହୋଇଥିଲା। ଫଳରେ ରାଜ୍ୟ ସରକାର ନଗଡ଼ାର ବିକାଶ ପାଇଁ ଉଦ୍ୟମ କରିଥିଲେ। ନଗଡ଼ାକୁ ରାସ୍ତା ନିର୍ମାଣ ସହିତ ସ୍ବାସ୍ଥ୍ୟ, ପାନୀୟ ଜଳ ଇତ୍ୟାଦି କ୍ଷେତ୍ରରେ ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚର ସବିଶେଷ ତଥ୍ୟ ପାଇବା ପାଇଁ ଆବାହକ ପ୍ରଧାନ ସୂଚନା ଅଧିକାର ଆଇନ ଜରିଆରେ ବହୁ ଉଦ୍ୟମ କରିଥିଲେ। ଶେଷରେ ଓଡ଼ିଶା ସୂଚନା କମିଶନଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଡିଆର୍‌ଡିଏ ପକ୍ଷରୁ ୩ା୫ା୨୦୧୯ରେ ପ୍ରଧାନଙ୍କୁ ତଥ୍ୟ ଦିଆଯାଇଥିଲା। ଉକ୍ତ ତଥ୍ୟ ଅନୁସାରେ ଆଇଏପି(ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ)ରେ ୨୧.୫୭ ଲକ୍ଷ ଟଙ୍କା, ସୁକିନ୍ଦା ବିଡିଓଙ୍କ ଜରିଆରେ ୪୨.୪୧ ଲକ୍ଷ ଟଙ୍କା, ନଗଡ଼ାରେ କଂକ୍ରିଟ ରାସ୍ତା ପାଇଁ ୨୦ ଲକ୍ଷ ଟଙ୍କା, ଅଶୋକଝର ପାହାଡ଼ ପାଦଦେଶରୁ ତଳ ନଗଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବାବଦକୁ ୧୪୯୫.୬୪ ଲକ୍ଷ ଟଙ୍କା, ଗ୍ରାମ୍ୟ ଆବାସ ନିର୍ମାଣ ବାବଦକୁ ୨୩୦ ଲକ୍ଷ ଟଙ୍କା, ପାନୀୟ ଜଳଯୋଗାଣ ବାବଦକୁ ୫୩.୫୬ ଲକ୍ଷ ଟଙ୍କା ଆଦି ଖର୍ଚ୍ଚ ହୋଇଛି। ତେବେ ଏହି ରିପୋର୍ଟ ଆଧାରରେ ନଗଡ଼ାକୁ ଏକ ପ୍ରତିନିଧି ଦଳ ଗସ୍ତ କରି ସମୀକ୍ଷା କରିବା ପରେ ଆବଣ୍ଟିତ ଅନୁଦାନର ଠିକ୍‌ ବିନିଯୋଗ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ନଗଡ଼ାକୁ ରାସ୍ତା ନିର୍ମାଣ ଅତି ନିମ୍ନମାନର, ବିଦ୍ୟୁତୀକରଣ ସଂଯୋଗ ନହେବା, ନିମ୍ନମାନର ବିଜୁ ପକ୍କାଘର ନିର୍ମାଣ, ପାନୀୟ ଜଳଯୋଗାଣ ନ ହେବା ଆଦି ଅନିୟମିତତା ପ୍ରତିନିଧି ଦଳ ଦେଖିବାକୁ ପାଇଥିଲେ। ଏହାପରେ ଆବାହକ ପ୍ରଧାନ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri