ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବ ନେଇ ଉତ୍ତେଜନା

ଦାରିଙ୍ଗବାଡ଼ି,୧୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ସଂଯୋଗ ହୋଇଥିବା ଗୋପାଳପୁର-ରାଇପୁର ୫୯ ନଂ. ଜାତୀୟ ରାଜପଥ ସଂପ୍ରାସାରଣରେ ବିଳମ୍ବ ଏବଂ ଏହାକୁ ନେଇ ହେଉଥିବା ସମସ୍ୟାର ସମାଧାନ ପାଇଁ ଶନିବାର ସିମନବାଡ଼ିଠାରେ ରାଜପଥରେ ଠିକାସଂସ୍ଥାର ଏକାଧିକ ଗାଡ଼ିକୁ ଅଞ୍ଚଳବାସୀ ଅଟକ ରଖି ଆନ୍ଦୋଳନ କରିଥିଲେ ା ପରେ ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଅଟକ ରଖିଥିବା ଠିକାସଂସ୍ଥାର ଗାଡ଼ିଗୁଡ଼ିକୁ ଛାଡ଼ିବାକୁ ବିକ୍ଷୋଭକାରୀଙ୍କୁ ପରାମର୍ଶ ଦେଇଥିଲେ। ପରେ ଆନ୍ଦୋଳନକାରୀ ଠିକାସଂସ୍ଥାର ଗାଡ଼ିଗୁଡ଼ିକୁ ଛାଡ଼ି ଦେଇଥିଲେ।

ସୂଚନାଯୋଗ୍ୟ, ଦୀର୍ଘଦିନ ହେଲା ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ସମ୍ପର୍କରେ ବିକ୍ଷୋଭକାରୀମାନେ ଆଇଆଇସିଙ୍କୁ ଅବଗତ କରିବା ପରେ ତୁରନ୍ତ ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ ପଞ୍ଚାନନ ଦାସକୁ ସିମନବାଡ଼ି ଡକାଇ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରାଇଥିଲେ। ହେଲେ ରାଜପଥର ସିମନବାଡ଼ି ବଜାର ଛକ ସଂପ୍ରସାରଣ ପାଇଁ ରାଜପଥ ବିଭାଗକୁ ଅଟକଳ ପଠାଯାଇଛି ତାହା ଅନୁମୋଦନ ପରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଶେଷ କରାଯିବ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଥିଲେ ହେଁ ଏଥିରେ ବିଳମ୍ବ ହେଉଥିଲା। ଫଳରେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ଅଭିଭାବକ ହେଉଛନ୍ତି ଶିଶୁଙ୍କ ପ୍ରଥମ ଗୁରୁ: ଆଚରଣରେ ସଞ୍ଜମ ରଖିବା ଜରୁରୀ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶୁକ୍ରବାର ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଛାତ୍ରୀଛାତ୍ରଙ୍କ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଛୁରି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri