କଟକଣା ସତ୍ତ୍ୱେ ଭିନ୍ନକ୍ଷମ ଶିବିର ଆୟୋଜନ

ନିଶ୍ଚିନ୍ତକୋଇଲି, ୧୭।୪: ରାଜ୍ୟ ସରକାର ଶୁକ୍ରବାରଠାରୁ କୋଭିଡ୍‌ କଟକଣା କଡ଼ାକଡ଼ି କରିଛନ୍ତି। ଏହି ସମୟରେ ଜନ ସମାଗମକୁ ସ୍ବୀକୃତି ନ ଦେବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ପକ୍ଷରୁ ନିଦ୍ଦେର୍ଶନାମାକୁ ଉଲ୍ଲଂଘନ କରାଯାଇଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ମାତ୍ର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଧ୍ୟାନ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଶିବିରରେ ୩୫୮ ଜଣ ଯୋଗ ଦେଇଥିଲେ। ଅସ୍ଥିଶଲ୍ୟ ବିଭାଗର ୧୫୦, ସ୍ନାୟୁ ବିଭାଗରେ ୭, ମାନସିକ ବିଭାଗରେ ୭୦,ଚକ୍ଷୁ ବିଭାଗରେ ୭୨ ଓ ଶ୍ରବଣ ବିଭାଗରେ ୪୦ ଜଣ ଯୋଗଦେଇଥିଲେ। ସେମାନଙ୍କୁ ବିଭାଗୀୟ ଡାକ୍ତର ପରୀକ୍ଷା ନିରୀକ୍ଷା କରି ଭିନ୍ନକ୍ଷମ ଭାବେ ଚିହ୍ନଟ କରିଛନ୍ତି। କାର୍ଯ୍ୟକ୍ରମରେ ୧୫ ଜଣ ଦିବ୍ୟାଙ୍ଗଙ୍କୁ ବସ୍‌ ପାସ୍‌, ୨ ଜଣଙ୍କୁ ଟ୍ରାଇସାଇକେଲ, ୩ ଜଣଙ୍କୁ ଶ୍ରବଣ ଯନ୍ତ୍ର, ଜଣଙ୍କ ପାଇଁ ଲୋନ ବ୍ୟବସ୍ଥା କରାଯାଇଥିଲା ବେଳେ ଆଉ ଜଣକୁ ଆୟ ପ୍ରମାଣପତ୍ର ଦିଆଯାଇଛି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବିଡିଓ କର୍ଣ୍ଣଦେବ ସମାଦ୍ଧାର, ଜିପିଓ ଜନ୍ମେଜୟ ରାଉତ, ସମାଜ ମଙ୍ଗଳ ଅଧିକାରିଣୀ ମଧୁସ୍ମିତା ସାହୁ ଓ ଅତିରିକ୍ତ ବିଡିଓ ସୁୁଶାନ୍ତ ରଣା ପ୍ରମୁଖ ଯୋଗ ଦେଇଥିଲେ। ତେବେ କୋଭିଡ୍‌ କଟକଣା ଜାରି ହେବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କିଭଳି ଏତେବଡ଼ ଶିବିରର ଆୟୋଜନ କରାଯାଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଡିଓ କର୍ଣ୍ଣଦେବ ସମାଦ୍ଧାର କୁହନ୍ତି, କଟକଣା ଜାରି ହେବା ପୂର୍ବରୁ ଶିବିର ନିମନ୍ତେ ଆୟୋଜନ ସରିଯାଇଥିବାରୁ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିସହ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ପହଞ୍ଚି ବିଏ୍‌କେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୨୦।୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲାକାନଗିରି ଷ୍ଟାଡିୟମରେ ପହଞ୍ଚି ଥିଲେ। ପରେ ସେଠାରୁ ସଂସ୍କୃତି...

୮ ଶିଶୁଙ୍କ ଥଇଥାନ ବ୍ୟବସ୍ଥା

ଅନୁଗୋଳ ଅଫିସ, ୪।୧: ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ସୋମବାର ଆଠମଲ୍ଲିକ ବ୍ଲକ ଗସ୍ତରେ ଯାଇ ଯତ୍ନ ଓ ସୁରକ୍ଷା...

ମା’ ଲୋଭୀଙ୍କ ଯାତ୍ରାର ଦ୍ୱିତୀୟ ଦିବସ: ଧାଡ଼ିରେ ଦର୍ଶନ କଲେ, ଅଧିଆ ପଡ଼ିଲେ

ବଅଁରପାଳ,୧୪ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀଠାରେ ଚାଲିଥିବା ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରାର ବୁଧବାର ଥିଲା ଦ୍ୱିତୀୟ ଦିବସ। ପ୍ରଥମ ଦିନ ପରି ମା’ଙ୍କ...

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

ଗଞ୍ଜାମ,୨୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ଦୈନଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଥିବା ବେଳେ...

ପଥର ଖାଦାନରେ ବିସ୍ପୋରଣ: ୩ ମୃତ, ୫ ଆହତ

ଗୁଣପୁର,୧୬।୮(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର ବ୍ଲକ ଜଲତାର ପଞ୍ଚାୟତ ଅନ୍ତର୍ଗତ ଓକିଲଗୁଡାରେ ନିକଟରେ ଥିବା ପଥର ଖାଦାନରେ ଶୁକ୍ରବାର ବିସ୍ପୋରଣ ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ...

ଗରାଏ ପାଣିକୁ ୧୦ଟଙ୍କା

ରାୟଗଡା ଅଫିସ୍‌, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ...

୪ ଶହ କିଲୋ ଗଞ୍ଜେଇ ଜବତ: ଡ୍ରାଇଭର ଫେରାର

କାଶୀନଗର:୧୬।୪(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନାଗର ଅଙ୍କରଡା ଗାଁ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟେ ଗାଡ଼ି ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବରପାଇ...

ବିଭିନ୍ନ ଦାବିରେ ଦୁଇଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ, ୨୦।୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା, ଲୋୟର ସୁକତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା...

Advertisement
Archives

Model This Week