ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ: ବାଲି ବୋଝେଇ ହାଇଓ୍ବାକୁ ପଛରୁ ଧକ୍କା ଦେଲା ଅଟୋ, ୭ ଗୁରୁତର

ପାଟଣା,୧୭।୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦୁଝର ରାସ୍ତାର ଶରଧାପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବାଲି ବୋଝେଇ ହାଇୱାରେ ଅଟୋଟି ପିଟି ହୋଇଥିଲା। ଏଥିରେ ଥିବା ୭ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଦେଢ଼ ବର୍ଷର ଶିଶୁ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ପାଟଣା ବ୍ଲକ ଜଡିଚାତର ଗ୍ରାମର ଏକ ପରିବାର ଲୋକେ ବରଦେଖା ପାଇଁ ମୟୂରଭଞ୍ଜ ଜିଲା କରଞ୍ଜିଆ ଯାଇଥିଲେ। ବରଦେଖା ଭୋଜି ଖାଇ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଅଟୋ ଚାଳକ ଅଟୋ ଭିତରେ ଚାପି ହୋଇ ରହିଯାଇଥିଲେ । ଚାଳକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ସମସ୍ତ ଗୁରୁତରଙ୍କୁ ମେଡିକାଲକୁ ପଠାଯାଇଥିଲା। ଅଟୋ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥନାନ୍ତର କରାଯାଇଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ମୃତ୍ୟୁକୁ ନେଇ ରେଳ ଷ୍ଟେଶନରେ ତୁମୁଳକାଣ୍ଡ

ଯୋଡ଼ା,୧୨।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ବାଂଶପାଣି ରେଳ ଷ୍ଟେଶନରେ ଜଣେ ରେଳବାଇ ପୋଲିସ କର୍ମୀ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି।...

କ୍ଷତିପୂରଣ ଦାବିରେ ଚାଷୀଙ୍କ ଧାରଣା

କଣ୍ଟାପଡା,୧୮।୯(ଡି.ଏନ.ଏ.): ଲଘୁଚାପ ବର୍ଷାରେ ହୋଇଥିବା ଫସଲହାନୀ ଜନିତ କ୍ଷତିପୂରଣ ଦାବିରେ କଣ୍ଟାପଡା ବ୍ଲକ ଅଞ୍ଚଳର କେତେଜଣ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣାରେ...

ସେବାରେ ଲାଗୁନି ୧୦୮ ଆମ୍ବୁଲାନ୍ସ

ଖୁଣ୍ଟା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ଏବେ ଲୋକଙ୍କ ସେବାରେ ଲାଗି ପାରୁନି। ୨୦ ଦିନ ତଳେ ଦୁର୍ଘଟଣାଗ୍ରସ୍ତ...

ଶାଶୁ ଘରେ ଛାଡିଦେବାକୁ କହି ମହିଳାଙ୍କୁ ଗଣବଳାତ୍କାର

ବନ୍ତ,୨୯।୮(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବନ୍ତ ଥାନା ପୋଲିସ...

ନିର୍ବାଚନରେ ବ୍ୟାନର ଛିଣ୍ଡା ପ୍ରସଙ୍ଗ : ହୋମଗାର୍ଡଙ୍କୁ ବିଜେଡି ନେତାଙ୍କ ଧମକ

ଯାଜପୁର ଅଫିସ,୧୧ା୧୦: ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନାରେ ଗତ ସାଧାରଣ ନିର୍ବାଚନରେ ବ୍ୟାନର ଛିଣ୍ଡାଇବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର କେତେକ ବିଜେଡି ନେତା...

୨୧ ଦିନିଆ ଅନ୍‌ଲାଇନ୍‌ ପାଠପଢ଼ା କ୍ୟାମ୍ପ

ବାଲେଶ୍ୱର ଅଫିସ,୩୦।୩- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଆପାତତଃ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ବେଳେ ଘରେ...

ସଚ୍ଚୋଟତା ଉତ୍ତର ଜୀବନର ଆଧାର

ସୋନପୁର, ୩।୧୧(ନି.ପ୍ର.) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର କଲେଜ ପରିସରରେ ସଚ୍ଚୋଟତା ଜୀବନର ଏକ ଶୈଳୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।...

‘ଠିକ୍‌ ଆକଳନ କରୁନି ପ୍ରଶାସନ’

ସଜନାଗଡ଼, ୩୦।୧୨(ଡି.ଏନ.ଏ.)  ଚଳିତବର୍ଷ ଚକଡ଼ା ପୋକ ସାଙ୍ଗକୁ ଜୱାଦ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ...

Advertisement
Archives

Model This Week