ସୁବର୍ଣ୍ଣପୁର ଏନ୍‌ଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ଗାଏବ: ରାଉରକେଲାର ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି

ସୋନପୁର,୧।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ବିଭାଗର ଏନ୍‌ଏଚଏମ୍‌(ଜାତୀୟ ସ୍ବାସ୍ଥ୍ୟ ମିଶନ) ଆକାଉଣ୍ଟରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଗାଏବ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ପିଏଚଓ)ଙ୍କ ଅଜାଣତରେ ଏହି ଟଙ୍କା ରାଉରକେଲା ସେଣ୍ଟ୍ରାଲ ବ୍ୟାଙ୍କର ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ସୋନପୁରସ୍ଥିତ ଏସ୍‌ବିଆଇର ମୁଖ୍ୟ ଶାଖାରୁ ମାସିକିଆ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ଅଣାଯିବା ପରେ ଏହି ଘଟଣା ସ୍ବାସ୍ଥ୍ୟ ବିଭାଗର ଦୃଷ୍ଟିକୁ ଆସିଛି। ସିଡିଏମ୍‌ପିଏଚଓ ଡା. ଦିଲୀପ କୁମାର ପଣ୍ଡା କଟକ କ୍ରାଇମ୍‌ବ୍ରାଞ୍ଚ ଓ ସୁବର୍ଣ୍ଣପୁର ଏସ୍‌ପିଙ୍କୁ ଶୁକ୍ରବାର ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇବା ସହିତ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏ ନେଇ କ୍ରାଇମ୍‌ବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି। ତେବେ ଏତେଗୁଡିଏ ଟଙ୍କା କିଭଳି କର୍ତ୍ତୃପକ୍ଷଙ୍କ ଅଜାଣତରେ ଅନ୍ୟ ଏକ ଆକାଉଣ୍ଟକୁ ଡିବିଟି ଜରିଆରେ ଟ୍ରାନ୍ସଫର ହେଲା ତାହା ଆଶ୍ଚର୍ଯ୍ୟାନ୍ବିତ କରିଛି। ଅନ୍ୟପକ୍ଷେ ରହସ୍ୟ ଉନ୍ମୋଚନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ତନାଘନା ଜାରି ରଖିଛି।
ସୂଚନା ଅନୁଯାୟୀ, ୨୦୧୨ରେ ସୋନପୁର ଏସ୍‌ବିଆଇର ମୁଖ୍ୟ ଶାଖାରେ ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତିର ଜାତୀୟ ସ୍ବାସ୍ଥ୍ୟ ମିଶନ ଆକାଉଣ୍ଟ ଖୋଲାଯାଇଥିଲା। ନିୟମ ଅନୁଯାୟୀ ଜିଲାପାଳ ଓ ସିଡିଏମ୍‌ପିଏଚଓଙ୍କ ମିଳିତ ସ୍ବାକ୍ଷରରେ ଏହି ଆକାଉଣ୍ଟରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଥାଏ। କିନ୍ତୁ ଗତ ଏପ୍ରିଲ ୭ ତାରିଖରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜିଲାପାଳ ଓ ସିଡିଏମ୍‌ପିଏଚଓଙ୍କ ବିନା ଦସ୍ତଖତରେ ଟ୍ରାନ୍ସଫର ହୋଇଛି। ପିଏଫ୍‌ଏମ୍‌ଏସ (ପବ୍ଲିକ୍‌ ଫଣ୍ଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ) ଜରିଆରେ ଏନ୍‌ଏଚଏମ୍‌ର ଏସ୍‌ବିଆଇ ଆକାଉଣ୍ଟ ନଂ. ୩୨୩୩୩୧୪୬୩୨୧ରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ରାଉରକେଲାର ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆଇଡି ପାସ୍‌ଓ୍ବାର୍ଡ ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଛି। ଟଙ୍କା ଟ୍ରାନ୍ସଫର ସମୟରେ ଓଟିପି ମେସେଜ୍‌ ଯାଇଥିବ। ତେଣୁ ଅଜାଣତରେ ଏତେଗୁଡିଏ ଟଙ୍କା ଟ୍ରାନ୍ସଫର ହେବା ଓ ୨୨ ଦିନ ପରେ କର୍ତ୍ତୃପକ୍ଷ ଜାଣିବା ରହସ୍ୟ ଘେରରେ ରହିଛି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଏସ୍‌ପି ସୀତାରାମ ଶତପଥୀ କୁହନ୍ତି କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଆମେ ସହଯୋଗ କରୁଛୁ। ଖୁବ୍‌ଶୀଘ୍ର ରହସ୍ୟ ଉନ୍ମୋଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri