କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର କିଣ୍ଡୋ (୪୫)ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତ ୨ ଦିନ ତଳେ ତାଙ୍କୁ ରାଉରକେଲାସ୍ଥିତ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ହଠାତ୍‌ ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ଶନିବାର ସକାଳୁ ପ୍ରଚାରିତ ହୋଇଯିବା ପରେ ଜିଲା ସରପଞ୍ଚ ମହାସଂଘ ସମେତ କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଦସ୍ୟ, କୁଆଁରମୁଣ୍ଡାର ସମିତି ସଭ୍ୟମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତ ଓସ୍କାର କିଣ୍ଡୋ କରୋନାର ୧ମ ଲହର ସମୟରେ ଜଣେ ଆଗଧାଡିର ଯୋଦ୍ଧାଭାବେ ଦଲକି ପଞ୍ଚାୟତରେ ନିର୍ମିତ ବିଭିନ୍ନ ଟିଏମସିରେ ପ୍ରବାସୀମାନଙ୍କ ପାଇଁ କାର୍ଯ୍ୟକରି ବେଶ୍‌ ପ୍ରଶଂସା ପାଇଥିଲେ। ତାଙ୍କ ମୃତ୍ୟୁରେ କୁଆଁରମୁଣ୍ଡା ବିଡିଓ ମେଥେଡିୟୁସ ଲାକ୍ରା,ଏବିଡିଓ ଭବାନୀଶଙ୍କର ପାଢୀ, କୁଆଁରମୁଣ୍ଡା ବ୍ଲକର ପୂର୍ବତନ ବିଜେଡ଼ି ସଭାପତି ରାଜେନ୍ଦ୍ର କୁଜୁର, ପଦ୍ମପୁର ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ, କୁଆଁରମୁଣ୍ଡା ସରପଞ୍ଚ ସୁଷମାକାନ୍ତି କିଣ୍ଡୋ, ସମିତି ସଭ୍ୟ ତଥା କୁଆଁରମୁଣ୍ଡା ବ୍ଲକ ବିଜେଡ଼ି ସଭାପତି ରାଜେଶ ହାଁସଦାଙ୍କ ସମେତ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri