କରୋନା ଆକ୍ରାନ୍ତ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା: ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ଚିନ୍ତାରୁ ଚରମ ନିଷ୍ପତ୍ତି

ନୟାଗଡ ଅଫିସ/ ରଣପୁର,୧।୫(ସ୍ବ.ପ୍ର.):  ଋଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିମଡ଼ାର କରୋନା ଆକ୍ରାନ୍ତ ଦମ୍ପତି ଭିକାରୀ ପାତ୍ର(୫୭) ଓ ଜ୍ୟୋତ୍ସ୍ନାରାଣୀ(୫୨) ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେମାନେ ଏଭଳି ଚରମ ନିଷ୍ପତ୍ତି ନେବା ପଛରେ ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ଚାପ ବୋଲି କୁହାଯାଉଛି।
ସୂଚନା ଅନୁସାରେ ଭିକାରୀ (ଗଗନ)ଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ପରିବାର ହସଖୁସିରେ ଚାଲିଥିଲା। ଝିଅ, ପୁଅଙ୍କ ବିବାହ ମଧ୍ୟ ସରିଥିଲା। ପୁଅ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଚାକିରି କରିଥିଲେ। ସଂସ୍ଥା ଦେବାଳିଆ ହେବା ପରେ ଭିକାରୀଙ୍କ ପରିବାର ପାଇଁ ଦୁଃଖର ଦିନ ଆସିଯାଇଥିଲା। କାରଣ ଭିକାରୀଙ୍କ ପୁଅ ପ୍ରାୟ ୧ କୋଟି ଟଙ୍କା ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଜମା କରିଥିଲେ। ସଂସ୍ଥା ଉଭାନ ହୋଇଯାଇଥିବାବେଳେ ଜମାକାରୀ ଟଙ୍କା ଫେରାଇବା ପାଇଁ ଚାପ ପ୍ରୟୋଗ କରୁଥିଲେ। ଏଣୁ ଭିକାରୀଙ୍କ ପୁଅ, ବୋହୂ ଓ ନାତି ପୁରୀ ଚାଲି ଯାଇଥିଲେ। ସେଠାରେ ବ୍ୟବସାୟ କରି କିଛି କିଛି ଟଙ୍କା ପରିଶୋଧ କରୁଥିଲେ। କିନ୍ତୁ ଭିକାରୀଙ୍କ ପରିବାରକୁ ଗଁାରେ ବାସନ୍ଦ କରାଯାଇଥିଲା। କିଛିଦିନ ତଳେ ପୁଅର ଦେହ ଖରାପ ହେବାରୁ ତାଙ୍କୁ ଦେଖିବା ପାଇଁ ଭିକାରୀ ଓ ଜ୍ୟୋତ୍ସ୍ନାରାଣୀ ପୁରୀ ଯାଇଥିଲେ। ଟେଷ୍ଟିଂ ପରେ ପୁଅ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଭିକାରୀ ଓ ଜ୍ୟୋତ୍ସ୍ନାରାଣୀ ଗଁାକୁ ଫେରି ଆସିଥିଲେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଗତ ୨୭ ତାରିଖରେ ଶରଣକୁଳରେ ଟେଷ୍ଟ କରିବା ପରେ ସେମାନେ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା। ଅନ୍ୟପକ୍ଷେ ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ନେଇ ଗୁରୁବାର ରାତିରେ ଗଁାରେ ସଭା ହେବାର ଥିଲା। ଏଥିପାଇଁ ଭିକାରୀଙ୍କୁ ଡକାଯାଇଥିଲା। ଏପଟେ କରୋନା ଚିନ୍ତା ସେପଟେ ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ନେଇ ଭିକାରୀ ଓ ତାଙ୍କ ସ୍ତ୍ରୀ ଚିନ୍ତିତ ଥିଲେ। ଫଳରେ ସେମାନେ ଆତ୍ମହତ୍ୟା କରିଥିବା କେତେଜଣ ଲୋକ କହୁଛନ୍ତି। ଅନ୍ୟପକ୍ଷରେ ଭିକାରୀଙ୍କ ବଳଦ ଦିନ ସମୟରୁ ବାହାରେ ବୁଲୁଥିଲା। ଗୁରୁବାର ଦିନତମାମ ଘର ବନ୍ଦ ଥିବା ଜାଣି ଗ୍ରାମର କେତେଜଣ ଦାଣ୍ଡପଟେ ଦେଖିଥିଲେ ମଧ୍ୟ କିଛି ଜାଣିପାରି ନ ଥିଲେ। ରାତି ସାଢ଼େ ୯ଟାରେ କେତେଜଣ ବ୍ୟକ୍ତି ବାରିପଟେ ଯାଇ ଦେଖିବା ବେଳକୁ କବାଟ ଖୋଲା ରହିବା ସହ ଭିକାରୀ ଓ ଜ୍ୟୋତ୍ସ୍ନାରାଣୀଙ୍କ ମୃତଦେହ ଘର ଛାତରେ ଦଉଡ଼ିରେ ଝୁଲୁଥିଲା। ଏନେଇ ରଣପୁର ଥାନାରେ ଏକ ଅପମୃତ୍ୟୁ ମାମଲା (୭/୨୧) ରୁଜୁ ହୋଇଛି। ଶୁକ୍ରବାର ଦର୍ପନାରାୟଣପୁର ଫାଣ୍ଡି ପୋଲିସ ମୃତଦେହକୁ ଜବତ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହେଲେ ସେମାନେ କରୋନା ସଂକ୍ରମିତ ହୋଇଥିବାରୁ ମୃତଦେହ ସଂସ୍କାର ପାଇଁ ନୟାଗଡ଼ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇଥିଲା। ପରେ ମ୍ୟୁନିସିପାଲିଟି ପକ୍ଷରୁ ନୟାଗଡ଼ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଥିବା ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା କହିଛନ୍ତି। ଅନ୍ୟପକ୍ଷରେ ଦମ୍ପତିଙ୍କ ମୃତଦେହକୁ ଘରୁ ବାହାର କରିବା ପାଇଁ ଭିକାରୀଙ୍କ ଜ୍ୱାଇଁ ବ୍ୟତୀତ ପୋଲିସକୁ ଗଁା ଲୋକଙ୍କ ସହଯୋଗ ମିଳି ନ ଥିଲା।
ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା କୁହନ୍ତି, କରୋନା ଆକ୍ରାନ୍ତ ଦମ୍ପତି ଆତ୍ମହତ୍ୟା କରିଛନ୍ତି। ଟଙ୍କା ପରିଶୋଧ ଚିନ୍ତା ଓ ବାସନ୍ଦ ନେଇ ଅଭିଯୋଗ ମିଳିନାହିଁ। ଏନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?