କରୋନା ଆକ୍ରାନ୍ତ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା: ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ଚିନ୍ତାରୁ ଚରମ ନିଷ୍ପତ୍ତି

ନୟାଗଡ ଅଫିସ/ ରଣପୁର,୧।୫(ସ୍ବ.ପ୍ର.):  ଋଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିମଡ଼ାର କରୋନା ଆକ୍ରାନ୍ତ ଦମ୍ପତି ଭିକାରୀ ପାତ୍ର(୫୭) ଓ ଜ୍ୟୋତ୍ସ୍ନାରାଣୀ(୫୨) ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେମାନେ ଏଭଳି ଚରମ ନିଷ୍ପତ୍ତି ନେବା ପଛରେ ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ଚାପ ବୋଲି କୁହାଯାଉଛି।
ସୂଚନା ଅନୁସାରେ ଭିକାରୀ (ଗଗନ)ଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ପରିବାର ହସଖୁସିରେ ଚାଲିଥିଲା। ଝିଅ, ପୁଅଙ୍କ ବିବାହ ମଧ୍ୟ ସରିଥିଲା। ପୁଅ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଚାକିରି କରିଥିଲେ। ସଂସ୍ଥା ଦେବାଳିଆ ହେବା ପରେ ଭିକାରୀଙ୍କ ପରିବାର ପାଇଁ ଦୁଃଖର ଦିନ ଆସିଯାଇଥିଲା। କାରଣ ଭିକାରୀଙ୍କ ପୁଅ ପ୍ରାୟ ୧ କୋଟି ଟଙ୍କା ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଜମା କରିଥିଲେ। ସଂସ୍ଥା ଉଭାନ ହୋଇଯାଇଥିବାବେଳେ ଜମାକାରୀ ଟଙ୍କା ଫେରାଇବା ପାଇଁ ଚାପ ପ୍ରୟୋଗ କରୁଥିଲେ। ଏଣୁ ଭିକାରୀଙ୍କ ପୁଅ, ବୋହୂ ଓ ନାତି ପୁରୀ ଚାଲି ଯାଇଥିଲେ। ସେଠାରେ ବ୍ୟବସାୟ କରି କିଛି କିଛି ଟଙ୍କା ପରିଶୋଧ କରୁଥିଲେ। କିନ୍ତୁ ଭିକାରୀଙ୍କ ପରିବାରକୁ ଗଁାରେ ବାସନ୍ଦ କରାଯାଇଥିଲା। କିଛିଦିନ ତଳେ ପୁଅର ଦେହ ଖରାପ ହେବାରୁ ତାଙ୍କୁ ଦେଖିବା ପାଇଁ ଭିକାରୀ ଓ ଜ୍ୟୋତ୍ସ୍ନାରାଣୀ ପୁରୀ ଯାଇଥିଲେ। ଟେଷ୍ଟିଂ ପରେ ପୁଅ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଭିକାରୀ ଓ ଜ୍ୟୋତ୍ସ୍ନାରାଣୀ ଗଁାକୁ ଫେରି ଆସିଥିଲେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଗତ ୨୭ ତାରିଖରେ ଶରଣକୁଳରେ ଟେଷ୍ଟ କରିବା ପରେ ସେମାନେ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା। ଅନ୍ୟପକ୍ଷେ ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ନେଇ ଗୁରୁବାର ରାତିରେ ଗଁାରେ ସଭା ହେବାର ଥିଲା। ଏଥିପାଇଁ ଭିକାରୀଙ୍କୁ ଡକାଯାଇଥିଲା। ଏପଟେ କରୋନା ଚିନ୍ତା ସେପଟେ ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ନେଇ ଭିକାରୀ ଓ ତାଙ୍କ ସ୍ତ୍ରୀ ଚିନ୍ତିତ ଥିଲେ। ଫଳରେ ସେମାନେ ଆତ୍ମହତ୍ୟା କରିଥିବା କେତେଜଣ ଲୋକ କହୁଛନ୍ତି। ଅନ୍ୟପକ୍ଷରେ ଭିକାରୀଙ୍କ ବଳଦ ଦିନ ସମୟରୁ ବାହାରେ ବୁଲୁଥିଲା। ଗୁରୁବାର ଦିନତମାମ ଘର ବନ୍ଦ ଥିବା ଜାଣି ଗ୍ରାମର କେତେଜଣ ଦାଣ୍ଡପଟେ ଦେଖିଥିଲେ ମଧ୍ୟ କିଛି ଜାଣିପାରି ନ ଥିଲେ। ରାତି ସାଢ଼େ ୯ଟାରେ କେତେଜଣ ବ୍ୟକ୍ତି ବାରିପଟେ ଯାଇ ଦେଖିବା ବେଳକୁ କବାଟ ଖୋଲା ରହିବା ସହ ଭିକାରୀ ଓ ଜ୍ୟୋତ୍ସ୍ନାରାଣୀଙ୍କ ମୃତଦେହ ଘର ଛାତରେ ଦଉଡ଼ିରେ ଝୁଲୁଥିଲା। ଏନେଇ ରଣପୁର ଥାନାରେ ଏକ ଅପମୃତ୍ୟୁ ମାମଲା (୭/୨୧) ରୁଜୁ ହୋଇଛି। ଶୁକ୍ରବାର ଦର୍ପନାରାୟଣପୁର ଫାଣ୍ଡି ପୋଲିସ ମୃତଦେହକୁ ଜବତ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହେଲେ ସେମାନେ କରୋନା ସଂକ୍ରମିତ ହୋଇଥିବାରୁ ମୃତଦେହ ସଂସ୍କାର ପାଇଁ ନୟାଗଡ଼ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇଥିଲା। ପରେ ମ୍ୟୁନିସିପାଲିଟି ପକ୍ଷରୁ ନୟାଗଡ଼ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଥିବା ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା କହିଛନ୍ତି। ଅନ୍ୟପକ୍ଷରେ ଦମ୍ପତିଙ୍କ ମୃତଦେହକୁ ଘରୁ ବାହାର କରିବା ପାଇଁ ଭିକାରୀଙ୍କ ଜ୍ୱାଇଁ ବ୍ୟତୀତ ପୋଲିସକୁ ଗଁା ଲୋକଙ୍କ ସହଯୋଗ ମିଳି ନ ଥିଲା।
ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା କୁହନ୍ତି, କରୋନା ଆକ୍ରାନ୍ତ ଦମ୍ପତି ଆତ୍ମହତ୍ୟା କରିଛନ୍ତି। ଟଙ୍କା ପରିଶୋଧ ଚିନ୍ତା ଓ ବାସନ୍ଦ ନେଇ ଅଭିଯୋଗ ମିଳିନାହିଁ। ଏନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri