ରାତିରେ ପର ଘରେ ଆଶ୍ରୟ

ଚମ୍ପୁଆ, ୧।୫ (ଡି.ଏନ.ଏ.)-ଘର ଭାଙ୍ଗି ଯାଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଅର୍ଥ ଅଭାବ ଯୋଗୁ ଘରେ ଖଣ୍ଡେ କରିବା ତାଙ୍କ ପକ୍ଷେ କଷ୍ଟକର। ବହୁ କଷ୍ଟରେ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି। ଏପରି ସ୍ଥିତିରେ ନିଜେ ଘରଟିଏ ତିଆରି କରିବା ସ୍ବପ୍ନ। ଏଣୁ ଦିନରେ ଏହି ଭଙ୍ଗା ଘରେ କାରବାର କରୁଥିଲେ ହେଁ ଘର ଭାଙ୍ଗି ପଡ଼ିଯିବା ଭୟରେ ଦୁଇପୁଅଙ୍କ ସହ ପର ଘରେ ରାତିରେ ମୁଣ୍ଡ ଗୁଞ୍ଜୁଥିବା କୋହଭରା କଣ୍ଠରେ କହିଥିଲେ ଅସହାୟ ମଞ୍ଜୁ ପୂର୍ତ୍ତି।
କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସିର ୧୩ ନଂ ୱାର୍ଡ ରାମଲା ଗ୍ରାମରେ ବସବାସ କରୁଛନ୍ତି ମଞ୍ଜୁ। ସ୍ବାମୀ ଦୁର୍ଗାଚରଣ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇ ୩ ବର୍ଷ ତଳେ ଆରପାରିକୁ ଚାଲିଗଲେ। ମଞ୍ଜୁ ଦୁଇପୁଅ ନରେନ୍ଦ୍ର (୭) ଏବଂ ମଣ୍ଟୁ (୪)ଙ୍କ ସହ ଏଠାରେ ରହୁଛନ୍ତି। ଦୁଇଛୁଆଙ୍କୁ ମଣିଷ କରିବାର ସ୍ବପ୍ନ ନେଇ ଦିନମଜୁରିଆ ଭାବେ କାମ କରୁଛନ୍ତି। ଏଥିରୁ ମିଳୁଥିବା ଟଙ୍କାରେ ପିଲାଙ୍କୁ ଦାନା ଯୋଗାଇ ପାରୁଛନ୍ତି। ଘରଟିକୁ ଛାଡ଼ି ଦେଲେ ଅନ୍ୟ କିଛି ସମ୍ବଳ ନାହିଁ। ହେଲେ ଗରିବ ଶ୍ରେଣୀର ଏହି ପରିବାର ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ବର୍ଷକ ତଳେ ପ୍ରବଳ ବର୍ଷାରେ ମାଟିଘର ଖଣ୍ଡିକ ଦବି ଯାଇଥିବା ବେଳେ କାନ୍ଥ ଫାଟି ଅଁା କରିଛି। ବାଉଁଶ ଠେସା ଦେଇ ଘରକୁ ରଖାଯାଇଥିଲେ ମଧ୍ୟ କେତେବେଳେ ବି ପଡ଼ିଯିବାର ଆଶଙ୍କା ରହିଛି। ଫଳରେ ଦିନରେ ଭଙ୍ଗାଘରେ ଚଳି ଯାଉଥିବା ବେଳେ ରାତି ହେଲେ ମୁଣ୍ଡ ଗୁଞ୍ଜିବା ଚିନ୍ତା ଘାରୁଛି। କାନ୍ଥ ପଡ଼ିଯିବା ଭୟରେ ଗଁାର ପରିଚିତଙ୍କ ଘରେ ରାତି କାଟୁଥିବା ମଞ୍ଜୁ କହିଛନ୍ତି। ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ବା ସମାଜ ମଙ୍ଗଳ ସହାୟତା ପାଇବାରୁ ସେ ବଞ୍ଚିତ ବୋଲି କହନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ମିଳିଲେ ସେ ଦୁଇଛୁଆଙ୍କ ସହ ସୁବିଧାରେ ରହିପାରନ୍ତେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଗୌରହରି ମହାନ୍ତଙ୍କୁ ପଚାରିବାରୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ କର୍ମଚାରୀଙ୍କୁ ମଞ୍ଜୁଙ୍କ ଘରକୁ ପଠାଇବା ସହ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଆବାସ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ବିଗିଡ଼ିବ ସ୍କୁଲ ପଢ଼ା, ୨୫ରୁ ଆନ୍ଦୋଳନକୁ ଓହ୍ଲାଇବେ ମାଧ୍ୟମିକ ଶିକ୍ଷକ

ଭୁବନେଶ୍ୱର, ୨୪।୯ (ଅସମାପିକା ସାହୁ): ରାଜ୍ୟର ଶିକ୍ଷା କ୍ଷେତ୍ରରେ ଶିକ୍ଷକ ସଙ୍କଟ ଲାଗି ରହିଥିବାବେଳେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି।...

ଆବାସ ପାଇଁ ରାସ୍ତା ବାଧକ

ଭାପୁର, ୨୦।୧୦(ଡି.ଏନ.ଏ.) – ଆବାସ ଯୋଜନାରେ ଘର ତୋଳାହେବ। ଏଥିପାଇଁ ମିଳିଛି କାର୍ଯ୍ୟାଦେଶ। ଟଙ୍କା ବି ମଞ୍ଜୁର ହୋଇସାରିଲାଣି। ହେଲେ ହିତାଧିକାରୀ ଅସହାୟ। ଇଚ୍ଛାଥିଲେ ବି...

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ। କଟକ ସତୀଚୈରା ଶ୍ମଶାନରେ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ...

ଇୟରଫୋନ୍‌ ନେଲା ଜୀବନ

ରାୟଗଡ଼ା ଅଫିସ,୧୩ା୫: ଇୟରଫୋନ୍‌ ଜଣେ ଯୁବକଙ୍କ ପାଇଁ କାଳ ସାଜିଛି। ଇୟରଫୋନ୍‌ ଲଗାଇ ରେଳଧାରଣା ନିକଟରେ ଶୌଚ ବେଳେ ଏକ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ...

‘ଦେଶର ବିକାଶରେ ଯୁବପିଢ଼ି ଅଂଶୀଦାର ହେବା ଲାଗି ଆହ୍ବାନ’

ଛତ୍ରପୁର,୨୭ା୭(ସନ୍ତୋଷ ପାଢ଼ୀ):‘ଧରିତ୍ରୀ’ର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।...

ବରଗଡ଼ରେ ଶିଶୁଙ୍କ ସମେତ ୪କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା

ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲାରେ ଗୁରୁବାର ପୁଣି ୪ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି।...

ଲିଗାଲ ହାୟାର ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ ପିଚୁକୁଳି ଏଆର୍‌ଆଇ ଏବଂ ଦଲାଲ

ଖୋର୍ଦ୍ଧା ଅଫିସ,୨୮ା୧୧: ଲିଗାଲ ହାୟାର ସାର୍ଟିଫିକେଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲର ପିଚୁକୁଳି ଅତିରିକ୍ତ ରେଭିନ୍ୟୁ...

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି : ୫ଟାରୁ ରାତି ୯ଟା ଯାଏ ଦର୍ଶନ ବନ୍ଦ

ପୁରୀ ଅଫିସ,୯।୧୧: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement
Archives

Model This Week