ରାତିରେ ପର ଘରେ ଆଶ୍ରୟ

ଚମ୍ପୁଆ, ୧।୫ (ଡି.ଏନ.ଏ.)-ଘର ଭାଙ୍ଗି ଯାଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଅର୍ଥ ଅଭାବ ଯୋଗୁ ଘରେ ଖଣ୍ଡେ କରିବା ତାଙ୍କ ପକ୍ଷେ କଷ୍ଟକର। ବହୁ କଷ୍ଟରେ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି। ଏପରି ସ୍ଥିତିରେ ନିଜେ ଘରଟିଏ ତିଆରି କରିବା ସ୍ବପ୍ନ। ଏଣୁ ଦିନରେ ଏହି ଭଙ୍ଗା ଘରେ କାରବାର କରୁଥିଲେ ହେଁ ଘର ଭାଙ୍ଗି ପଡ଼ିଯିବା ଭୟରେ ଦୁଇପୁଅଙ୍କ ସହ ପର ଘରେ ରାତିରେ ମୁଣ୍ଡ ଗୁଞ୍ଜୁଥିବା କୋହଭରା କଣ୍ଠରେ କହିଥିଲେ ଅସହାୟ ମଞ୍ଜୁ ପୂର୍ତ୍ତି।
କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସିର ୧୩ ନଂ ୱାର୍ଡ ରାମଲା ଗ୍ରାମରେ ବସବାସ କରୁଛନ୍ତି ମଞ୍ଜୁ। ସ୍ବାମୀ ଦୁର୍ଗାଚରଣ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇ ୩ ବର୍ଷ ତଳେ ଆରପାରିକୁ ଚାଲିଗଲେ। ମଞ୍ଜୁ ଦୁଇପୁଅ ନରେନ୍ଦ୍ର (୭) ଏବଂ ମଣ୍ଟୁ (୪)ଙ୍କ ସହ ଏଠାରେ ରହୁଛନ୍ତି। ଦୁଇଛୁଆଙ୍କୁ ମଣିଷ କରିବାର ସ୍ବପ୍ନ ନେଇ ଦିନମଜୁରିଆ ଭାବେ କାମ କରୁଛନ୍ତି। ଏଥିରୁ ମିଳୁଥିବା ଟଙ୍କାରେ ପିଲାଙ୍କୁ ଦାନା ଯୋଗାଇ ପାରୁଛନ୍ତି। ଘରଟିକୁ ଛାଡ଼ି ଦେଲେ ଅନ୍ୟ କିଛି ସମ୍ବଳ ନାହିଁ। ହେଲେ ଗରିବ ଶ୍ରେଣୀର ଏହି ପରିବାର ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ବର୍ଷକ ତଳେ ପ୍ରବଳ ବର୍ଷାରେ ମାଟିଘର ଖଣ୍ଡିକ ଦବି ଯାଇଥିବା ବେଳେ କାନ୍ଥ ଫାଟି ଅଁା କରିଛି। ବାଉଁଶ ଠେସା ଦେଇ ଘରକୁ ରଖାଯାଇଥିଲେ ମଧ୍ୟ କେତେବେଳେ ବି ପଡ଼ିଯିବାର ଆଶଙ୍କା ରହିଛି। ଫଳରେ ଦିନରେ ଭଙ୍ଗାଘରେ ଚଳି ଯାଉଥିବା ବେଳେ ରାତି ହେଲେ ମୁଣ୍ଡ ଗୁଞ୍ଜିବା ଚିନ୍ତା ଘାରୁଛି। କାନ୍ଥ ପଡ଼ିଯିବା ଭୟରେ ଗଁାର ପରିଚିତଙ୍କ ଘରେ ରାତି କାଟୁଥିବା ମଞ୍ଜୁ କହିଛନ୍ତି। ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ବା ସମାଜ ମଙ୍ଗଳ ସହାୟତା ପାଇବାରୁ ସେ ବଞ୍ଚିତ ବୋଲି କହନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ମିଳିଲେ ସେ ଦୁଇଛୁଆଙ୍କ ସହ ସୁବିଧାରେ ରହିପାରନ୍ତେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଗୌରହରି ମହାନ୍ତଙ୍କୁ ପଚାରିବାରୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ କର୍ମଚାରୀଙ୍କୁ ମଞ୍ଜୁଙ୍କ ଘରକୁ ପଠାଇବା ସହ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଆବାସ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri