ଆମ ଜିଲା ଖବର

ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ…

ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ

ମାଲକାନଗିରି,୧୬ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନାରେ ୪ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଆଣି ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ପୋଲିସ ନାବାଳକଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୩…

ଶାଶୁଙ୍କଠାରୁ ଉଦ୍ଧାର ହେଲା ନିଖୋଜ ଶିଶୁ କନ୍ୟା

କୋରାପୁଟ,୧୫ା୨: କୋରାପୁଟ ମେଡିକାଲ କଲେଜରୁ ନିଖୋଜ ଶିଶୁକନ୍ୟା ସୋମବାର ଉଦ୍ଧାର ହୋଇଛି। ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଟୁନା ହରିଜନଙ୍କୁ ରବିବାର ରାତିରେ କୁନ୍ଦୁରାର ଫୁଫୁଗାଁ ଅଞ୍ଚଳରୁ ପୋଲିସ ଗିରଫ କରିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ପୋଲିସ…

ଫାସ୍‌ଟାଗ୍‌ ଲାଗୁ ହେଲେ ମଧ୍ୟରାତ୍ରରୁ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୫।୨: ସୋମବାର ମଧ୍ୟରାତିରୁ ସମସ୍ତ ଟୋଲପ୍ଲାଜା (ଟୋଲଗେଟ୍‌)ରେ ଫାସ୍‌ଟାଗ୍‌ ଲଗୁ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନ୍‌ଏଚ୍‌ଆଇ) ନିଷ୍ପତ୍ତି ନେଇଛି । ତେବେ ବରଗଡ଼ ନ୍ୟାଶନାଲ ହାଇୱେ ୟୁଜର୍ସ ସଂଘ ଏନ୍‌ଏଚ୍‌ଏଆଇର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ।…

କଂଗ୍ରେସ ଗଡ଼ରୁ ବାହାରିଲେ ନି କେହି: ଜଣେ କରୁଛନ୍ତି ବିକ୍ଷୋଭ

ଜୁନାଗଡ଼,୧୫।୨: କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ସୋମବାର କଂଗ୍ରେସ ପକ୍ଷରୁ ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇଥିଲା। ଯାନବାହାନ, ଦୋକାନ…

ଉଦାହରଣ ପାଲଟିଲେ ଶିକ୍ଷକ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲା ପଦ୍ମପୁର-ସୋହେଲା ବିଜୁ ଏକ୍ସପ୍ରେସ ରାସ୍ତାର କନସିଂହା ଛକ ନିକଟରେ ସୋମବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାର ୨ଜଣ ଆହତକୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଶିକ୍ଷକ ଦିବସ କୁମାର ସାହୁ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି।…

ଆଧାର ସାଜିଲା ଅଡ଼ୁଆ, ରାଜ୍ୟ ବୃତ୍ତି ଯୋଜନା ଆବେଦନରୁ ବଞ୍ଚିତ ହେଲେ ୩ ଛାତ୍ରୀ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲା ବିଜେପୁର ବ୍ଲକ ମୁଣ୍ଡୋମହୁଲ ଗ୍ରାମର ୩ ଜଣ ଛାତ୍ରୀ ଲିଲି ତରିଆ, ପୂଜା ଷାଣ୍ଢ ଏବଂ ପ୍ରୀତି ଭୁଏ ରାଜ୍ୟ ଛାତ୍ରବୃତ୍ତି ଯୋଜନାରେ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । ସେଥିରେ ଆଧାର ପ୍ର୍ରତିବନ୍ଧକ ସାଜିଥିବା…

ଡାବୁଗାଁରେ ବନ୍ଦର ପ୍ରଭାବ: ଗାଡ଼ି ଚାଳଚଳ ବନ୍ଦ

୧୫।୨ (ଡି.ଏନ୍‌.ଏ.): ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକରେ ୬ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ…

ନିଶ୍ଚିନ୍ତକୋଇଲି ବ୍ଲକରେ ବନ୍ଦର ପ୍ରଭାବ କମ୍‌

ନିଶ୍ଚିନ୍ତକୋଇଲି,୧୫।୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ କଂଗ୍ରେସର ବନ୍ଦ ପାଳନ ସେତେଟା ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ସପ୍ତାହିକ ହାଟ ଓ ବଜାର ସ୍ବଭାବିକ ଭାବେ ଖୋଲାଥିବା ବେଳେ ଦୁଇ ଚକିଆ ଯାନ ବାହାନ ଚଳାଚଳ ହୋଇଛି। ସରକାରଙ୍କ…

ଓଭରବ୍ରିଜ୍‌ ତଳେ ୨ ଶିଶୁଙ୍କ ଜୀବନ ନେଇଗଲା ପିକ୍‌ଅପ୍‌

ଢେଙ୍କାନାଳ ଅଫିସ,୧୫।୨: ଢେଙ୍କାନାଳ ସହର ବାଜିଚୌକ ଓଭରବ୍ରିଜ୍‌ ତଳେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା…

ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ପିକ୍‌ଅପ୍‌: ୨ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ

ନୂଆପଡ଼ା ଅଫିସ,୧୫।୨: ନୂଆପଡ଼ା ଜିଲା କୋମନା ଥାନା କ୍ରିଷ୍ଣା ଛକରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ପିକ୍‌ଅପ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ…

ରାୟଗଡ଼ାରେ ବନ୍ଦ ପ୍ରଭାବ: ଅଟକାଇଲେ ଯାନବାହନ

ରାୟଗଡ଼ା ଅଫିସ,୧୫।୨ କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦରଦାମ ବୃଦ୍ଧି ବିରୋଧରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏନେଇ ରାୟଗଡ଼ା-କପିଳାଶ ଛକଠାରେ ଯାନବାହନ ଅଟକାଇ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?