ଆମ ଜିଲା ଖବର

ପଛରୁ ପିଟିଲା ଟ୍ରକ୍‌, ଚାଲିଗଲା ମା’ ବାପାଙ୍କ ଜୀବନ; ଝିଅ ଗୁରୁତର

ଚଣ୍ଡିଖୋଲ,୧୧।୪ (ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ବର୍ଷର ଝିଅ ଗୁରୁତର ହୋଇଛନ୍ତି।…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୬ ପୋଲିସ କର୍ମଚାରୀ ନିଲମ୍ବିତ

ସମ୍ବଲପୁର ଅଫିସ,୧୧।୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ତାଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।…

ପିପିଲି ଉପନିର୍ବାଚନ: ଆସନ୍ତାକାଲି ରୁଦ୍ରଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଆସନ୍ତାକାଲି ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି…

ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଡ଼ବିଲ,୧୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବଜାର ମଧୁସୂଦନ ଛକ ନିକଟରେ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଘର ପୋଡ଼ିଜଳି ପାଉଁଶ ହୋଇଯାଇଥିବା ଜଣାପଡ଼ଛି। ଏକ ଟାୟାର ରିପ୍ୟାରିଂ ଦୋକାନ, ସାଇକେଲ ରିପ୍ୟାରିଂ ଦୋକାନ ଏବଂ ଫୁଲ ଦୋକାନ ଏହି ଅଗ୍ନିକାଣ୍ଡରେ ଭସ୍ମୀଭୂତ…

ଫେରାର ପରେ ତତ୍ପର

କଟକ ଅଫିସ, ୧୧।୪: ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଶନିବାର ଅପରାହ୍ନରେ ଫେରାର ହୋଇଯିବା ଘଟଣା କମିଶନରେଟ ପୋଲିସର ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି। ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ…

ସ୍ବାମୀ ଶୋଇଥିବା ସମୟରେ ଲୁହା ପାଇପ୍‌ରେ ମୁଣ୍ଡକୁ ପିଟି ହତ୍ୟା କଲେ ସ୍ତ୍ରୀ, କାନ୍ଦିକାନ୍ଦି ଥାନାରେ…

ବାଲିଶଙ୍କରା,୧୧।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ପଡ଼ାର ଡୁଙ୍ଗୁରୀ ପଡ଼ାରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳା ସ୍ବାମୀଙ୍କୁ ଲୁହା ପାଇପ୍‌ରେ ପିଟି ହତ୍ୟା କରିବା ପରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ପ୍ରକାଶ କୁଜୁରୁ (୪୫)। ସ୍ତ୍ରୀ…

ଭିତରକନିକାରେ ଡଲ୍‌ଫିନ ସଂଖ୍ୟା ବଢ଼ିଲା

କେନ୍ଦ୍ରାପଡ଼ା ଅଫିସ,୧୧। ୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍‌ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ସାମୁଦ୍ରିକ ଅଞ୍ଚଳରେ ମୋଟ୍‌ ୩ ପ୍ରଜାତିର ୩୪୨ ଡଲ୍‌ଫିନ ଥିବା…

ପୋଲିସ ମାନୁନି କଟକଣା, ଜନସାଧାରଣଙ୍କୁ ଜରିମାନା

ସମ୍ବଲପୁର, ୧୧।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏହାକୁ ମୁକାବିଲା ପାଇଁ ସରକାର ନୂଆ ଗାଇଡ୍‌ଲାଇନ କରିଛନ୍ତି। ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ…

ମାଣ୍ଡିଆକେକ୍‌ ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି

ସମ୍ବଲପୁର,୧୧।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)କୁ ଆଉ ଏକ ସଫଳତା ମିଳିଛି। ହୋମ୍‌ ସାଇନ୍ସର ପିଜି ଓ ସ୍କୁଲ ଅଫ କେମେଷ୍ଟ୍ରି ବିଭାଗର ମିଳିତ ମାଣ୍ଡିଆ ପ୍ରସ୍ତୁତିି ପ୍ରଣାଳୀକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ଭାରତୀୟ ପ୍ରଣାଳୀ ଅଫିସ ଭାରତ ସରକାରଙ୍କ ପକ୍ଷରୁ…

ଟୋଲ୍‌ ଗେଟ୍‌ରେ ଶୁଳ୍କ ଆଦାୟକୁ ନେଇ ବିକ୍ଷୋଭ

ବାରିପଦା ଅଫିସ/ସାରସକଣା,୧୧ା୪-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର କୁଳିଅଣା ନିକଟ ଶୁଖୁଆପୋଡା ଟୋଲ ଗେଟରୁ ଶୁଳ୍କ ଆଦାୟକୁ ବିରୋଧ କରି ଅଞ୍ଚଳବାସୀ ଶନିବାର ଅପରାହ୍ନରେ ବିକ୍ଷୋଭ ଜାରି ରଖିଛନ୍ତି। ଓଭରବ୍ରିଜ କାର୍ଯ୍ୟ ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ…

୧୪ ଭକ୍ତଙ୍କୁ ନେଇ ଚଡ଼କମେଳା

ଭୋଗରାଇ, ୧୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳାର ଶନିବାର ଥିଲା ୪ର୍ଥ ଅର୍ଘ୍ୟ। ଏହି ଅବସରରେ ମହାଦେବଙ୍କଠାରେ ଶ୍ରେଷ୍ଠ ଭକ୍ତ ଉପବୀତଧାରୀ ପାଟଭକ୍ତ, ଦେଉଳିଆ ଓ…

ଏମାର ମଠରୁ ମିଳିଲା ୪୫ ରୁପା ଇଟା, ୪ଫୁଟ ତଳେ ପୋତା ହୋଇ ରହିଥିଲା

ପୁରୀ ଅଫିସ,୧୧।୪: ରୁପା ଇଟାକୁ ନେଇ ଚର୍ଚ୍ଚାରେ ଥିବା ପୁରୀ ଏମାର ମଠରୁ ଦେବୋତ୍ତର ବିଭାଗର ତାଲିକାଭୁକ୍ତ ୪୫ଖଣ୍ଡ ରୁପା ଇଟାକୁ ଶନିବାର ଜିଲା କୋଷାଗାରକୁ ପଠାଯାଇଛି। ଏହି ରୁପା ଇଟା ଏମାର ମଠର ଏକ କୋଠରିରେ ପ୍ରାୟ ୪ଫୁଟ ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?