ଜାଲ ଚିଠିରେ ଦରମା ବୃଦ୍ଧି

କେନ୍ଦୁଝର,୫ା୭: କେନ୍ଦୁଝର ଜିଲା ଶିକ୍ଷା ବିଭାଗରେ ଜାଲ ଚିଠିରେ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ବେଳେ ଏହାର ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଜିଲାପାଳ ଓ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଦୀର୍ଘ ୭ ମାସ ହେଲା ଉକ୍ତ ଜାଲ ଚିଠିର ଯାଞ୍ଚ କରାଯାଇ ନ ଥିବା ବେଳେ ଏବେ ତରବରିଆ ଭାବେ ଦୋଷ ଲୁଚାଇବାକୁ ବିଭାଗୀୟ ତଦନ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ସାହାରପଡ଼ା ବ୍ଲକ ଅନ୍ତର୍ଗତ ଗଣ୍ଡବେଡ଼ା ପଞ୍ଚାନନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ୨୦୧୫ ଅକ୍ଟୋବର ୧ତାରିଖଠାରୁ ୪୦ପ୍ରତିଶତ ଦରମା ପାଉଥିଲେ। ସରକାରଙ୍କ ନିୟମ ଅନୁସାରେ ଯେଉଁ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ କ୍ରମାଗତ ଭାବେ ୫୦ ପ୍ରତିଶତରୁ ଅଧିକ ଫଳାଫଳ ପ୍ରଦର୍ଶନ କରିବ ସେହି ସ୍କୁଲ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯିବା ବ୍ୟବସ୍ଥା ରହିଛି। ମାତ୍ର ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଦର୍ଶନ ଗତ ୩ବର୍ଷରେ ମାଟ୍ରିକ ଫଳାଫଳ ୫୦ ପ୍ରତିଶତରୁ ଅଧିକ ହୋଇ ନ ଥିଲେ ମଧ୍ୟ ତତ୍କାଳୀନ ଜିଲା ଶିକ୍ଷା ଅଧିକାରୀଙ୍କ ସ୍ବାକ୍ଷରରେ ପତ୍ର ସଂଖ୍ୟା ୧୨୦୮୧/ ୧୩/୧୧/୨୦୨୦ରେ ଏକ ଜାଲ ଚିଠି ପ୍ରସ୍ତୁତ କରାଯାଇ ଏହି ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଶତକଡା ୬୦ପ୍ରତିଶତ ଦରମା ଦେବା ଲାଗି ଆଦେଶ କରାଯାଇଥିଲା। ଏହି ଆଦେଶ ଫଳରେ ବିଦ୍ୟାଳୟର କର୍ମଚାରୀ ଗୋଟିଏ ମାସର ବର୍ଦ୍ଧିତ ଦରମା ପାଇଥିଲେ। ପରେ ଏହା ଜାଲ ଚିଠି ବୋଲି ଜାଣିବା ପରେ ବର୍ତ୍ତମାନର ଡିଇଓ ସଂଗ୍ରାମ ସାହୁ ତାଙ୍କ ପତ୍ର ସଂଖ୍ୟା ୧୬୭୭୭/ ୨୮/୧୨/୨୦୨୦ରେ ଏକ ପତ୍ର ଲେଖି ନଭେମ୍ବର ୧୩ ତାରିଖ ପ୍ରଦାନ କରାଯାଇଥିବା ଚିଠିଟି ଜାଲ୍‌ ନଭେମ୍ବର ମାସରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବର୍ଦ୍ଧିତ ବେତନ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଜମା ଦେବାକୁ ଲେଖିଥିଲେ। ଏହାପରେ ଉକ୍ତ ବିଦ୍ୟାଳୟର କର୍ମଚାରୀ ବର୍ଦ୍ଧିତ ଦରମା ଫେରାଇ ନ ଥିବା ବେଳେ ଏହି କାମ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣୀ ୫୦ହଜାର ଟଙ୍କା ଲାଞ୍ଚ ନେଇଥିବା କଥା ସେମାନେ ଅଭିଯୋଗ କରିଥିଲେ। ମାତ୍ର ଉକ୍ତ ଜାଲ୍‌ ଦସ୍ତଖତ ଥିବା ଚିଠିର ତଦନ୍ତ କରି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ କରିବା କିମ୍ବା ଥାନାରେ ଏତଲା ନ ଦେବା ଖୋଦ ବିଭାଗରେ ଆଲୋଚ୍ୟ ବିଷୟ ହୋଇଛି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ସଂଗ୍ରାମ ସାହୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri