ବଦଳୁଛି ବସ୍ତିର ମାନଚିତ୍ର

ବାଲେଶ୍ୱର ଅଫିସ, ୬।୭-ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବାଲେଶ୍ୱର ସହରର ବିଭିନ୍ନ ବସ୍ତିରେ ନିର୍ମାଣ ହେବାକୁ ଯାଉଛି ଓଏସ୍‌ଡ଼ି (ଓପନ୍‌ ସ୍ପେଶ୍‌ ଡେଭଲପମେଣ୍ଟ)। ଏହି ପ୍ରକଳ୍ପରେ ବସ୍ତି ଅଞ୍ଚଳର ପିଲାମାନଙ୍କ ଖେଳିବା ପାଇଁ ନିର୍ମାଣ ହେଉଛି ଛୋଟ ଛୋଟ ପାର୍କ। ଅଳ୍ପ ଜାଗାକୁ ବିକଶିତ କରାଯାଇ ସୁନ୍ଦର ଛୋଟ ପାର୍କରେ ପରିଣତ କରାଯାଉଛି। ସେଠାରେ ପିଲାମାନଙ୍କ ଖେଳକୁଦ ତଥା ମନୋରଞ୍ଜନ ପାଇଁ ଖସଡ଼ା, ଦୋଳି ଆଦି ଖେଳ ସାମଗ୍ରୀ ବ୍ୟବସ୍ଥା କରାଯାଇଛି।
ବସ୍ତିବାସିନ୍ଦା ତଥା ବସ୍ତି ପିଲାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ବସ୍ତି ଅଞ୍ଚଳକୁ ଆଦର୍ଶ ବସ୍ତିରେ ପରିଣତ କରାଯିବାକୁ ଉଦ୍ୟମ କରାଯାଉଛି। ଏମିତିକି ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ନିଯୁକ୍ତ କରାଯାଇ ରୋଜଗାରକ୍ଷମ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ପୌରପାଳିକା ପକ୍ଷରୁ ଅଙ୍ଗାରଗଡ଼ିଆ ଓ ଯାଦବପୁର ବସ୍ତିରେ ଓଏସ୍‌ଡି ନିର୍ମିତ ହୋଇସାରିଛି। ଏଥିପାଇଁ ଏସ୍‌ଡିଏଫ୍‌ (ସ୍ଲମ୍‌ ଡେଭଲପମେଣ୍ଟ ଆସୋସିଏଶନ) ମାଧ୍ୟମରେ ସ୍ବତନ୍ତ୍ର ଭାବେ ବସ୍ତି କମିଟି ଗଠନ କରାଯାଇ ବସ୍ତି ଲୋକଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ପ୍ରତି ଓଏସ୍‌ଡି ପାଇଁ ୧ରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲ କୁହନ୍ତି, ବାଲେଶ୍ୱର ପୌରପାଳିକା ଅଧୀନରେ ମୋଟ ୪୧ଟି ବସ୍ତି ରହିଛି। ସେଥିମଧ୍ୟରୁ ୨୧ଟି ସରକାରୀ ଜମି ଏବଂ ୨୦ଟି ରେଲୱେ ଓ ବ୍ୟକ୍ତିଗତ ଜମିରେ ରହିଛି। ଫଳରେ ଓଏସ୍‌ଡି ନିର୍ମାଣ ପାଇଁ ସମସ୍ୟା ଉପୁଜୁଛି। ଯେଉଁଠି ତିଆରି ପାଇଁ ଯୋଜନା ହେଉଛି ସେଠାରେ ଲୋକ ବିରୋଧ କରୁଛନ୍ତି। ଆଗାମୀ ଦିନରେ ଲୋକମାନଙ୍କୁ ବୁଝାଶୁଝା କରି ଅନ୍ୟ ବସ୍ତିଗୁଡ଼ିକରେ ଓଏସ୍‌ଡ଼ି ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri