୭ରେ ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ମରାମତି

ପୁରୀ ଅଫିସ,୫।୭: ପୂର୍ବ ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କର ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ ମରାମତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଆସନ୍ତା ୭ତାରିଖରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ସୋମବାର ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି। ଖିମଜୀ ପକ୍ଷରୁ ବିନା ମଜୁରିରେ ଏହି ମରାମତି କାର୍ଯ୍ୟ କରାଯିବ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ୨ଟି ଲେଖାଏଁ ଶ୍ରୀଭୂଜ, ଖଡୁ, ବଳା, ପାପୁଲି, ଆଙ୍ଗୁଠି ମରାମତି କରାଯିବ। ଏଥିପାଇଁ ପ୍ରାୟ ୧୨ଶହ ଗ୍ରାମ ସୁନା ଆବଶ୍ୟକ। ଶ୍ରୀମନ୍ଦିର ପକ୍ଷରୁ ଏସ୍‌ବିଆଇରେ ଥିବା ସୁନାକୁ ଅଣାଯାଇ ବିଧି ମୁତାବକ ବିଶୁଦ୍ଧ କରାଯାଇ ମରାମତି କାର୍ଯ୍ୟରେ ଲଗାଯିବ। ୪ ଅଭିଜ୍ଞ କାରିଗର ମରାମତି ଦାୟିତ୍ୱରେ ରହିବେ। ସୁନାବେଶରେ ମହାପ୍ରଭୁ ଏହି ସୁବର୍ଣ୍ଣ ଅଳକାର ପରିଧାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ...

ଛାଡ଼ଖାଇରେ ଡାହୁକା ଡ୍ୟାମରେ ମାଛ ଧରିବାକୁ ନାହିଁ କଟକଣା

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଡାହୁକା ଡ୍ୟାମରେ ବୁଧବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଛ ଧରିବା ପାଇଁ ଲୋକଙ୍କ ଭିଡ଼...

ଚୋରି, ନିଶା କାରବାର ବୃଦ୍ଧିର ପ୍ରତିବାଦ: ରାସ୍ତାରେ ବସିଲେ, ଥାନା ଘେରିଲେ ମହିଳା

ସୋନପୁର, ୩।୨(ନି.ପ୍ର.) ସୁବର୍ଣ୍ଣପୁର ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ତରଫରୁ ମହିଳାମାନେ ରବିବାର ରାସ୍ତାକୁ ଓହ୍ଲାଇଥିଲେ। ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ...

ଚାଷୀଙ୍କୁ ମିଳୁନି କୃଷି ଋଣ: ୧୪ ସେବା ସମିତିରେ ଅବ୍ୟବସ୍ଥା

ଖଇରା, ୨୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଖଇରା ଶାଖାରେ କର୍ମଚାରୀ ଅଭାବ ଯୋଗୁ ୧୪ ସେବା ସମବାୟ ସମିତିର ୨ଶହରୁ ଊର୍ଦ୍ଧ ଚାଷୀଙ୍କର...

ଜଙ୍ଗଲରୁ ୧୧ କୁଇଣ୍ଟାଲ ପୋଚ ଧରି ନଷ୍ଟ କଲା ପୋଲିସ

ଲଇକେରା, ୨୮।୪ (ଡି.ଏନ.ଏ.)- କରୋନାର ଭୟାବହତା ନେଇ ସାରା ଦେଶ ଲକ ଡାଉନ ହୋଇଥିବା ବେଳେ ପ୍ରାୟତଃ ଦୋକାନ ବଜାର ଏବେ ବି ବନ୍ଦ ରହିଛି...

ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦ ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା।...

କରୋନା ଟେଷ୍ଟ ପାଇଁ ରକ୍ତ ନମୁନା ନେବା ପୂର୍ବରୁ ମେଡିକାଲରୁ ଯୁବକ ଫେରାର

ରାୟଗଡ଼ା ଅଫିସ,୪।୪: ରାୟଗଡ଼ା ଜିଲା କାଶୀପୁର ବ୍ଲକର ଜଣେ ଯୁବକ କେରଳରେ କାମ କରୁଥିଲେ। କରୋନା ପାଇଁ ଲକ୍ ଡାଉନ୍ ପରେ ଗାଡ଼ି ଚଳାଚଳ ବନ୍ଦ...

ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଦାବିପତ୍ର

ବାରିପଦା ଅଫିସ,୫ା୧୦- ମୟୂରଭଞ୍ଜ ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଉପସଭାପତି ଉପତ୍ଳ କୁମାର ଭଦ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶୁକ୍ରବାର ଜିଲା ଶିକ୍ଷା...

Advertisement


Archives

Model This Week