ପାହାଡ଼ରୁ ମିଳିଲା ନରକଙ୍କାଳ

ଲାଠୋର, ୫ା୭: ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ପାଢ଼େଲ ଡୁଙ୍ଗୁରି(ପାହାଡ଼)ରୁ ସୋମବାର ପୋଲିସ ଏକ ନରକଙ୍କାଳ ଜବତ କରିଛି। ଏ ନେଇ ଏକ ମାମଲା(ନଂ.୬/୨୧) ରୁଜୁ କରି ପୋଲିସ ଜବତ କଙ୍କାଳର ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପଠାଇଛି। କଙ୍କାଳ ନିକଟରୁ ମିଳିଥିବା ଧୋତି ଓ ଶାଲ୍‌ ଗତ ଜୁନ୍‌ ୫ତାରିଖରୁ ନିଖୋଜ ଲାଠୋର ତଳିପଡ଼ାର କପୁରଚନ ଭୁଏ (୭୦)ଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ତେବେ ଜବତ କଙ୍କାଳ କପୁରଚନଙ୍କର କି ନୁହେଁ ତାହାର ଅନୁସନ୍ଧାନ ଚାଲିଛି ବୋଲି ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି। ସକାଳେ ଲାଠୋର ଗଁାର କେତେଜଣ ଲୋକ ପାଢ଼େଲ ଡୁଙ୍ଗୁରିକୁ ଯାଇଥିବା ବେଳେ ଚଟାଣ ଉପରେ ଏକ କଙ୍କାଳ ପଡ଼ିଥିବା ଦେଖିଥିଲେ। ଅପରପକ୍ଷରେ ମାସକ ତଳେ ଶୌଚ ପାଇଁ ଯାଇ ଘରକୁ ଫେରି ନ ଥିବା କପୁରଚନଙ୍କର ଏହି କଙ୍କାଳ ହୋଇଥାଇ ପାରେ ବୋଲି ସନ୍ଦେହ କରି ସେମାନେ ପୋଲିସ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଫାଶରେ କୁଟୁରା, ଗୟଳ ଶିକାର

ବନ୍ତଳା, ୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅଧୀନରେ ସୋମବାର ଓ ମଙ୍ଗଳବାର ୧୧ କେଭି ତାରରେ ହୁକ ପକାଇ ଏକ କୁଟୁରା...

ବାଲି ଟଙ୍କା ୪ ଭାଗ

ଯାଜପୁର ଅଫିସ,୩।୫: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରୁ ବାଲି ଲୁଟ୍‌୍‌ ସୁଚିନ୍ତିତ ଯୋଜନାରେ ଚାଲିଛି। ଯୋଜନା ଅନୁଯାୟୀ ଲୁଟ୍‌ ବାଲି ବାବଦ ଅର୍ଥକୁ...

ବଜ୍ରପାତରେ ଚାଲିଗଲା ୨ ଭଉଣୀଙ୍କ ଜୀବନ

କାମାକ୍ଷାନଗର,୧୦।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କଣ୍ଟାପାଳ ପଞ୍ଚାୟତ କରଡାପାଳ ଗ୍ରାମର ରଜନୀ ଦେହୁରୀ(୪୬) ଓ କୌଶଲ୍ୟା ଦେହୁରୀ(୫୨) ବୁଧବାର ଅପରାହ୍ନରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଦୁହେଁ...

ଚୋରକୁ ଧରି ପାରୁ ନ ଥିଲା ପୋଲିସ : ଲୋକେ ଧରି ଦେଲେ ଜିମା

ପୁରୁଷୋତ୍ତମପୁର,୨୯।୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘନ ଘନ ଚୋରି ଘଟଣା ଯୋଗୁ ଲୋକଙ୍କ ନିିଦ ହଜିଯାଇଛି। ଏହାକୁ ନେଇ ଲୋକେ ପୋଲିସରେ ଅଭିଯୋଗ କରୁଥିଲେ...

ମିଳୁନି ମାଗଣା ଔଷଧ, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ବଇଣ୍ଡା,୨୫ା୧ (ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନଙ୍କୁ ମାଗଣା ଔଷଧ ସହ ଠିକ୍‌ ଭାବେ ସେବା ମିଳୁ...

କାର ତଳେ ଚାପି ହୋଇ ଶ୍ୱଶୁର ମୃତ, ଅଳ୍ପକେ ବର୍ତିଲେ ଜ୍ୱାଇଁ

ଓଡଗାଁ,୨୪।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ପଥରାପିଚୁ ଫାକ୍ଟ୍ରି ନିକଟରେ ରବିବାର ଅପରାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର ତଳେ ଚାପି ହୋଇ...

ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ବର୍ଷା: ଉଡ଼ିଲା ଘରର ଛାତ, କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଭବାନୀପାଟଣା ଆଖପାଖ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କିଛି ସମୟ ପାଇଁ ଝଡ଼ତୋଫାନ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଫଳରେ ଅନେକ...

ଫୁଟବଲ ଟୁର୍ନାମେଣ୍ଟ, ତଣ୍ଡ୍ରିଗାଁ ଚାମ୍ପିୟନ

ଫିରିଙ୍ଗିଆ,୪ା୧୦- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ବରେବାଟା ଗ୍ରାମରେ ଚକାଡୋଳା କ୍ଲବ ଆନୁକୂଲ୍ୟରେ ଚାଲିଥିବା ବନ୍ଦନା କହଁର ସ୍ମାରକୀ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ...

Advertisement


Archives

Model This Week