ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଫର୍ମ ପୂରଣ ଆରମ୍ଭ

କଟକ ଅଫିସ,୬।୭: ଚଳିତବର୍ଷ ମାଟ୍ରିକ ଫଳ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ କରୋନା କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ। ଏଥିପାଇଁ ସୋମବାରଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ବୋର୍ଡ ୱେବ୍‌ସାଇଟ୍‌(www.bseodisha.ac.in)ରେ ଆସନ୍ତା ୧୪ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହାପରେ ଆସନ୍ତା ୩୦ରେ ପରୀକ୍ଷା ଆରମ୍ଭ ହେବ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ଗଣିତ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ। ଅଫ୍‌ଲାଇନ ପରୀକ୍ଷାର ମାର୍କ ଆଧାରେ ଯୁକ୍ତଦୁଇ ଆବେଦନ ଲାଗି ଛାତ୍ରୀଛାତ୍ରଙ୍କୁ କୌଣସି ସମସ୍ୟା ହେବନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ମିଳିଛି।
ସୂଚନାଥାଉ କି, କରୋନା ମହାମାରୀ ଯୋଗୁ ଚଳିତବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ବୋର୍ଡ ପକ୍ଷରୁ ମାଟ୍ରିକ ଫଳ ପ୍ରକାଶ ପାଇଥିଲା। ହେଲେ ଏହାକୁ ନେଇ ଅଧିକାଂଶ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ସ୍ଥାନରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିକ୍ଷୋଭ ସହ ରାସ୍ତାରୋକୋ କରିଥିଲେ। ପରବର୍ତ୍ତୀ ସମୟରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା କରାଇବାକୁ ବୋର୍ଡ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ...

ବନବିଭାଗ ଦେଲା ୧ ଲକ୍ଷ

ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏ...

ଏପ୍ରିଲରୁ ଚାଲିବ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ପୁଣି ଚାଲିବ। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ...

ନାଟ କରିବେନି ଦଣ୍ଡ କଳାକାର

ଆଠମଲ୍ଲିକ,୩ା୪(ଡି.ଏନ.ଏ.) ଆଠମଲ୍ଲିକ ଅଞ୍ଚଳରେ ଗଡ଼ଜାତ ଅମଳରୁ ଚାଲିଆସିଥିବା ବହୁ ପୁରାତନ ଲୋକନୃତ୍ୟ ଦଣ୍ଡ ନାଟ ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ହେବନାହିଁ। ସରକାର ଏହି ପାରମ୍ପରିକ...

୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆଳି ଥାନା ଏଏସ୍‌ଆଇ

ଆଳି, ୨୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏଏସ୍‌ଆଇ ରଣେନ୍ଦ୍ର ସାମଲ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ଅଭିଯୁକ୍ତଙ୍କୁ...

୧୩ରେ ଲଘୁଚାପ: ୨ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର...

ଆଜି ଜେଇଇ ଆଡ୍‌ଭାନ୍ସ : ଓଡ଼ିଶାରୁ ପରୀକ୍ଷା ଦେବେ ୩,୨୬୧ ପରୀକ୍ଷାର୍ଥୀ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ସୋମବାର ସମଗ୍ର ଦେଶରେ ଅନୁଷ୍ଠିତ ହେବ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା। ଦେଶର ସମସ୍ତ ଆଇଆଇଟି ସହ ଆଇଆଇଟି ଧାନବାଦ ତଥା ଇଣ୍ଡିଆନ୍‌ ସ୍କୁଲ...

କମୁନି କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୧୦,୦୩୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ...

Advertisement


Archives

Model This Week