ଆମ ଜିଲା ଖବର

ଏନ୍‌ଏସି ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରିନିଂ ଟେଷ୍ଟିଂ ଆରମ୍ଭ

ବୁଗୁଡ଼ା,୨୨।୫(ଡି.ଏନ୍‌.ଏ): ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ହେବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କ ଥର୍ମାଲ ସ୍କ୍ରିନିଂ ଟେଷ୍ଟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏନ୍‌ଏସିର…

ବାତ୍ୟା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭଦ୍ରକ ଅଫିସ,୨୨ା୫- ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଲକରେ ଥିବା ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ଯାଇ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଡ. ଜ୍ଞାନ ରଞ୍ଜନ…

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କଠାରୁ ନିର୍ଦ୍ଦେଶ…

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ପଟ୍ଟାଙ୍ଗୀ,୨୨ା୫(ଡି.ଏନ.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପୁଣି ଲାଗିଛି ଝଟକା। ଆନ୍ଧ୍ର ସରକାର ବିଗତ ଦିନରେ କରିଥିବା ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନ ପାଇଁ…

ଭିମ୍‌ସାରରେ ୩ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଶୁକ୍ରବାର ୩ ଜଣ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରଗଡ ଜିଲାର ଜଣେ ୫୫ ବର୍ଷର ମହିଳା ଓ ଜଣେ ୫୦ ବର୍ଷର ପୁରୁଷ ଅଛନ୍ତି। ସେହିପରି ଆଉ ଜଣେ…

ଟ୍ରେନ ଧକ୍କାରେ ଯୁବକ ହରାଇଲେ ହାତ

କଣ୍ଟାବାଞ୍ଜି,୨୧।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନ୍‌ରୁ ଶୁକ୍ରବାର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ଡାହାଣ ହାତ କଟି ଯାଇଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଛତିଶଗଡ଼ ବାକବେହେରା ଗ୍ରାମର ଇମ୍ରାନ…

ବିବାହ ପାଇଁ ଲୁଚାଇ ଥିଲେ କୋଭିଡ୍‌ ରିପୋର୍ଟ

ଦିଗପହଣ୍ଡି,୨୧।୫: ଗତ ସୋମବାର କୋଭିଡ୍‌ ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିଲା ପଜିଟିଭ୍‌। ଏ ସମ୍ପର୍କରେ ବରଙ୍କ ପରିବାର ଲୋକେ ଜାଣିଥିଲେ। ଏହାସତ୍ତ୍ୱେ ବାହା ହେବାକୁ ବେଦୀରେ ବସିଥିଲେ ବର। ଖବର ପାଇ ପ୍ରଶାସନ ଚଢାଉ କରି ବରକୁ ଆଇସୋଲେଶନକୁ ପଠାଇଦେଇଛି।…

ବିବାହ ଭୋଜିରେ ହଜାରେ ଲୋକଙ୍କୁ ଦେଇଥିଲେ ଆମନ୍ତ୍ରଣ

ହିଞ୍ଜିଳିକାଟୁ,୨୧ା୫: କୋଭିଡ଼ କଟକଣାକୁ ଅବମାନନା କରି ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମରେ ଶୁକ୍ରବାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ବିବାହ ଭୋଜିର ଆୟୋଜନ ହେଉଥିଲା। ଖବର ପାଇ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ବିବାହ ଭୋଜି ବନ୍ଦ…

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

କେନ୍ଦୁଝର,୨୧।୫: କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ମା’ ଓ ତାଙ୍କର ୩ ବର୍ଷର ଝିଅ ଏବଂ ସମ୍ପର୍କୀୟ ଭାଉଜଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଯାଯାବର ବୋଲି ଜଣାପଡିଛି। ଝାଡଖଣ୍ଡ ରାଞ୍ଚି ଅଞ୍ଚଳର…

କରୋନା ଭୟ: ରଥଖଳାରୁ ଆଉ ୧୦ ପଜିଟିଭ୍‌ ଚିହ୍ନଟ

ପୁରୀ ଅଫିସ,୨୧।୫: ପୁରୀ ରଥଖଳାରୁ ଆଉ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଏ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ରଥଖଳାରୁ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହେଲେଣି। ସେମାନଙ୍କ…

ବେଳାଭୂମିରେ ପଡ଼ିଛି ଅଲିଭ୍‌ ରିଡ୍‌ଲେଙ୍କ ମୃତଦେହ

ଗଞ୍ଜାମ,୨୧ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଦୁଇଦିନ ତଳେ ଗୋଟିଏ ଅଲିଭ୍‌ ରିଡ୍‌ଲେ କଇଁଛର ମୃତଦେହ ପଡ଼ିଥିବା ବେଳେ ଗୁରୁବାର ଆଉ ଦୁଇଟି କଇଁଛଙ୍କ ମୃତଦେହ ବେଳାଭୂମିରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହାକୁ…

ସଂକ୍ରମଣ ଭୟ: ବାୟୋ ବବଲ୍‌ ସୁରକ୍ଷା ବଳୟରେ ହେବ ରଥ ନିର୍ମାଣ

ପୁରୀ ଅଫିସ,୨୧ା୫: ପୁରୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା କଟକଣା ମଧ୍ୟରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବି ଚାଲୁ ରହିଛି। ତେବେ ଏହି କାର୍ଯ୍ୟ କରୁଥିବା ମହାରଣା ସେବକମାନେ ଜଣକ ପରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?