୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ

ବରଗଡ଼ ଅଫିସ୍‌,୧୨।୮: ବରଗଡ଼ରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିଛି । ୧ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗଫୁଟରେ ଉକ୍ତ କ୍ୟାନସର କେୟାର ସେଣ୍ଟର ୫ ମହଲା ବିଶିଷ୍ଟ ହେବ। ଏନେଇ ୯୦କୋଟି ୨୭ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ରସଂଖ୍ୟା- ୨୨୮୧୭ ତା-୧୧।୮।୨୧ରେ ସୂଚନା ଦିଆଯାଇଛି ।

ଉକ୍ତ ହସ୍ପିଟାଲର ତଳ ମହଲାରେ ରେଡ଼ିଏଶନ ଥେରାପି ୟୁନିଟ୍‌, ପ୍ରଥମ ମହଲାରେ ମେଡ଼ିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି ବହିର୍ବିଭାଗ ସହିତ ୨୦ଟି ଶଯ୍ୟା ରହିବ । ସେହିପରି ଦ୍ୱିତୀୟ ମହଲାରେ ପେଟ୍‌ ସିଟି, ଗ୍ରାମା ହଟ୍‌ ଚ୍ୟାମ୍ବର, ତୃତୀୟ ମହଲାରେ ଅନ୍ତର୍ବିଭାଗ ମେଡ଼ିକାଲ ଅଙ୍କୋଲୋଜି, ଚତୁର୍ଥ ମହଲାରେ ଅନ୍ତର୍ବିଭାଗ ସର୍ଜିକାଲ ଅଙ୍କୋଲୋଜି ଏବଂ ପଞ୍ଚମ ମହଲରେ ୨ଟି ଅପରେଶନ ଥିଏଟର(ଓଡ଼ି) ସହିତ ୨୦ଟି ଆଇସିୟୁ ଶଯ୍ୟା ରହିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପରୋକ୍ତ ଚିଠିରେ ଉଲ୍ଲେଖ ରହିଛି ।

ସୂଚନା ଯୋଗ୍ୟ, ବରଗଡ଼ରେ କ୍ୟାନସର ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ଯୋଗୁ ଏଠାରେ ଏକ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଜିଲାର ବିଭିନ୍ନ ସଂଗଠନ ସମେତ ଜିଲାବାସୀ ଦୀର୍ଘ ଦିନରୁ ଦାବିକରି ଆସୁଥିଲେ । ଜିଲାବାସୀଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ ବରଗଡ଼ରେ କ୍ୟାନସର ହସ୍ପିଟାଲ ନିର୍ମାଣ ନେଇ ଘୋଷଣା କରିଥିଲେ।

ହସ୍ପିଟାଲ ନେଇ ପ୍ରଥମେ ରାଜ୍ୟ ସରକାର ୧୦ କୋଟି ୪୯ଲକ୍ଷ ୨୧ହଜାର ଟଙ୍କା ଅନୁମୋଦନ କରିଥିଲେ । ଏହାକୁ ନେଇ ଜିଲାରେ ଅସନ୍ତୋଷ ଦେଖାଯାଇଥିଲା। ଏପରିକି ଅତ୍ୟାଧୁନିକ କ୍ୟାନସର ହସପିଟାଲ ଦାବି ଉଠିଥିଲା । ଜିଲାର ସମସ୍ତ ୫ ବିଧାୟକ ଅର୍ଥାତ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ପ୍ରମୁଖ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ପ୍ରଥମେ ହୋଇଥିବା ବ୍ୟୟ ଅଟକଳର ପ୍ରଶାସନିକ ଅନୁମୋଦନକୁ ବାତିଲ କରି ରାଜ୍ୟ ସରକାର ବରଗଡ଼ କ୍ୟାନସର କେୟାର ହସ୍ପିଟାଲ ପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri