୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ

ବରଗଡ଼ ଅଫିସ୍‌,୧୨।୮: ବରଗଡ଼ରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିଛି । ୧ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗଫୁଟରେ ଉକ୍ତ କ୍ୟାନସର କେୟାର ସେଣ୍ଟର ୫ ମହଲା ବିଶିଷ୍ଟ ହେବ। ଏନେଇ ୯୦କୋଟି ୨୭ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ରସଂଖ୍ୟା- ୨୨୮୧୭ ତା-୧୧।୮।୨୧ରେ ସୂଚନା ଦିଆଯାଇଛି ।

ଉକ୍ତ ହସ୍ପିଟାଲର ତଳ ମହଲାରେ ରେଡ଼ିଏଶନ ଥେରାପି ୟୁନିଟ୍‌, ପ୍ରଥମ ମହଲାରେ ମେଡ଼ିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି ବହିର୍ବିଭାଗ ସହିତ ୨୦ଟି ଶଯ୍ୟା ରହିବ । ସେହିପରି ଦ୍ୱିତୀୟ ମହଲାରେ ପେଟ୍‌ ସିଟି, ଗ୍ରାମା ହଟ୍‌ ଚ୍ୟାମ୍ବର, ତୃତୀୟ ମହଲାରେ ଅନ୍ତର୍ବିଭାଗ ମେଡ଼ିକାଲ ଅଙ୍କୋଲୋଜି, ଚତୁର୍ଥ ମହଲାରେ ଅନ୍ତର୍ବିଭାଗ ସର୍ଜିକାଲ ଅଙ୍କୋଲୋଜି ଏବଂ ପଞ୍ଚମ ମହଲରେ ୨ଟି ଅପରେଶନ ଥିଏଟର(ଓଡ଼ି) ସହିତ ୨୦ଟି ଆଇସିୟୁ ଶଯ୍ୟା ରହିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପରୋକ୍ତ ଚିଠିରେ ଉଲ୍ଲେଖ ରହିଛି ।

ସୂଚନା ଯୋଗ୍ୟ, ବରଗଡ଼ରେ କ୍ୟାନସର ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ଯୋଗୁ ଏଠାରେ ଏକ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଜିଲାର ବିଭିନ୍ନ ସଂଗଠନ ସମେତ ଜିଲାବାସୀ ଦୀର୍ଘ ଦିନରୁ ଦାବିକରି ଆସୁଥିଲେ । ଜିଲାବାସୀଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ ବରଗଡ଼ରେ କ୍ୟାନସର ହସ୍ପିଟାଲ ନିର୍ମାଣ ନେଇ ଘୋଷଣା କରିଥିଲେ।

ହସ୍ପିଟାଲ ନେଇ ପ୍ରଥମେ ରାଜ୍ୟ ସରକାର ୧୦ କୋଟି ୪୯ଲକ୍ଷ ୨୧ହଜାର ଟଙ୍କା ଅନୁମୋଦନ କରିଥିଲେ । ଏହାକୁ ନେଇ ଜିଲାରେ ଅସନ୍ତୋଷ ଦେଖାଯାଇଥିଲା। ଏପରିକି ଅତ୍ୟାଧୁନିକ କ୍ୟାନସର ହସପିଟାଲ ଦାବି ଉଠିଥିଲା । ଜିଲାର ସମସ୍ତ ୫ ବିଧାୟକ ଅର୍ଥାତ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ପ୍ରମୁଖ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ପ୍ରଥମେ ହୋଇଥିବା ବ୍ୟୟ ଅଟକଳର ପ୍ରଶାସନିକ ଅନୁମୋଦନକୁ ବାତିଲ କରି ରାଜ୍ୟ ସରକାର ବରଗଡ଼ କ୍ୟାନସର କେୟାର ହସ୍ପିଟାଲ ପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri