ଅଧାରେ ଅଟକିଛି ବ୍ରିଜ୍‌ମ୍ୟାନ୍‌ଙ୍କ ସ୍ୱପ୍ନ

କେନ୍ଦୁଝର,୧୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ-କାନପୁର ଗ୍ରାମର ଗଙ୍ଗାଧର ରାଉତ (୬୫) ନିଜର ପେନ୍‌ସନ୍‌ ଅର୍ଥରେ ସାଳନ୍ଦୀ ନଦୀରେ ୨୭୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ପୋଲ ନିର୍ମାଣ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି କାମ ପାଇଁ ସମସ୍ତେ ତାଙ୍କୁ ପୋଲ ମଣିଷ (ବ୍ରିଜ ମ୍ୟାନ) ଭାବରେ ଜାଣନ୍ତି। ଏଥିରେ ସେ ପାଖାପାଖି ୧୮ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ପ୍ରଶାସନର ଅସହଯୋଗ ତାଙ୍କୁ ବ୍ୟଥିତ କରିଛି। ପୋଲ କାମ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ୍‌ ନିର୍ମାଣ ହେଉ ନ ଥିବାରୁ ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି।

ପୋଲ ନିର୍ମାଣ କାର୍ଯ୍ୟ ବହୁ ଆଗରୁ ଆରମ୍ଭ ହୋଇ ଅଧାପନ୍ତରିଆ ହୋଇ ପଡ଼ଥିଲା। ପରବର୍ତ୍ତୀ ସମୟରେ ୨୦୧୮ ମାର୍ଚ୍ଚରୁ ଆରମ୍ଭ ହୋଇ ୨୦୧୯ ଅଗଷ୍ଟ ମାସରେ ସରିଥିଲେ ହେଁ ଏହାର ଆପ୍ରୋଚ ରୋଡ୍‌ ଅଦ୍ୟାବଧି ସରି ନାହିଁ। ଅର୍ଥ ସରିଲା ଚିନ୍ତା ନାହିଁ , କିନ୍ତୁ ଲୋକଙ୍କ ସହଯୋଗ ଓ ସହାୟତା ମିଳୁ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଗଙ୍ଗାଧର। ଏଥିପାଇଁ ସେ ସମ୍ମାନ, ପୁରସ୍କାର ପାଇଥିଲା ବେଳେ ବହୁ ପ୍ରତିଶ୍ରୁତି ମଧ୍ୟ ପାଇଛନ୍ତି। କିନ୍ତୁ ଏବେ ସୁଦ୍ଧା ତାଙ୍କର ସ୍ବପ୍ନର ପୋଲ ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ହୋଇ ପାରୁ ନ ଥିବା କିମ୍ବା ସରକାରୀସ୍ତରରେ ସହଯୋଗ ମିଳୁ ନ ଥିବାରୁ ସେ ଚିନ୍ତା ବ୍ୟକ୍ତ କରୁଛନ୍ତି।
ପୋଲ ନିର୍ମାଣ ଆରମ୍ଭରୁ ଅଦ୍ୟାବଧି ସେ ବହୁ ବାଧାବିଘ୍ନ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବା କୁହନ୍ତି। ନିଜର ଅବସରକାଳୀନ ମିଳିଥିବା ମାସିକ ପେନସନ ଅର୍ଥ, ପୁଅ ଓ ସ୍ତ୍ରୀ ଏପରିକି ନାତୁଣୀଙ୍କ ୧୦ ହଜାର ଟଙ୍କା ସହାୟତା ଅର୍ଥରେ ସେ ଏହି ପୋଲ ନିର୍ମାଣ କରିପାରଥିବା କୁହନ୍ତି। ପୋଲ ନିର୍ମାଣରେ ବିଧାୟକ ଭାଗିରଥୀ ସେଠୀ, ସ୍ଥାନୀୟ କଲେଜର ଅଧ୍ୟକ୍ଷ ନବ କିଶୋର ବେହେରା, ଟ୍ରକ ମାଲିକ ସଂଘ ତଥା ଗ୍ରାମବାସୀଙ୍କ ସହଯୋଗକୁ ସେ ଭୁଲି ନାହାନ୍ତି। କିନ୍ତୁ ବର୍ଷ ହେଲା ପୋଲ ନିର୍ମାଣ ଶେଷ ହୋଇଥିଲେ ହେଁ ଆପ୍ରୋଚ ରୋଡ୍‌ ନିର୍ମାଣ ସରିନାହିଁ। ନୂଆଦିଲ୍ଲୀଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପାଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ପୋଲର ଗୋଟିଏ ପାର୍ଶ୍ୱ ଆପ୍ରୋଚ ରୋଡ୍‌ ନିର୍ମାଣରେ ସେ ଖର୍ଚ୍ଚ କରିଦେଇଛନ୍ତି। ତେବେ ଅନ୍ୟ ପଟର ଆପ୍ରୋଚ ରୋଡ୍‌ ସରି ନ ଥିବାରୁ ସଂଗ୍ରାମ ଜାରି ରଖିଥିବା କହିଛନ୍ତି।

ଆଗରୁ ବହୁ କଷ୍ଟରେ ନଦୀ ପାର ହୋଇଯାଉ। ନଈରେ ପାଣି ଆସିଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସରକାରଙ୍କ ବିଜୁ ସେତୁ ଯୋଜନା ରହିଥିଲେ ହେଁ ଗ୍ରାମବାସୀ ପୋଲ ପାଇଁ ବହୁ ଅସୁବିଧା ଭୋଗିଆସୁଥିଲେ। ଏଥିପାଇଁ ଏକ ପୋଲର ଆବଶ୍ୟକତା ଥିବାରୁ ଲୋକେ ବାରମ୍ବାର ଦାବି କରିବା ସତ୍ତ୍ୱେ ସରକାରୀ ସ୍ତରରେ ନିର୍ମାଣ ହୋଇ ପାରିଲା ନାହିଁ ା ସେ ଚାକିରି ସମୟରେ ଏହି ପୋଲ ନିର୍ମାଣ କରିବାକୁ ପଣ କରିଥିଲେ। ଧୀରେ ଧୀରେ ସ୍ଥାନୀୟ ଜଣେ ଠିକାଦାରଙ୍କ ସହିତ କଥାବାର୍ତ୍ତା ହୋଇ ଆଖପାଖ ନିର୍ମାଣ ହୋଇଥିବା ପୋଲ ବୁଲି ଦେଖିବା ପରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆର୍ଥିକ ସଙ୍କଟ ଦେଖାଦେଇଥିଲେ ହେଁ ଧୀରେ ଧୀରେ କାମ ଆରମ୍ଭ ହୋଇଥିଲା। ୨୦୧୬ ଅକ୍ଟୋବରରେ ଚାକିରିରୁ ଅବସର ନେବା ପରେ ପୁଣି ପୋଲ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଆଠଟି ପିଲାର ନିର୍ମାଣ କରି ପୋଲ ନିର୍ମାଣ ପରିକଳ୍ପନା କରି ଆରମ୍ଭ କରାଯାଇଥିଲା ବୋଲି ସେ କୁହନ୍ତି ।

ପ୍ରଶାସନ ଠାରୁ ବହୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଅଦ୍ୟାବଧି ଆପ୍ରୋଚ ରୋଡ୍‌ ନିର୍ମାଣ ହୋଇ ନ ଥିବାରୁ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଛି ବୋଲି ସେ କୁହନ୍ତି। ଏହି ପୋଲ ଦ୍ୱାରା କାନପୁର ଠାରୁ ଦନେଇପୁରକୁ ଯାତାୟତ ସୁବିଧା ସହ ଅନେକ ଗ୍ରାମର ଲୋକଙ୍କ ପାଇଁ ସବୁଦିନିଆ ବାଟ ଫିଟିବ ବୋଲି କହିଛନ୍ତି। ଏସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ସରୋଜ କୁମାର ଦତ୍ତଙ୍କୁ ପଚାରିବାରୁ ସେ ବିଷୟରେ କିଛି ଜାଣିନାହାନ୍ତି ଓ ବିଡିଓ ଏସମ୍ପର୍କରେ କହିପାରିବେ ବୋଲି କହିଛନ୍ତି। ହାଟଡିହୀ ବିଡିଓ ବିନୀତା ବିଜୟିନୀ କହିଛନ୍ତି, ସେ ଏ ବିଷୟରେ ଅବଗତ ନାହାନ୍ତି । କନିଷ୍ଠ ଯନ୍ତ୍ରୀ ବୁଝିକି ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବାଲିରେ କୁମ୍ଭୀର

ଗଣିଆ,୩ା୩ (ସନ୍ତୋଷ କୁମାର ପ୍ରଧାନ): ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମ ନିକଟ ମହାନଦୀ ବାଲିପଠାରେ ଏକ କୁମ୍ଭୀର ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ...

ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ର ସିଲ୍‌

ନୟାଗଡ଼,୩ା୩(ଲୋକନାଥ ମିଶ୍ର): ନୟାଗଡ଼ ସହରର ସାଇ ଅଲଟ୍ରାସାଉଣ୍ଡ କେନ୍ଦ୍ର ସିଲ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ କର୍ଣ୍ଣଦେବ ସମାଦରଙ୍କ ତୱାବଧାନରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ...

ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା: ଡାକ୍ତର-କର୍ମଚାରୀ ମାରପିଟ

ସମ୍ବଲପୁର,୩ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁଇଜଣ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି।...

ଋଣ ବୋଝ ଅସହ୍ୟ: ଚାଷୀଙ୍କ ଆତ୍ମହତ୍ୟା

ଛେଣ୍ଡିପଦା,୩ା୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସାପୋଇସାହିର ଯୁବ ଚାଷୀ ତ୍ରିନାଥ ପ୍ରଧାନ(୪୧) ଋଣ ଶୁଝି ନ ପାରି ଘରେ ରଶି ଲଗାଇ...

ମାଲକାନଗିରି ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡ଼ି ଦଳ ଛାଡ଼ିଲେ

ମାଲକାନଗିରି, ୩ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡ଼ି ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି...

ପିପିଲି ଭାଜପାରେ ଛକାପଞ୍ଝା; ଟିକେଟ ଆଶାରେ ଆଶ୍ରିତ, ରାଧାମୋହନ, ସରୋଜ…

ପିପିଲି, ୩।୩ (ପ୍ରଭାତ ମହାପାତ୍ର): ପୁରୀ ଜିଲା ପିପିଲି-ଡେଲାଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ପ୍ରାର୍ଥୀ ହେବା ଲାଗି ଛକାପଞ୍ଝା ଆରମ୍ଭ ହୋଇଯାଇଛି।...

୫ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ

ଭୁବନେଶ୍ୱର,୩।୩(ଅସମାପିକା ସାହୁ): ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭର୍ଚୁଆଲରେ ରାଜ୍ୟର ୫ ସରକାରୀ ମେଡିକାଲ କଲେଜରେ...

ଜାଣନ୍ତୁ ଜିଆଇ ଟ୍ୟାଗ୍‌ କ’ଣ,

ଭୁବନେଶ୍ୱର,୩।୩: ଏକ ନିର୍ଦ୍ଦିଷ୍ଟ ଉତ୍ପାଦର ଭୌଗୋଳିକ ସ୍ଥିତି ବା ଏହାର ମୂଳ ସ୍ଥାନ (ସହର, ଅଞ୍ଚଳ ବା ଦେଶ)କୁ ସୂଚାଇବା ପାଇଁ ଭୌଗୋଳିକ ସଙ୍କେତ (ଜିଆଇ)କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri