ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ମାମଲା: ଜିଲାପାଳଙ୍କୁ ୨ସପ୍ତାହ ସମୟ ଦେଲେ ଏନ୍‌ଜିଟି

କଟକ ଅଫିସ/ନୂଆଦିଲ୍ଲୀ,୧୩ା୮: ମହାନଦୀ ଶଯ୍ୟାରେ ବେଆଇନଭାବେ ନିର୍ମାଣ ହୋଇଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଏଥିସହିତ ପଞ୍ଚମୁଖୀ ମନ୍ଦିର ଉଚ୍ଛେଦ ନେଇ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେନେଇ ଏକ ରିପୋର୍ଟ ଆସନ୍ତା ୨ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଏନ୍‌ଜିଟି ବୁଧବାର କଟକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩ରେ ହେବ। ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଯେଉଁ ଯୁକ୍ତି ବାଢ଼ିଥିଲେ, ତାହା ସମ୍ପୂର୍ଣ୍ଣ ପ୍ରଶାସନିକ ବିଫଳତା। ବେଆଇନ ମନ୍ଦିର ଉଚ୍ଛେଦ ସମୟରେ ଲୋକଙ୍କ ବିରୋଧ ଯୋଗୁ ଉଚ୍ଛେଦ କାର୍ଯ୍ୟ ହୋଇ ନ ପାରିବା କହିବା ଅଯୌକ୍ତିକ। ଆଇନ୍‌ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରି କିପରି ମନ୍ଦିର ଉଚ୍ଛେଦ କରାଯିବ ତାହା ଜିଲା ପ୍ରଶାସନର କାର୍ଯ୍ୟ। ଲୋକଙ୍କ ପ୍ରତିବାଦକୁ କାରଣ ଦର୍ଶାଇ ଜିଲାପାଳ ଏଥିରୁ ଓହରିବା ଠିକ୍‌ ନୁହେଁ ବୋଲି ଏନ୍‌ଜିଟି କହିଛନ୍ତି। ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମଧ୍ୟ ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ସମ୍ପର୍କରେ ଟ୍ରିବ୍ୟୁନାଲ ପୂର୍ବରୁ ଦେଇଥିବା ରାୟକୁ କାଏମ ରଖିବା ସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଏବଂ ଏମ୍‌.ଆର୍‌ ଶାହା ଉକ୍ତ ଆବେଦନର ଶୁଣାଣି କରି ମନ୍ଦିର ଉଚ୍ଛେଦ ସମ୍ପର୍କରେ ଏନ୍‌ଜିଟି ଦେଇଥିବା ନିର୍ଦ୍ଦେଶକୁ ଯଥାର୍ଥ ବୋଲି ଦର୍ଶାଇଥିଲେ।
ସୂଚନାଯୋଗ୍ୟ କଟକ ଜିଲାରେ ମହାନଦୀପଠାକୁ ଜବର ଦଖଲ କରାଯାଇ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ମାର୍କେଟ କମ୍ପ୍ଲେକ୍ସ, ପାଇଖାନା, କଲ୍ୟାଣମଣ୍ଡପ ଓ ଘର ନିର୍ମାଣ କରାଯାଉଛି। ଏଥିଯୋଗୁ ପରିବେଶ ଦୂଷିତ ହେବା ସହିତ ନଦୀଶଯ୍ୟା ସଙ୍କୁଚିତ ହେଉଛି। ଏନେଇ ଦିଲୀପ କୁମାର ସାମନ୍ତରାୟ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହେଇଥିଲେ। ୨୦୨୦ ଡିସେମ୍ବରରେ ଏନ୍‌ଜିଟି ମହାନଦୀ ଶଯ୍ୟାରେ କୋଣସି ନିର୍ମାଣକୁ ଅନୁମତି ଦିଆଯିବାକୁ ରୋକ୍‌ ଲଗାଇବା ସହ ସେଠାରେ ବେଆଇନଭାବେ ନିର୍ମାଣକୁ ଉଚ୍ଛେଦ ପାଇଁ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର ଇନ୍‌ ଚିଫ୍‌, ଫ୍ଲଡ୍‌ କଣ୍ଟ୍ରୋଲ ଆଣ୍ଡ ବେସିନ୍‌ ମ୍ୟାନେଜର, ଲୋୟର ମହାନଦୀ ବେସିନ୍‌ ଚିଫ୍‌ ଇଞ୍ଜିନିୟର, କଟକ ଜିଲାପାଳ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। ନଦୀ ଶଯ୍ୟାରେ ଜବର ଦଖଲ ଓ ନିର୍ମାଣ ଦ୍ୱାରା ବନ୍ୟାଜଳ ପ୍ରବାହିତ ହେବା ଆଶଙ୍କା ରହିଛି। ନଦୀ ଜଳ ପ୍ରବାହର ଗତିପଥ ପରିବର୍ତ୍ତନ ହେବା ସହିତ ଭବିଷ୍ୟତରେ ଆଖପାଖ ଗ୍ରାମ ଓ ଅଞ୍ଚଳରେ ବନ୍ୟାଜଳ ପ୍ରବେଶର ସମ୍ଭାବନା ରହିଥିବା ଉକ୍ତ କମିଟି ରିପୋର୍ଟରେ ଉଲ୍ଲେଖ କରିଥିଲା। ଉକ୍ତ ରିପୋର୍ଟ ଆଧାରରେ ମନ୍ଦିର ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଶତାଧିକ ଲୋକଙ୍କ ବିରୋଧ ଯୋଗୁ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?