ମାସେ ପରେ ମଧ୍ୟ ମୃତ୍ୟୁ ଉପରୁ ହଟିନି ରହସ୍ୟ

ପାରଳାଖେମୁଣ୍ଡି,୧୨ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଶୁକ୍ରବାର ମାସେ ପୂରିବ। ହେଲେ ଏ ଯାଏ ପୋଲିସ ସୌମ୍ୟଙ୍କ ଦେହରେ କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ କରିପାରି ନାହିଁ। ଅନ୍ୟପକ୍ଷେ ନ୍ୟାୟ ପାଇଁ ସୌମ୍ୟଙ୍କ ପରିବାର ଲୋକେ ଚାହିଁ ରହିଛନ୍ତି। ଘଟଣାର ତଦନ୍ତ ପାଇଁ ପୋଲିସ ସୌମ୍ୟଙ୍କ ଘର ବାଲେଶ୍ୱର ଜିଲା ଖଇରା, ଶ୍ୱଶୁର ଘର ମୟୂରଭଞ୍ଜ ଜିଲା କପ୍ତିପଦା ଓ ସ୍ତ୍ରୀ ବିଦ୍ୟାଭାରତୀ ପଢୁଥିବା ବଲାଙ୍ଗୀର ଜିଲାକୁ ଯାଇ ତଦନ୍ତ କରିଛି। ଏପର କି ପାରଳାଖେମୁଣ୍ଡି ଡିଏଫଓଙ୍କୁ ମଧ୍ୟ ପଚରାଉଚୁରା କରିଛି। ଏସବୁ ସତ୍ତ୍ୱେ ପୋଲିସ ସୌମ୍ୟଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରି ନ ଥିବାରୁ ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ସମୟରେ ଗଜପତି ଏସ୍‌ପି ଥିବା ତପନ କୁମାର ପଟ୍ଟନାୟକ ଗତମାସରେ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏସ୍‌ପିଙ୍କ ଦ୍ୱାୟିତ୍ୱରେ ଥିବା ବାମଦେବ ସିଂ ସୌମ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି। ଟେକ୍ନିକାଲ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖ ରାତିରେ ସ୍ତ୍ରୀଙ୍କ ସହ ଥିବା ବେଳେ ପୋଡ଼ି ଯାଇଥିଲେ ସୌମ୍ୟ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ୧୩ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କୁ ଯୋଜନାବଦ୍ଧ ଭାବେ ପୋଡ଼ି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣା ପରେ ପୋଲିସ, ସାଇଣ୍ଟିଫିକ୍‌ ତଦନ୍ତ କରିଛି। ଏପରିକି କ୍ରାଇମ୍‌ବ୍ରାଞ୍ଚ ଟିମ ମଧ୍ୟ ପାରଳାଖେମୁଣ୍ଡିକୁ ଯାଇ ପୋଲିସକୁ ତଦନ୍ତରେ ସହଯୋଗ କରିଛି। ୩୦ ଦିନ ଭିତରେ ବିଦ୍ୟାଭାରତୀଙ୍କୁ ତାଙ୍କ ବାଘଘରେ ପୋଲିସ ୨ ଥର ଜେରା କରିଛି। ତାଙ୍କ ସହ ମାମଲାରେ ପକ୍ଷଭୁକ୍ତ ଥିବା ଗଜପତି ଡିଏଫଓ, ରୋଷେୟା ଓ ଗୁରାଣ୍ଡି ଥାନା ଆଇଆଇସି, ବଲାଙ୍ଗୀର ଯାଇଥିବା କାର୍‌ ଡ୍ରାଇଭରଙ୍କୁ ବି ଜେରା ହୋଇସାରିଛି। ତଥାପି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri