ବଣ୍ଟନ କମ୍‌, ବିକ୍ରି ବେଶି

ଆଠମଲ୍ଲିକ/ ବଇଣ୍ଡା,୧୩ା୮ (ଡି.ଏନ.ଏ.) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କ ପାଇଁ ସରକାର କିରୋସିନ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସମୟରେ ଏହି ସରକାରୀ କିରୋସିନରୁ ହଜାର ହଜାର ଲିଟର କଳାବଜାରରେ ବିକ୍ରି କରିଦିଆଯାଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଏପରି ଅଭିଯୋଗ ବଢ଼ିବାରେ ଲାଗିଛି। ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକ ଅଞ୍ଚଳର ବହୁ ରାଶନକାର୍ଡଧାରୀ ମାସ ମାସ ଧରି କିରୋସିନ ନେଉ ନ ଥିବା ବେଳେ ସେମାନଙ୍କ ନାମରେ ଆସୁଥିବା କିରୋସିନକୁ କେତେଜଣ ଡିଲର ଅସାଧୁ ତେଲ ବେପାରୀଙ୍କୁ ବିକ୍ରି କରିଦେଉଥିବା ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି। ଇତିମଧ୍ୟରେ ଡିଜେଲ ଦରରେ ଅହେତୁକ ବୃଦ୍ଧି ଘଟିଥିବାରୁ ଏହା କିରୋସିନର କଳାବଜାରକୁ ଅଧିକ ପ୍ରୋତ୍ସାହିତ କରୁଛି। ଅଧିକ ଲାଭ ଆଶାରେ ଅସାଧୁ ଡିଜେଲ ବେପାରୀମାନେ ସେଥିରେ କିରୋସିନି ଅପମିଶ୍ରଣ କରି ଟ୍ରକ୍‌, ଟିପ୍ପର, ଟ୍ରାକ୍ଟର ଓ ଡ୍ରୋଜରମାଲିକମାନଙ୍କୁ ବିକ୍ରି କରି ଭଲ ଅର୍ଥ କମାଉଛନ୍ତି। ଗତ ୭ ତାରିଖରେ ଆଠମଲ୍ଲିକ ଥାନା ଗଦାଧରପୁରରୁ ପୋଲିସ ଏକ ଚୋରା ଡିଜେଲ ଟ୍ୟାଙ୍କର ଜବତ କରିଥିବାରୁ ଉପଖଣ୍ଡରେ ତେଲର ଚୋରା କାରବାର ଜୋରଦାର ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି।
ଆଠମଲ୍ଲିକ ଏନ୍‌ଏସି ଓ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ମାସିକ ୭୫ ହଜାର ଲିଟର କିରୋସିନ ସରକାର ଯୋଗାଉଛନ୍ତି। ଏଥିରୁ ଏନ୍‌ଏସି ଅଞ୍ଚଳର କାର୍ଡଧାରୀଙ୍କ ନିମନ୍ତେ ୩ ହଜାର ଲିଟର ଓ ୨୪ ପଞ୍ଚାୟତର ହିତାଧିକାରୀଙ୍କ ପାଇଁ ୭୨ ହଜାର ଲିଟର ଉଠାଯାଉଛି। ହେଲେ ୧ ଟଙ୍କାରେ ଚାଉଳ କିଣୁଥିବା ରାଶନକାର୍ଡଧାରୀମାନଙ୍କ ମଧ୍ୟରୁ ଅନେକେ ଲିଟର ପ୍ରତି ୪୨ ଟଙ୍କା ଦେଇ କିରୋସିନ ନେଉନାହାନ୍ତି। ଏହାଛଡ଼ା ଅଧିକାଂଶ ବିପିଏଲ୍‌ ପରିବାରକୁ ସରକାରୀ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ମିଳିସାରିଛି। ତେଣୁ ସେମାନେ କିରୋସିନ ଆବଶ୍ୟକତା ଆଉ ଅନୁଭବ କରୁନାହାନ୍ତି। ଏଣେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବାକୁ ସରକାର ଅନ୍‌ଲାଇନ୍‌ ବ୍ୟବସ୍ଥା କରିଥିବାରୁ ଏହା କିରୋସିନ କଳାବଜାରକୁ ଆହୁରି ସହଜ କରିଦେଇଛି। କାରଣ ପିଓଏସ୍‌ ଯୋଗେ ହିତାଧିକାରୀ ଆଙ୍ଗୁଠି ଛାପ ଦେବା ମାତ୍ରେ ସେ ମାସିକ କୋଟା ନେଇଥିବା ସରକାରୀ ରେକର୍ଡ ରହୁଛି। କିନ୍ତୁ ସମ୍ପୃକ୍ତ ହିତାଧିକାରୀ ଖାଲି ଚାଉଳ ନେଇଗଲେ କିରୋସିନ ବଳକା ରହିଯାଉଛି। ତେଣୁ ଉକ୍ତ ବଳକା କିରୋସିନ ବାହାରେ ବିକ୍ରି କରାଯିବାରେ ସୁବିଧା ହେଉଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ସରକାରୀ କିରୋସିନର ଏପରି କଳାବଜାର ଜାରି ରହିଥିବା ବେଳେ ଠାକୁରଗଡ଼ ଅଞ୍ଚଳରେ ଏପରି ହେଉଥିବା ଯୋଗାଣ ନିରୀକ୍ଷକ ଇତି ରଞ୍ଜନ ପାତ୍ର ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଯୋଗାଣ ବିଭାଗ ଏଥିପ୍ରତି ସଜାଗ ରହିବା ସହିତ ଖୁବ୍‌ଶୀଘ୍ର ଦୃଢ଼ ପଦକ୍ଷେପ ନିଆଯିବ। କୋଭିଡ୍‌ ପାଇଁ ପାଇକସାହି ପଞ୍ଚାୟତକୁ ୨୦୦୦ ଲିଟର କିରୋସିନ ଯାଇନାହିଁ। ସେହିପରି ଜୁନ ମାସରେ ୪୦୦୦ ଲିଟର କିରୋସିନ ଡିଲରମାନେ ନେଇନାହାନ୍ତି। ଅଗଷ୍ଟ ମାସରେ ଜଣେ ଡିଲର ୬୦୦ ଲିଟର ଉଠାଇ ନାହାନ୍ତି। ଏହି କିରୋସିନକୁ ବନ୍ୟା ସମୟ ପାଇଁ ମହଜୁଦ ରଖାଯାଇଥିବା ସୂଚନା ମିଳିଛି। ସେହିପରି କିଶୋରନଗର ବ୍ଲକର ୨୨ ହଜାର ୭୫୮ ରାଶନ କାର୍ଡଧାରୀ ଓ ୩ ହଜାର ୨୪୭ ଜଣ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କ ପାଇଁ ପ୍ରତ୍ୟେକ ମାସରେ ୩୨ ହଜାର ଲିଟର କିରୋସିନ ଆସୁଛି। ହେଲେ ପ୍ରାୟ ୩୦ ପ୍ରତିଶତ ହିତାଧିକାରୀ କିରୋସିନ କୋଟା ନେଉ ନ ଥିବାରୁ ସେସବୁକୁ କେତେଜଣ ଡିଲର ବାହାରେ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି। ବିଶେଷକରି ସରକାରୀ ଦର ଲିଟର ପିଛା ୪୨ ଟଙ୍କା ଥିବାବେଳେ ବହୁ ଟ୍ରାକ୍ଟର, ଟିପ୍ପର, ଡ୍ରୋଜର ମାଲିକଙ୍କୁ ୬୦ ଟଙ୍କା ଦରରେ ସରକାରୀ କିରୋସିନ ବିକ୍ରି କରାଯାଉଥିବା ଚର୍ଚ୍ଚା ହେଉଛି। ଏ ନେଇ କିଶୋରନଗର ଯୋଗାଣ ଅଧିକାରୀ ସୂର୍ଯ୍ୟକାନ୍ତ ପ୍ରଧାନ କହିଛନ୍ତି, କିରୋସିନ କଳାବଜାରରେ ବିକ୍ରି ହେଉଥିବା ସମ୍ପର୍କରେ ଖବର ପାଇଲେ ବିଭାଗ ପକ୍ଷରୁ ଚଢଉ କରାଯାଉଛି। ଅଭିଯୋଗ ଆସିଲେ ପୁଣି ଚଢାଉ ଦିଗରେ ପଦେକ୍ଷେପ ନିଆଯିବ।
ବଳକା କିରୋସିନ ଚାଷୀଙ୍କୁ ଦିଆଯାଉ
କିଶୋରନଗର ବ୍ଲକରେ ସରକାରୀ କିରୋସିନ କଳାବଜାର ଘଟଣା ବୃଦ୍ଧି ପାଉଛି। ହିତାଧିକାରୀଙ୍କ ପାଇଁ ଆସୁଥିବା କିରୋସିନର ଏକ ବଡ଼ ଅଂଶ ବାହାରେ ବିକ୍ରି କରାଯାଉଛି। ଯେଉଁ କାର୍ଡଧାରୀ ତେଲ ନେଉନାହାନ୍ତି, ସେମାନଙ୍କ କୋଟାକୁ ପାଣି ପମ୍ପ ରଖିଥିବା ଚାଷୀଙ୍କୁ ସବ୍‌ସିଡିରେ ପ୍ରଦାନ କରାଯାଉ।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ
ଚତୁରତାର ସହ କାରବାର ହେଉଛି
ଯୋଗାଣ ବିଭାଗ ଜାଣତରେ ଏପରି କାରବାର ଚାଲିଛି। ଉଠାଣ ହେଉଥିବା କିରୋସିନର ୪୦ ପ୍ରତିଶତ ଅତି ଚତୁରତାର ସହ ଚୋରାରେ ବିକ୍ରି କରାଯାଉଛି। ଅଳ୍ପ ପରିମାଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଠମଳ୍ଲିକ ଉପଖଣ୍ଡରେ ଚାଲୁଥିବା ଏପରି କଳାବଜାର ବନ୍ଦ ହେବନି।
-ସମୀର ପ୍ରଧାନ, ଠେଲକନାଳି
ଠିକ୍‌ ସମୟରେ ହିତାଧିକାରୀ ନେଉଛନ୍ତି
ଆମ୍ବଶରମୁଣ୍ଡା ପଞ୍ଚାୟତରେ ଥିବା ହିତାଧିକାରୀମାନଙ୍କୁ ଠିକ୍‌ ସମୟରେ କିରୋସିନ ଯୋଗାଣ କରାଯାଉଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଅନେକ କାର୍ଡଧାରୀ କିରୋସିନ ନେଇ ବ୍ୟବହାର କରୁଛନ୍ତି। ସରକାର ଏହି ପଞ୍ଚାୟତବାସୀଙ୍କୁ ଉପଯୁକ୍ତ ବ୍ୟବସ୍ଥାରେ କିରୋସିନ ଯୋଗାଇ ଦେଉଛନ୍ତି।
-ମହେଶ୍ୱର ଦେହୁରୀ, ସରପଞ୍ଚ, ଆମ୍ବସରମୁଣ୍ଡା
ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ
ଆଠମଲ୍ଲିକ ଉପଖଣ୍ଡରେ କିରୋସିନ କଳାବଜାର ନେଇ ଯେଉଁ ଅଭିଯୋଗ ହେଉଛି, ତାହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ଯେଉଁ ଅଞ୍ଚଳରେ ଖାଉଟିଙ୍କ କିରୋସିନକୁ ବାହାରେ ବିକ୍ରି କରାଯାଉଛି, ସେଠାରେ ଚଢ଼ାଉ କରାଯିବ। ଡିଲରମାନଙ୍କ ବଣ୍ଟନ ଖାତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ।
-ଲଲିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri