ପିଲା, ଗର୍ଭବତୀଙ୍କୁ ଦିଆଯାଉଛି ଆଉଟ୍‌ଡେଟେଡ୍‌ ଖାଦ୍ୟ

ସାରସକଣା,୧୨।୮(ଡି.ଏନ୍‌.ଏ.): ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଛତୁଆ, ଅଣ୍ଡା, ସୁଜି ଆଦି ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଉଛନ୍ତି। ତେବେ ମୟୂରଭଞ୍ଜ ଜିଲା ଉପାନ୍ତ ସାରସକଣା ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୁଜି ନାଁରେ ଶିଶୁମାନଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଅଖାଦ୍ୟ। ପୁଷ୍ଟିକର କୁହାଯାଉଥିବା ସେହି ଖାଦ୍ୟ ଏବେ ଶିଶୁମାନଙ୍କ ପାଇଁ ହାନିକାରକ ହେବା ଆଶଙ୍କା ପ୍ରକାଶ ପାଇଛି।

ପ୍ରକାଶ ଥାଉକି, ସାରସକଣା ବ୍ଲକ ଜାଲଦା ପଞ୍ଚାୟତ ଜାଲଦା ଅଙ୍ଗନଓ୍ବାଡି କେନ୍ଦ୍ର ପକ୍ଷରୁ ମିଳିଥିବା ଅଗଷ୍ଟ ମାସର ଖାଦ୍ୟରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି। ଏହି ଖାଦ୍ୟର ପଲିଥିନ ଉପରେ ୬ (ଜୁନ ମାସ) ଲେଖା ଥିଲା ବେଳେ ଏହାକୁ ବଦଳାଇବା ପାଇଁ ପୁଣି ତାହା ଉପରେ ଆଉ ଥରେ ୭(ଜୁଲାଇ ମାସ) ଲେଖା ହୋଇଛି। ଏ ସଂକ୍ରାନ୍ତରେ ସିଡିପିଓ ଭାନୁମତୀ ବେହେରାଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି ଓ ଖାଦ୍ୟ ବଣ୍ଟନ ଦାୟିତ୍ୱ ନେଇଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌ଠାରୁ ତଥ୍ୟ ମଗାଯାଇଥିବା କହିଛନ୍ତି। ଏସ୍‌ଏଚ୍‌ଜି ଗ୍ରୁପ୍‌ ସଭାପତି କୁହନ୍ତି, ସୁଜି ଓ ଚିନିକୁ ମିଶାଇ ଜୁଲାଇ ୨୩ତାରିଖରେ ପ୍ୟାକିଂ ପରେ ୧ ତାରିଖରେ ବଣ୍ଟନ କରାଯାଇଥିଲା। ତେବେ କମ୍‌ ଦିନ ମଧ୍ୟରେ ସେଥିରେ ପୋକ ହେବା ଘଟଣାକୁ ସେ ଅସ୍ବୀକାର କରିଥିଲେ। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ନିମ୍ନମାନର ଖାଦ୍ୟ ଯୋଗାଣ କରୁଥିବା ସଂସ୍ଥା ଏବଂ ଏଥିରେ ଜଡ଼ିତ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ବ୍ଲକରେ ପ୍ରବଳ ବର୍ଷା : ବିଦ୍ୟାଳୟ ଛୁଟି ଘୋଷଣା

ମୋହନା,୨୪।୧୦(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକରେ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ଜିଲାପାଳଙ୍କ ଚିଠି ନଂ. ୧୦୨୮/ରେସ ତା.୨୪.୧୦.୨୦୧୯ ଅନୁଯାୟୀ ସମସ୍ତ ସରକାରୀ ଓ...

ଆରମ୍ଭ ହେଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧।୧୦: ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ସୁରକ୍ଷା...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଜେଲ ଗଲେ ଅଭିଯୁକ୍ତ

ରୂପ୍‌ସା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଚ୍ଛମନଖୁଣ୍ଟା ଗ୍ରାମର ଅଭିଯୁକ୍ତ ମକରା ଦେହୁରୀଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି ା ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି...

ବିପଦସଙ୍କୁଳ କୋଠାରେ ୨ ସମବାୟ ବ୍ୟାଙ୍କ

ଖୋର୍ଦ୍ଧା ଅଫିସ,୬ା୮: କୃଷି ଓ ଚାଷୀଙ୍କ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଓ ସବ୍‌ସିଡି ଯୋଗାଇଦେବାକୁ ବିଭିନ୍ନ ଜିଲାରେ...

ବଲାଙ୍ଗୀର ପୌର ନିର୍ବାଚନ: ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର ଅଫିସ,୫ା୩: ବଲାଙ୍ଗୀର ପୌର ନିର୍ବାଚନ ପାଇଁ ଉତ୍ସାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ପାଖେଇ ଆସୁଥିବା ବେଳେ ତିନି...

ଗାଧୋଇବାବେଳେ ଅଘଟଣ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର,୧୨।୪(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ନଦୀରେ ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ନିକଟରେ ମୋବାଇଲ...

ନବବଧୂଙ୍କୁ ବାନ୍ଧି ସଶସ୍ତ୍ର ଡକାୟତି

ଖଇରା,୨୦ା୩(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରୁଗଁା ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ଜଣେ ନବବଧୂଙ୍କୁ ଦଉଡ଼ିରେ ବାନ୍ଧି ଦୁଇ ଦୁର୍ବୃତ୍ତ ୧ଲକ୍ଷ ଟଙ୍କା ଓ...

Advertisement
Archives

Model This Week