ଆମ ଜିଲା ଖବର

କୋରାପୁଟ ଏମ୍‌ପି ଛତିଶଗଡ଼ ଇନ୍‌ଚାର୍ଜ

ଭୁବନେଶ୍ୱର,୩।୬: କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏପରିକି ତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ବୈଦେଶିକ, ଅର୍ଥନୀତି ଏବଂ ସୁରକ୍ଷା ନୀତିର ସମୀକ୍ଷା…

ରଥରେ ଲାଗିଲା ଅଖ

ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ଆଜି ଶ୍ରୀଜିଉଙ୍କ ସକାଳ…

ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ

ପୁରୁଷୋତ୍ତମପୁର,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି ବୀଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାରୁ…

ସଂକ୍ରମଣ ନେଉଛି ଅଧିକ ଜୀବନ

ଅନୁଗୋଳ ଅଫିସ, ୩ା୬: ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍‌ଫେକ୍‌ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ। ତେଣୁ ନବଜାତକଙ୍କୁ ଇନ୍‌ଫେକ୍‌ଶନରୁ ସୁରକ୍ଷିତ ରଖିବାକୁ ଲେବର ରୁମ୍‌, ଓଟି ଏବଂ ନବଜାତ ଓ୍ବାର୍ଡର…

ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ

କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍‌ ଲେନ୍‌ସ୍ଥିତ ବାସଗୃହରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏସ୍‌ସିବି ମେଡ଼ିକାଲକୁ ନିଆଯାଇଥିଲା।…

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ, ୩।୬: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ବୁଧବାର ରଥଯାତ୍ରା ପାଇଁ ତିନିରଥର ଦଉଡ଼ି ଏବଂ ଘେର ଦଉଡ଼ି ପୁରୀରେ ପହଞ୍ଚତ୍ଛି। ଏକ ଟ୍ରକ ଯୋଗେ ପୁରୀରେ ୧୪ଟି…

ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା ଅନୁଯାୟୀ ଏହିଦିନ ଚକଡେରା ନୀତି ସମ୍ପନ୍ନ ହୋଇଥାଏ। ଏଣୁ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ…

ଦିଆସିଲି କାଠିରେ ସାଇକେଲ ପ୍ରତିକୃତି

ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ହୋଇ ନ ଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ…

ନୂଆ ବିପିଏଲ୍‌ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା

କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ ବିପିଏଲ୍‌ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସବୁ…

ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥାଏ। ୩୦୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଇଚ୍ଛାପୁରରେ…

ଏମିତି ବି ମାଡ଼ିଆସେ ମୃତ୍ୟୁ

କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ସାହି ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ…

ତ୍ରିକୋଣୀୟ ପ୍ରେମ: ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଲୋଇସିଂହା,୨।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନାଠାରୁ ୨ଶହ ମିଟର ଦୂର ମଣ୍ଟୁ କଲୋନୀର ଏକ ଭଡା ଘରୁ ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତ ଯୁବତୀ ହେଲେ ସେମେଲମୁଣ୍ଡା ଗାଁର ମିନାକ୍ଷୀ ବେହେରା। ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?