ମାଟ୍ରିକ୍‌ ପାସ୍‌ କଲେ ସୋରଡା ବିଧାୟକ; ରହିଲା B2 ଗ୍ରେଡ୍‌

ସୋରଡା,୨୪।୮(ଡି.ଏନ୍‌.ଏ.): ମାଟ୍ରିକ ଅଫଲାଇନ୍‌ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପାସ କରିଛନ୍ତି। ସେ ୫୦୦ରୁ ୩୪୦ ନମ୍ବର ରଖିଥିବା ବେଳେ ତାଙ୍କୁ B2 ଗ୍ରେଡ୍‌ ମିଳିଛି। ଇଂରାଜୀରେ ବିଧାୟକ ୧୦୦ରୁ ୪୪ ରଖିଛନ୍ତି। ସେହିଭଳି ଓଡ଼ିଆରେ ୧୦୦ରୁ ୬୭, ସାମାଜିକ ବିଜ୍ଞାନରେ ୧୦୦ରୁ ୬୧, ହୋମ୍‌ ସାଇନ୍ସରେ ୧୦୦ରୁ ୮୩, ଚିତ୍ରାଙ୍କନରେ ୧୦୦ରୁ ୮୫ ମାର୍କ ରଖିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ତିନି ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ହେଁ ସୁଯୋଗ ପାଇ ନ ଥିଲେ। ଚଳିତ ଥର କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାଛଡ଼ା ପରୀକ୍ଷାଫଳରେ ଅସନ୍ତୁଷ୍ଠ ପରୀକ୍ଷାର୍ଥୀଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଧାୟକ ସେହି ପରୀକ୍ଷା ଦେଇଥିଲେ। ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ଆଇସୋଲେଶନ ଓ୍ବାର୍ଡରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ ଅଭିଯାନ: ଗ୍ରାମବାସୀଙ୍କ ପ୍ରଶଂସା

କର୍ଲାମୁଣ୍ଡା,୨୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ରାଧା ମାଧବ ଯୁବକ ସଂଘ ପକ୍ଷରୁ ଗାଁର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

୩ ସନ୍ତାନର କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟଙ୍କ ଜନ୍ମଦିନ ପାର୍ଟି ଅପ୍ରତ୍ୟାଶିତ ଭାବରେ ପରିଣତ ହେଲା ନିର୍ବନ୍ଧ ଉତ୍ସବରେ; ଆଶ୍ଚର୍ଯ୍ୟ ହୋଇଗଲେ ଉସେନ ବୋଲ୍ଟଙ୍କ ମଙ୍ଗେତର

ନୂଆଦିଲ୍ଲୀ,୨୭।୮: କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟ ଉସେନ ବୋଲ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜାମାଇକାରେ ତାଙ୍କ 40ତମ ଜନ୍ମଦିନ ପାଳନ ସମୟରେ ତାଙ୍କ ପ୍ରେମିକା କାସି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri