ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର

ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି କେନ୍ଦ୍ରର ସମସ୍ତ କର୍ମଚାରୀ, ଅଧିକାରୀଙ୍କୁ ବଦଳି କରିଦିଆଯାଇଛି। ଏହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ବିରୋଧର ସ୍ବର ଉଠିଛି। ମଙ୍ଗଳବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା। ଏଥିରେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ଡ. ହଳଧର ନାଗ, ପଦ୍ମଶ୍ରୀ ଡ. ମିତ୍ରଭାନୁ ଗୌନ୍ତିଆଙ୍କ ସମେତ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ବାବୁ ସାମିଲ ହୋଇଥିଲେ। ଉପସ୍ଥିତ ଥିବା ସମସ୍ତ ନେତା, କଳାକାର, ବୃଦ୍ଧିଜୀବୀ ଦୂରଦର୍ଶନ କେନ୍ଦ୍ରର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରାଯାଉ ବୋଲି ଦାବି ଉଠାଇଥିଲେ।
ବରଗଡ଼ ଏମପି ପୂଜାରୀ କହିଥିଲେ, ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଐତିହାସିକ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ପ୍ରଚାରପ୍ରସାର କରିବାରେ ଏହାର ପ୍ରମୁଖ ଭୂମିକା ରହିଥିଲା। ଏପରି କି ପଶ୍ଚିମ ଓଡ଼ିଶାରୁ ୩ ଜଣ କଳାକାରଙ୍କୁ ପଦ୍ମଶ୍ରୀ ପାଇବାରେ ମଧ୍ୟ ସହଯୋଗ କରିଥିଲା। ଏବେ ଏହାକୁ ଉଠାଇଦେବାକୁ ଯୋଜନା କରାଯାଉଛି। ତେବେ ଏହି ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରାଯିବା ସହ ପ୍ରଧାନମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପାଖରେ ଦାବି ରଖାଯିବ। ପଶ୍ଚିମ ଓଡ଼ିଶା କଳାକାରଙ୍କୁ ନେଇ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି। ପଦ୍ମଶ୍ରୀ ହଳଧର ନାଗ କହିଥିଲେ, ପଶ୍ଚିମ ଓଡ଼ିଶାକୁ ସବୁବେଳେ ଅବହେଳା କରାଯାଇ ଆସୁଛି। ହାଇକୋର୍ଟ ବେଞ୍ଚ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ଅଫିସ ଭଳି କାର୍ଯ୍ୟାଳୟକୁ ପୂର୍ବ ଓଡିଶାରୁ ନିୟନ୍ତ୍ରଣ କରାଯାଉଛି। ଏବେ ପଶ୍ଚିମ ଓଡ଼ିଶା କଳାକାର ନିର୍ଭର କରୁଥିବା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବାର ଷଡ଼ଯନ୍ତ୍ର କରାଯାଉଛି। ସରକାରଙ୍କ ନିଷ୍ପତ୍ତି ପ୍ରତ୍ୟାହାର ନ ହେବା ଯାଏ ଲଢ଼େଇ କରାଯିବ। ସେହିପରି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ, କେନ୍ଦ୍ର ସରକାରଙ୍କ ଅଧୀନରେ ଦୂରଦର୍ଶନ କେନ୍ଦ୍ର ପରିଚାଳନା ହେଉଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ପ୍ରଚାରପ୍ରସାର ସହ ଅନେକ କଳାକାରଙ୍କୁ ଏହି କେନ୍ଦ୍ର ଆଗକୁ ବଢ଼ିବାକୁ ସୁଯୋଗ ଦେଇଛି। କେନ୍ଦ୍ର ସରକାର ଏହାର ପୁନଃ ବିଚାର କରନ୍ତୁ ବୋଲି ଦାବି କରିଥିଲେ। ଜିଲା ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥ କହିଥିଲେ, ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ସମ୍ବଲପୁର ଗସ୍ତରେ ଆସି ଏହି କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ପ୍ରାୟ ୪୦ବର୍ଷ ଧରି ଏହି କେନ୍ଦ୍ର ନିରବଚ୍ଛିନ୍ନ ଭାବେ ଲୋକଙ୍କୁ ମନୋରଞ୍ଜନ, ସୂଚନା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେଣୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ। ପରେ ବରଗଡ ଏମ୍‌ପି ପୂଜାରୀ ଓ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ସରୋଜ ମିଶ୍ରଙ୍କ ଜରିଆରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri