ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର

ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି କେନ୍ଦ୍ରର ସମସ୍ତ କର୍ମଚାରୀ, ଅଧିକାରୀଙ୍କୁ ବଦଳି କରିଦିଆଯାଇଛି। ଏହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ବିରୋଧର ସ୍ବର ଉଠିଛି। ମଙ୍ଗଳବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା। ଏଥିରେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ଡ. ହଳଧର ନାଗ, ପଦ୍ମଶ୍ରୀ ଡ. ମିତ୍ରଭାନୁ ଗୌନ୍ତିଆଙ୍କ ସମେତ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ବାବୁ ସାମିଲ ହୋଇଥିଲେ। ଉପସ୍ଥିତ ଥିବା ସମସ୍ତ ନେତା, କଳାକାର, ବୃଦ୍ଧିଜୀବୀ ଦୂରଦର୍ଶନ କେନ୍ଦ୍ରର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରାଯାଉ ବୋଲି ଦାବି ଉଠାଇଥିଲେ।
ବରଗଡ଼ ଏମପି ପୂଜାରୀ କହିଥିଲେ, ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଐତିହାସିକ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ପ୍ରଚାରପ୍ରସାର କରିବାରେ ଏହାର ପ୍ରମୁଖ ଭୂମିକା ରହିଥିଲା। ଏପରି କି ପଶ୍ଚିମ ଓଡ଼ିଶାରୁ ୩ ଜଣ କଳାକାରଙ୍କୁ ପଦ୍ମଶ୍ରୀ ପାଇବାରେ ମଧ୍ୟ ସହଯୋଗ କରିଥିଲା। ଏବେ ଏହାକୁ ଉଠାଇଦେବାକୁ ଯୋଜନା କରାଯାଉଛି। ତେବେ ଏହି ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରାଯିବା ସହ ପ୍ରଧାନମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପାଖରେ ଦାବି ରଖାଯିବ। ପଶ୍ଚିମ ଓଡ଼ିଶା କଳାକାରଙ୍କୁ ନେଇ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି। ପଦ୍ମଶ୍ରୀ ହଳଧର ନାଗ କହିଥିଲେ, ପଶ୍ଚିମ ଓଡ଼ିଶାକୁ ସବୁବେଳେ ଅବହେଳା କରାଯାଇ ଆସୁଛି। ହାଇକୋର୍ଟ ବେଞ୍ଚ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ଅଫିସ ଭଳି କାର୍ଯ୍ୟାଳୟକୁ ପୂର୍ବ ଓଡିଶାରୁ ନିୟନ୍ତ୍ରଣ କରାଯାଉଛି। ଏବେ ପଶ୍ଚିମ ଓଡ଼ିଶା କଳାକାର ନିର୍ଭର କରୁଥିବା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବାର ଷଡ଼ଯନ୍ତ୍ର କରାଯାଉଛି। ସରକାରଙ୍କ ନିଷ୍ପତ୍ତି ପ୍ରତ୍ୟାହାର ନ ହେବା ଯାଏ ଲଢ଼େଇ କରାଯିବ। ସେହିପରି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ, କେନ୍ଦ୍ର ସରକାରଙ୍କ ଅଧୀନରେ ଦୂରଦର୍ଶନ କେନ୍ଦ୍ର ପରିଚାଳନା ହେଉଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ପ୍ରଚାରପ୍ରସାର ସହ ଅନେକ କଳାକାରଙ୍କୁ ଏହି କେନ୍ଦ୍ର ଆଗକୁ ବଢ଼ିବାକୁ ସୁଯୋଗ ଦେଇଛି। କେନ୍ଦ୍ର ସରକାର ଏହାର ପୁନଃ ବିଚାର କରନ୍ତୁ ବୋଲି ଦାବି କରିଥିଲେ। ଜିଲା ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥ କହିଥିଲେ, ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ସମ୍ବଲପୁର ଗସ୍ତରେ ଆସି ଏହି କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ପ୍ରାୟ ୪୦ବର୍ଷ ଧରି ଏହି କେନ୍ଦ୍ର ନିରବଚ୍ଛିନ୍ନ ଭାବେ ଲୋକଙ୍କୁ ମନୋରଞ୍ଜନ, ସୂଚନା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେଣୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ। ପରେ ବରଗଡ ଏମ୍‌ପି ପୂଜାରୀ ଓ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ସରୋଜ ମିଶ୍ରଙ୍କ ଜରିଆରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?