‘ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ୍‌ କର’

କଟକ ଅଫିସ, ୨୫ା୮: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ସ୍ବଚ୍ଛତା ନିମନ୍ତେ ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ କର। ଏହାର ଭିଡିଓଗ୍ରାଫି କରି ରାଜ୍ୟ ଖାଦ୍ୟ କମିଶନଙ୍କ ୱେବସାଇଟରେ ଅପଲୋଡ୍‌ କର। ଏଥିସହ ଜୁନ ୧ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜିଲା ଅଭିଯୋଗ ସମାଧାନ ଅଧିକାରୀ (ଡିଜିଆର୍‌ଓ)ଙ୍କ କାର୍ଯ୍ୟକଳାପର ବିସ୍ତୃତ ବିବରଣୀ ପ୍ରସ୍ତୁତ କର। ଏ ସଂକ୍ରାନ୍ତ ସତ୍ୟପାଠ ପରବର୍ତ୍ତୀ ଶୁଣାଣିର ଏକ ସପ୍ତାହ ପୂର୍ବରୁ ହାଇକୋର୍ଟରେ ଦାଖଲ କରିବାକୁ ମଙ୍ଗଳବାର ହାଇକୋର୍ଟ ଖାଉଟି ସାମଗ୍ରୀ ସମ୍ପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି.ରାଉତରାୟଙ୍କ ମିଳିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୮ରେ ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ ହୋଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଖାଉଟି ସାମଗ୍ରୀ ବଣ୍ଟନ ନେଇ ଅଭିଯୋଗର ଶୁଣାଣି ଜିଲା ଅଭିଯୋଗ ସମାଧାନ ଅଧିକାରୀ (ଡିଜିଆରଓ) କରିବେ। ଏହି ପଦବୀରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ରହିବେ। ସେହିପରି ଖାଉଟି ସାମଗ୍ରୀ ବଣ୍ଟନ ନେଇ ଅଭିଯୋଗର ତଦନ୍ତ ଲାଗି ପ୍ରତ୍ୟେକ ଜିଲାରେ ଭିଜିଲାନ୍ସ କମିଟି ଗଠନ ପାଇଁ ହାଇକୋର୍ଟ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ହାତୀଦାନ୍ତ ଜବତ: ୫ ଗିରଫ

ବାରିପଦା ଅଫିସ ୧୪ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ଟିଟିଆ ଛକରୁ ବନ ବିଭାଗ ଗୁରୁବାର ସନ୍ଧ୍ୟାରେ ଦୁଇଟି ହାତୀଦାନ୍ତ ଜବତ କରିବା ସହିତ...

ଓଡ଼ିଶା ଡ୍ରାଇଭର ମହାସଂଘ-ମୋଟର ଚାଳକ ସଂଘ ମୁହାଁମୁହିଁ

ବରଗଡ଼ ଅଫିସ,୧୨ା୩: ଡ୍ରାଇଭରମାନଙ୍କ ସମ୍ମାନ, ସୁରକ୍ଷା ଏବଂ ଅଧିକାର ଦାବି ନେଇ ଓ ଡ୍ରାଇଭର ମହାସଂଘ ଆସନ୍ତା ୧୫ରୁ ରାଜ୍ୟବ୍ୟାପୀ ଧର୍ମଘଟ ଏବଂ ଅଖଚକ ବନ୍ଦ...

ଷ୍ଟ୍ରଙ୍ଗ୍‌ରୁମ୍‌, କାଉଣ୍ଟିଂ ହଲ୍‌ରେ ସିସିଟିଭି ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୨ା୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ...

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଗିରଫ

ରାୟଗଡ଼ା ଅଫିସ,୨୩।୩: ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଦୈନିକ ବଜାରରେ ଥିବା ଏକ ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ...

ସ୍ତ୍ରୀ ମୃତଦେହକୁ ଟ୍ରଲିରେ ବୋହିନେଲେ ସ୍ବାମୀ

ଉଦଳା,୧୭ା୧୨(ଡି.ଏନ୍‌.ଏ.)- ସ୍ତ୍ରୀଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଟ୍ରଲିରେ ରଖି ବୋହି ନେବା ଭଳି ଏକ ଘଟଣା ପଦାକୁ ଆସିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ଟ୍ରଲିରେ ନିଆଯାଉଥିବା...

ଥାନା ପରିସରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଠାକୁରମୁଣ୍ଡା, ୫ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଡ୍ରାଇଭର ଥାନା ପରିସରରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଏକ...

ଜାଲ୍‌ ଶିକ୍ଷକଙ୍କୁ ଖୋଜୁଛି ପୋଲିସ

ବାରିପଦା ଅଫିସ,୨୩ା୬: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ବିରୋଧରେ ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନାରେ ଅଭିଯୋଗ କରାଯାଇଛି। ବିଇଓ ମାଳତୀ ଟୁଡୁଙ୍କ ଅଭିଯୋଗ...

ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,୨୧।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ କମିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମର ଟେଷ୍ଟିଂ କମି ନାହିଁ...

Advertisement
Archives

Model This Week