କରତକଳ ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

ବନ୍ତ,୨୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା କେନାଲ ଛକ ନିକଟରେ ଥିବା ଏକ କରତକଳ ଉପରେ ଜିଲା ବନ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛିା ଉକ୍ତ କରତକଳ ପଧାନପଡ଼ା ଗ୍ରାମର ସେକ୍‌ ରହେବର ଅଲ୍ଲୀଙ୍କର ବୋଲି ସୂଚନା ମିଳିଛି। ଭାରପ୍ରାପ୍ତ ଡିଏଫଓ(ଜିଲା ବନ ବିଭାଗ ଅଧିକାରୀ) ସାଧନା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ରେଞ୍ଜ ଅଧିକାରୀ ରଞ୍ଜିତ୍‌ କୁମାର ମହାନ୍ତି, ଧାମନଗର ରେଞ୍ଜ ଅଧିକାରୀ କୁଶ ଚରଣ ସିଂ, ଡେପୁଟି ରେଞ୍ଜର ରାଜ କିଶୋର ଦାସଙ୍କ ସମେତ ବନକର୍ମଚାରୀ ଓ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କ ସହାୟତାରେ ଏହି ଚଢ଼ାଉ ହୋଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁଙ୍କ ଉପସ୍ଥିତିରେ କରତକଳରେ ବ୍ୟବହୃତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି। ସକାଳ ୯ଟାରୁ ଏହି ଚଢାଉ ହୋଇଥିଲା। ଉକ୍ତ କରତ କଳ ବେଆଇନ ଭାବେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସମୟ ହାତଯୋଡି ରହିଲା ମାଙ୍କଡ଼

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ସହରର ମାଉସୀ ମା’ ମନ୍ଦିର ନିକଟସ୍ଥ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ବୁଧବାର ଏକ ମାଙ୍କଡ଼ ଲାଗିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ଟ୍ରାନ୍ସଫର୍ମରରେ ସେ...

ଗୁରୁତ୍ୱ ହରାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ବନ୍ତଳା, ୨୯ା୭ (ଡି.ଏନ.ଏ.): ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୋଳ ଜିଲାର ସାତକୋଶିଆ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। ମହାବଳ ବାଘ ବଂଶ ବିସ୍ତାର ପାଇଁ...

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଢେଙ୍କାନାଳ ଅଫିସ, ୨୬।୬ ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳର ବହୁଚର୍ଚ୍ଚିତ ଚିକୁନ ବିଶ୍ୱାଳ (୩୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ...

ଯାଜପୁରରୁ ଚିହ୍ନଟ ନୂଆ ୧୪ ଆକ୍ରାନ୍ତ କଟିକଟା ଅଞ୍ଚଳର: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୪ ନୂଆ ଆକ୍ରାନ୍ତ କଟିକଟା ଅଞ୍ଚଳର। ପୂର୍ବରୁ ଏଠାରେ ୬ଟି କେସ୍‌ ବାହାରିଥିଲା। ସେମାନେ ପଶ୍ଚିମବଙ୍ଗ ଫେରନ୍ତା...

ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ

ପାଟଣା,୨୬ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ସଁରାପଶି  ଗ୍ରାମରେ  ବନ୍ଦ ପଡ଼ିଥିବା ଏକ ଆବାସିକ ଶିଶୁମନ୍ଦିର ପ୍ରକୋଷ୍ଠରୁ ଶୁକ୍ରବାର ସକାଳେ ରକ୍ତ ଜୁଡୁବୁଡୁ...

ସୋମବାରଠାରୁ ଏସ୍‌ଭି ନିରତାରେ ୩୩ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ: ପାନଛେପ ନ ପକାଇବା, ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ

କଣ୍ଟାପଡ଼ା,୩ା୫(ଡି.ଏନ୍‌.ଏ.) : କେନ୍ଦ୍ର ସରକାର ମହାମାରୀ କରୋନା ନିୟନ୍ତ୍ରଣ କରିବାକୁ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରାଦେଶରେ ପୁନର୍ବାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଦେଶର...

୮ ମାସ ହେଲା ଦୋକାନରୁ ଚୋରି କରୁଥିଲେ ମ୍ୟାନେଜର, ସେଲ୍‌ସ ମ୍ୟାନ୍‌

ବ୍ରହ୍ମପୁର ଅଫିସ,୧।୧୨: ବଡବଜାର ଥାନା ଅଞ୍ଚଳର ଏକ ଜୁଏଲେରୀରୁ ସୁନା ଅଳଙ୍କାର ଚୋରି ଘଟଣାରେ ପୋଲିସ ଦୋକାନ ମ୍ୟାନେଜର ଓ ସେଲ୍‌ସ ମ୍ୟାନ୍‌ଙ୍କୁ ଅଟକ ରଖିଛି।...

ନଦୀ ନ ବଢି ପୋଲ ଉପରେ ପାଣି: ଯାତାୟାତରେ ଲୋକେ ହଇରାଣ

ଯୋଡ଼ା, ୨୫।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରକୁ ଦୁଇ ପାର୍ଶ୍ୱରେ ବିଭକ୍ତ କରୁଥିବା ତଥା ରାଜ୍ୟ ରାଜପଥ ନଂ ୨ରେ ଥିବା ସୁନା ନଦୀ ପୋଲ ଉପରେ...

Advertisement
Archives

Model This Week