ବୃଦ୍ଧି ପାଉଛନ୍ତି ବାଘ

ଢେଙ୍କାନାଳ ଅଫିସ, ୨୫।୮ – ଢେଙ୍କାନାଳ ଜିଲାରେ କଲରାପତିରିଆ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ୧୦ ବର୍ଷ ତଳେ କାଁ ଭାଁ  ଠାବ କରାଯାଉଥିବା ଏହି ବାଘ ଏବେ ନିୟମିତ ଟ୍ରାପ୍‌ କ୍ୟାମେରା ଲେନ୍‌ସରେ ଧରାପଡୁଛନ୍ତି। ନିକଟରେ ଏହି ତାଲିକାରେ ସାମିଲ ହୋଇଛି ଏକ ଚିତାବାଘ। ଏହାକୁ ଜଙ୍ଗଲ ସଂରକ୍ଷଣ ଦିଗରେ ଶୁଭସଙ୍କେତ ବୋଲି କୁହାଯାଉଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ଏବଂ ଖାଦ୍ୟାଭାବ ସମସ୍ୟା ଦୂର କରିବା ଲାଗି ଆବଶ୍ୟକ ଯୋଜନା କରାଗଲେ ଜିଲାରେ ବାଘଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଜିଲାରେ ୧୦ବର୍ଷ ତଳେ ଗୋଟିଏ କିମ୍ବା ୨ କଲରାପତିରିଆ ବାଘ ବିଚରଣ କରୁଥିଲେ। ସେତେବେଳେ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଲାଗି ନ ଥିଲା। ଏହି ବାଘ ପଡ଼ୋଶୀ ଜିଲାରୁ ପ୍ରବେଶ କରୁଥିବା ଅନୁମାନ କରାଯାଉଥିଲା। ଗତ ଦଶନ୍ଧି ମଧ୍ୟରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନରେ ଶିକାରୀଙ୍କ ଉପଦ୍ରବ ଅପେକ୍ଷାକୃତ ହ୍ରାସ ପାଇଛି। ଗତ ୫ ବର୍ଷରେ ୪ ହଜାର ୨୬୧ ହେକ୍ଟର ଜଙ୍ଗଲ ବଢ଼ିଛି। ୨୦୧୫ରେ ଜିଲାରେ ୧ଲକ୍ଷ ୪୦ହଜାର ୩୦୦ ହେକ୍ଟର ଜଙ୍ଗଲ ଥିବା ସାଟେଲାଇଟ ସର୍ଭେରୁ ସ୍ପଷ୍ଟ ହୋଇଥିଲା। ୨୦୨୦-୨୧ରେ ଏହା ୧ଲକ୍ଷ ୪୪ହଜାର ୫୬୧ ହେକ୍ଟରରେ ପହଞ୍ଚତ୍ଛି। ଜଙ୍ଗଲ ବଢ଼ିବା ଦ୍ୱାରା ହରିଣ, ବାର୍‌ହା, କୁଟୁରାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ପ୍ରଜାତିର ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢ଼ିଲେ ସମାନ୍ତରାଳ ଭାବେ ବାଘଙ୍କ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି।
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅଧୀନ ଅନନ୍ତପୁର ସଂରକ୍ଷିତ ଜଙ୍ଗଲ, ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ କନ୍ଧରା ସଂରକ୍ଷିତ ଜଙ୍ଗଲରେ କଲରାପତିରିଆ ବାଘ ଅଛନ୍ତି। ନିକଟରେ ଜିଲାରେ ଏକ ସଂରକ୍ଷିତ ଜଙ୍ଗଲରେ ଚିତାବାଘ ବୁଲୁଥିବା ଟ୍ରାପ୍‌ କ୍ୟାମେରା ଫଟୋରୁ ସ୍ପଷ୍ଟ ହୋଇଛି। ଜିଲା ବନଖଣ୍ଡ ଅଧିକାରୀ ଟୁଇଟ୍‌ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଜିଲାରେ ବାଘ ଗଣନା ଲାଗି ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ବାଘ ବିଚରଣ କରୁଥିବା ଅଞ୍ଚଳ ଉପରେ କଡ଼ା ନଜର ରଖିବା, ଶିକାରୀଙ୍କ ଉପଦ୍ରବ ରୋକିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ବାଘ ଶିକାର ପାଇଁ ଦୁର୍ନାମ ମୁଣ୍ଡାଇଛି ଢେଙ୍କାନାଳ ଜିଲା। ଗତ ଫେବୃୟାରୀ ୭ରେ ବାଘଛାଲ ଚାଲାଣ ପଛରେ ଥିବା ଏକ ର଼୍ୟାକେଟ୍‌ର ରହସ୍ୟ ଉନ୍ମୋଚନ କରିଥିଲେ କପିଳାସ ରେଞ୍ଜ୍‌ର କର୍ମଚାରୀ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ୨ କଲରାପତିରିଆ ବାଘ ଶିକାର କରାଯାଇଥିଲା। ଏହାର ଛାଲ ବାହାରକୁ ଚାଲାଣ କରାଯାଉଥିବାବେଳେ ବନ ବିଭାଗ ମାଡ଼ି ବସିଥିଲା। ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସମେତ ୩ଜଣ ଗିରଫ ହୋଇଥିଲେ। ଏବେ ସଂରକ୍ଷିତ ଜଙ୍ଗଲରେ ବାଘଙ୍କୁ ସୁରକ୍ଷା ଦେବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ତୃଣଭୋଜୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ବାଘ ଭଳି ମାଂସାଶୀ ପ୍ରାଣୀଙ୍କ ବଂଶବୃଦ୍ଧିରେ ହରିଣ, କୁଟୁରା ଭଳି ତୃଣଭୋଜୀ ପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ସଂଖ୍ୟା ବଢ଼ିଲେ ବାଘ ସଂଖ୍ୟା ଆନୁପାତିକ ହାରରେ ବୃଦ୍ଧି ପାଇବ। ଶିକାରୀଙ୍କ ଉପରେ ବନ ବିଭାଗ ନଜର ରଖିଛି। ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ଆହୁରି କଡ଼ାକଡ଼ି ହେଲେ ଭଲ ଫଳ ମିଳିବ।
-ଅରବିନ୍ଦ ମାଝି, ବନ୍ୟପ୍ରାଣୀ ବିଶେଷଜ୍ଞ
ଜଙ୍ଗଲରେ ଅନଧିକାର ପ୍ରବେଶ କମିଛି
ଜିଲାର ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଅନଧିକାର ପ୍ରବେଶ ଅନେକାଂଶରେ ରୋକାଯାଇପାରିଛି। ଶିକାରୀଙ୍କ ଉପଦ୍ରବ ମଧ୍ୟପୂର୍ବାପେକ୍ଷା କମିଛି। ଜଙ୍ଗଲରେ ବାର୍‌ହା, ହରିଣଙ୍କ ସଂଖ୍ୟା ବଢୁଥିବାରୁ ବାଘ ସଂଖ୍ୟା ବୃଦ୍ଧି ପାଉଛି। ଜଙ୍ଗଲ ସୁରକ୍ଷା ପାଇଁ ଏହା ଶୁଭ ସଙ୍କେତ।
-ରାଜେନ୍ଦ୍ର ପାଣିଗ୍ରାହୀ, ଜୀବଜନ୍ତୁ କଲ୍ୟାଣ ଓ ଥଇଥାନ ସମିତି
ଶିକାରୀଙ୍କୁ ରୋକିବାକୁ ପଦକ୍ଷେପ ନିଆଯାଉଛି
ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରୁ ବାଘଙ୍କ ଗତିବିଧି ଜଣାପଡୁଛି। ଜିଲାର ବିଭିନ୍ନ ଜଙ୍ଗଲରେ ୭ ଚିତାବାଘ ଥିବା ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡ଼ିଛି। ଶିକାରୀଙ୍କ ଉପଦ୍ରବ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ବାଘ ଗଣନା ପାଇଁ ବିଭାଗ ପ୍ରସ୍ତୁତ ରହିଛି।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୭(ଡି.ଏନ୍‌.ଏ.): ସପ୍ତାହକ ମଧ୍ୟରେ କେତେକ କେସ୍‌ ଅନୁଧ୍ୟାନ କରିବା ପରେ ବହୁ ଲୋକ ନିଜର କରୋନା ଲକ୍ଷଣ ଲୁଚାଉଥିବା ଜଣାପଡ଼ିଛି। ଏ ନେଇ ସୋମବାର...

ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ

ସୋରଡା,୨୪।୧୦(ଡି.ଏନ୍‌.ଏ.): ସୋମବାର ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ ହୋଇପଡ଼ିଛି। ପୋଲିସ ପ୍ରଶାସନ ପକ୍ଷରୁ ସହରଠାରୁ କିଛି ଦୂରରେ ଅସ୍ଥାୟୀ ଭାବେ ବାଣ ଦୋକାନ ଖେଳିବାକୁ ଅନୁମତି...

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ...

ଓଲଟିଲା ବସ୍‌: ୮ ଆହତ

ଯାଜପୁର ଅଫିସ୍‌, ୭।୧: ଯାଜପୁର ଜିଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ସକାଳ ୭ଟା ସମୟରେ...

ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ‘ସମର୍ଥ’ ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍‌ ବୁଧବାର ଚଢ଼ାଉ କରିଛି। ଆଜି ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସର...

ପୁଣି କଟକରୁ ଜବତ ହେଲା ନକଲି ଔଷଧ

କଟକ ଅଫିସ, ୧୯।୯: କଟକରୁ ସୋମବାର ପୁଣି ନକଲି ଔଷଧ ଜବତ ହୋଇଛି। ନକଲି ଟେଲ୍ମା-୪୦ ଔଷଧ ଜବତ ହୋଇଛି । ପୁରୀ ଘାଟ ଥାନା...

ଟ୍ରାଫିକ୍‌ ଆଇଆଇସିଙ୍କ ବିରୋଧରେ ମାମଲା

ଯାଜପୁର ଅଫିସ,୨୨ା୧୨: ଟ୍ରାଫିକ ନିୟମ ଖିଲାପ କରି ନ ଥିବା ସତ୍ତ୍ବେ ଜଣେ ଆଇନଜୀବୀଙ୍କ ନାମରେ ଅନ୍‌ଲାଇନ ଚାଲାଣ କଟାଯିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା...

ବିଭିନ୍ନ ଦାବି ନେଇ ବଡ଼ଶାଳ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

କପ୍ତିପଦା,୧୮।୪(ଡି.ଏନ.ଏ): କପ୍ତିପଦା ବ୍ଲକ ଅଧିନ ଲାବଣ୍ୟଦେଇପୁର ପଞ୍ଚାୟତର ବଡ଼ଶାଳ ଗଁ।ର ଆଗାମୀ ନିର୍ବାଚନ ଅର୍ଥାତ୍‌ ଏପ୍ରିଲ ୨୯ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗଁ।ଲୋକେ...

Advertisement
Archives

Model This Week