ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷକ

ନୂଆପଡ଼ା ଅଫିସ,୨୫।୮: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ।
ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନ ପ୍ରିନ୍ସିପାଲଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏଥିନିମନ୍ତେ ୪୦୦୦ ଟଙ୍କା ଦେବାକୁ ପ୍ରିନ୍ସିପାଲ କହିଥିଲେ। ଏନେଇ ରାମକୃଷ୍ଣ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ବୁଧବାର ରାମକୃଷ୍ଣ ପ୍ରିନ୍ସିପାଲଙ୍କୁ ତାଙ୍କ ଅଫିସରେ ରଙ୍ଗ ବୋଳା ୪ ହଜାର ଟଙ୍କା ଦେଇଥିଲେ। ସେହି ସମୟରେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ନୂଆପଡ଼ା ଓ କଳାହାଣ୍ତି ଭିଜିଲାନ୍ସ ଟିମ ପ୍ରିନ୍ସିପାଲଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା-ବାପାଙ୍କ ଆଖି ସାମ୍ନାରେ ଜଳିଗଲା ୩ ବର୍ଷର ଝିଅ

କେନ୍ଦ୍ରାପଡ଼ା ଅଫିସ,୨୯।୧: ମା-ବାପାଙ୍କ ଆଖି ସାମ୍ନାରେ ଜଳିଗଲା ୩ ବର୍ଷର ଝିଅ। ଏପରି ଅଭାବନୀୟ ଘଟଣା ଘଟିଛି ରାଜନଗର ବ୍ଲକ ଓକିଲପାଳ ଗାଁରେ। ଏହି ଗାଁର ରମାକାନ୍ତ...

୧.୨୯ କୋଟି ଲୁଟ୍‌: ଅଧଘଣ୍ଟାରେ ଲୁଟେରାଙ୍କୁ ଧରିଲା ପୋଲିସ

ଢେଙ୍କାନାଳ ଅଫିସ/ଆଠଗଡ଼,୧୧।୧୦(ଡି.ଏନ୍‌.ଏ.): ଏଟିଏମ୍‌ କ୍ୟାସ ଭ୍ୟାନରୁ ଟଙ୍କା ଲୁଟି କରି ଫେରାର ହେଉଥିବା ୩ ଲୁଟେରାଙ୍କୁ ପୋଲିସ ଘଟଣାର ଅଧଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି।...

୭ ମାସ ହେବ ଆଉ ଶୁଣାଯାଉନି ଭୁଟୁଭୁଟି ଶବ୍ଦ :ପୁରାତନ ଡଙ୍ଗାଘାଟ ଆଜି ଅଲୋଡ଼ା

ଆନନ୍ଦପୁର, ୨୨।୧୦(ସନ୍ତୋଷ ରାଉତ)-କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ବହୁ ପୁରାତନ ଡଙ୍ଗା ଘାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି। ପୂର୍ବରୁ...

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ ଅଫିସ,୨୭ା୧୦: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି...

ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି...

୯୦ ପ୍ରତିଶତ କମିଛି ନଳିତା ଚାଷ

କେନ୍ଦ୍ରାପଡ଼ା ଅଫିସ,୧୩।୧୦: କେନ୍ଦ୍ରାପଡ଼ା ଜିଲାକୁ ଶିଳ୍ପବିହୀନ ଜିଲା ଭାବେ ଗଣାଯାଏ । ଏଠାରେ ଖଣି ନ ଥିଲେ ମଧ୍ୟ କୃଷିଭିିତ୍ତିକ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି...

ଦେଢ଼ମାସର ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା: ଅଭିଯୁକ୍ତ ବାପ ଗିରଫ

ଭଦ୍ରକ ଅଫିସ, ୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନୂଆକଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଟୁବୁ ମୁଣ୍ଡା ନାମକ...

ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ

ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି...

Advertisement


Archives

Model This Week