୨ ବର୍ଷ ପରେ ଫେରିଲେ ସବ୍ୟସାଚୀ

ଢେଙ୍କାନାଳ ଅଫିସ, ୨୫।୮ – ପ୍ରଶିକ୍ଷଣ ଦେବାକୁ ଯାଇ ଦକ୍ଷିଣ ଆଫ୍ରିକାରେ ଫସିଥିବା ଢେଙ୍କାନାଳ ସଦର ଥାନା ବେଲଟିକିରି ଗ୍ରାମର ରଞ୍ଜନ ନନ୍ଦଙ୍କ ଏକମାତ୍ର ପୁଅ ସବ୍ୟସାଚୀ ଦୀର୍ଘ ୨ବର୍ଷ ପରେ ମଙ୍ଗଳବାର ଅପରାହ୍ନରେ ଘରକୁ ଫେରିଛନ୍ତି। ଏହାକୁ ନେଇ ପରିବାରରେ ଖେଳିଯାଇଛି ଖୁସିର ଲହରି। ଅନ୍ୟପଟେ ବିଦେଶରେ ଥିବାବେଳେ ମା’ ଭକ୍ତିମଞ୍ଜରୀ ନନ୍ଦଙ୍କ ମୃତ୍ୟୁ ସବ୍ୟସାଚୀଙ୍କୁ ମ୍ରିୟମାଣ କରିଦେଇଛି।
ନିଜ ପ୍ରତିକ୍ରିୟାରେ ସବ୍ୟସାଚୀ କୁହନ୍ତି, ଦକ୍ଷିଣ ଆଫ୍ରିକାରେ ବିନା ଦୋଷରେ ବନ୍ଦୀ ଭଳି ଜୀବନ ବିତାଇବାକୁ ପଡୁଥିଲା। ଦେଶକୁ ଫେରିବା ପରେ ସ୍ବାଧୀନତା ମିଳିବା ଭଳି ଅନୁଭବ ହେଉଛି। କିନ୍ତୁ ଘରକୁ ଫେରିବା ବେଳକୁ ମା’ଙ୍କୁ ଦେଖି ନ ପାରିବ ଜୀବନର ବଡ଼ ଅବସୋସ ହୋଇ ଆଜୀବନ ରହିବ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ସବ୍ୟସାଚୀ ସୋମବାର ରାତି ୭ଟା ୨୦ରେ ବିମାନରେ ମୁମ୍ବାଇରେ ପହଞ୍ଚତ୍ଥିଲେ। ସେଠାରୁ ଅନ୍ୟ ଏକ ବିମାନରେ ଆସି ମଧ୍ୟାହ୍ନ ୧୨ଟା ୨୫ରେ ଭୁବନେଶ୍ୱରରେ ଓହ୍ଲାଇଥିଲେ। ବିମାନ ବନ୍ଦରରେ ଅପେକ୍ଷାରତ ବାପା ରଞ୍ଜନ ୨ ବର୍ଷ ପରେ ପୁଅକୁ ପାଖରେ ପାଇ ବିଭୋର ହୋଇଯାଇଥିଲେ। ‘ଧରିତ୍ରୀ’କୁ ପ୍ରତିକ୍ରିୟା ଦେଇ ରଞ୍ଜନ କହିଛନ୍ତି, ଦକ୍ଷିଣ ଆଫ୍ରିକାସ୍ଥିତ ଭାରତୀୟ ଦୂତାବାସର ହାଇକମିଶନରଙ୍କ ସହାୟତାରେ ଜୋହାନ୍ସବର୍ଗ ପୋଲିସ ପକ୍ଷରୁ ସବ୍ୟସାଚୀଙ୍କ ପାସ୍‌ପୋର୍ଟ ଏବଂ ଅନ୍ୟାନ୍ୟ କାଗଜପତ୍ର ମିଳିଥିଲା। ଏହାପରେ ପୁଅର ଫେରିବା ବାଟ ପରିଷ୍କାର ହୋଇଯାଇଥିଲା।
ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ ସବ୍ୟସାଚୀ ଦକ୍ଷିଣ ଆଫ୍ରିକାର ‘ଫାର୍ମା କଲଚର’ ସଂସ୍ଥାରେ ୩ମାସ ତାଲିମ ପ୍ରଦାନ ଲାଗି ଏକ ଆସାଇନ୍‌ମେଣ୍ଟ ପାଇ ଯାଇଥିଲେ। ୨୦୨୦ ଏପ୍ରିଲରେ ସେ ଫେରିବା କଥା। କିନ୍ତୁ କରୋନା ଲକ୍‌ଡାଉନ ଯୋଗୁ ଭାରତ ସରକାର ସମସ୍ତ ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାପରେ ସବ୍ୟସାଚୀ ଜୋହାନ୍ସବର୍ଗସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ଇତିମଧ୍ୟରେ ତାଙ୍କ ଭିସା ବାତିଲ ହୋଇଯାଇଥିଲା। ୨୦୨୧ ଫେବୃୟାରୀରେ ତାଙ୍କ ସହ ଅଘଟଣ ଘଟିଲା। ସବ୍ୟସାଚୀ ଭଡ଼ାରେ ରହୁଥିବା ଘର ମାଲିକଙ୍କ ପୁଅକୁ କେତେଜଣ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ଏହାପରେ ପ୍ରତ୍ୟେକ୍ଷଦର୍ଶୀ ଭାବେ ପୋଲିସ ସବ୍ୟସାଚୀଙ୍କୁ ଅଟକ ରଖିବା ସହ ପାସ୍‌ପୋର୍ଟ ଜବତ କରି ନେଇଯାଇଥିଲା। କୌଣସି ସୂତ୍ରରୁ ସୂଚନା ପାଇ ବାପା ରଞ୍ଜନ ଜୋହାନ୍ସବର୍ଗରେ ସବ୍ୟସାଚୀ ରହୁଥିବା ଘର ମାଲିକ ଏବଂ ପୋଲିସକୁ ଯୋଗାଯୋଗ କରିଥିଲେ। ତେବେ ତଦନ୍ତ ଶେଷ ନ ହେବା ଯାଏ ସବ୍ୟସାଚୀଙ୍କୁ ଛଡ଼ାଯିବ ନାହିଁ ବୋଲି ପୋଲିସ ଜଣାଇଥିଲା। ଏହାପରେ ସେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବ୍ୟସାଚୀ ଫେରିବା ପରେ ଗ୍ରାମରେ ଖୁସିର ଲହରି ଖେଳିଯାଇଛି। ଉଲ୍ଲେଖଯୋଗ୍ୟ, ରଞ୍ଜନ ଭୁବନେଶ୍ୱର ଏଜି ଅଫିସରେ କାର୍ଯ୍ୟରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri