ମୁଖ୍ୟ ଚାଷକୁ ଫେରିବ ମାଣ୍ଡିଆ
ଅନୁଗୋଳ ଅଫିସ, ୧୪ା୬: ଅନୁଗୋଳ ଜିଲାର ଖେତକୁ ଫେରିବ ମାଣ୍ଡିଆ। ମୁଖ୍ୟ ଚାଷରେ ପୁଣି ଯୋଡ଼ିହେବ ଏହି ଫସଲ। ଚାଉଳ ପରି ଏହାର ଚାହିଦା ବଢ଼ୁଥିବାରୁ ଆବଶ୍ୟକ ପ୍ରୋତ୍ସାହନ ଦେବ ଜିଲା ପ୍ରଶାସନ। ଓଡ଼ିଶା ସରକାର ଏଥିପାଇଁ ଅନୁମତି ଦେଇ ସାରିଛନ୍ତି।…
ମନଇଚ୍ଛା ଦର ନେଉଛନ୍ତି ଘରୋଇ ଆମ୍ବୁଲାନ୍ସ
ପୁରୀ ଅଫିସ,୧୪ା୬: ରାଜ୍ୟ ସରକାର ସାଧାରଣ ଆମ୍ବୁଲାନ୍ସ ସେବା ପାଇଁ ପ୍ରତି ୧୦ କିଲୋମିଟରକୁ ୭୫୦ ଟଙ୍କା ଭଡ଼ା ଧାର୍ଯ୍ୟ କରିଛନ୍ତି। ଏହାପରେ କି.ମି. ପିଛା ୩୦ ଟଙ୍କା ନିର୍ଦ୍ଧାରିତ ହୋଇଥାଏ। ଯେଉଁ ଆମ୍ବୁଲାନ୍ସରେ ଲାଇଫ୍ ସପୋର୍ଟ ସିଷ୍ଟମ ଥାଏ, ତା’ର…
ରାଜସ୍ବ ଆଦାୟରେ ରେକର୍ଡ
କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ ବ୍ୟାପକ ଖଣିଜ ଚୋରା ଚାଲାଣ ହେଉଥିବା ବେଳେ ଅସମ୍ପୂର୍ଣ୍ଣ ରହିଯାଉଥିଲା ରାଜସ୍ବ ଆଦାୟ…
ଧରିତ୍ରୀ ପ୍ରଭାବ: ରାସ୍ତା ମଝିର ଗର୍ତ୍ତ ପୋତାଗଲା
ଅସ୍ତରଙ୍ଗ, ୧୪ା୬(ଡି.ଏନ୍.ଏ.): ଅସ୍ତରଙ୍ଗ- ନୂଆଗଡ ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଏକ ବଡ଼ ଗର୍ତ୍ତକୁ ନେଇ ରବିବାର ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇ ଠିକାଦାର ମରାମତି କରିଛି। ପୂର୍ତ୍ତବିଭାଗ ଜଣେ ଠିକାଦାର ପହଞ୍ଚି ସୃଷ୍ଟି ହୋଇଥିବା…
ଦୁର୍ବଳ ନଦୀବନ୍ଧ, ବିପଦରେ ୫ହଜାର ଲୋକ
ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଜିଲା ଦେଇ ବହିଯାଇଥିବା ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ପୁରୁଣା ବାଲେଶ୍ୱର ଅଞ୍ଚଳ। ଅଳ୍ପ ଦୂରରେ ଏହି ନଦୀ ବଙ୍ଗୋପସାଗରରେ ମିଶିଛି। କେବଳ ବର୍ଷାଦିନେ ନୁହେଁ ସମୁଦ୍ରରେ ଜୁଆର ଓ ଭଟ୍ଟା ପାଣିରେ ବର୍ଷତମାମ୍ ନଦୀ ପରିପୂର୍ଣ୍ଣ ଥାଏ।…
ଏଥର ବି ରଜ ଫିକା
କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ ନେଇ ପୂର୍ବରୁ ପ୍ରଶାସନ ଗାଇଡଲାଇନ ପ୍ରସ୍ତୁତ କରି ସାର୍ବଜନୀନ ପାଳନ ଏବଂ ସମାବେଶକୁ ବାରଣ…
ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର
ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର ନଦୀକୂଳ ଘଞ୍ଚ ବୁଦା ମୂଳେ କୁମ୍ଭୀର ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀର ସନ୍ତସନ୍ତିଆ, ଘଞ୍ଚ…
ଲକ୍ଡାଉନ୍ରେ ବଢ଼ିଛି ମାଦକଦ୍ରବ୍ୟ କାରବାର
ଜଗତ୍ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍ସିଂହପୁର ଜିଲାରେ ଲକ୍ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ ଜିନିଷକୁ ବାଦ୍ ଦେଲେ ଅବଶିଷ୍ଟ ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି କରାଯାଇଛି। କିନ୍ତୁ…
ଡାକ୍ତରଙ୍କ ଆକାଉଣ୍ଟରୁ କାଟି ନେଲେ ୧୦ ଲକ୍ଷ
ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା ଗାଁର ଡା. ବାଦଲ ବିଟ୍ କଏନ ନାମକ ଏକ ଠକ ସଂସ୍ଥାର ମେସେଜ୍ରେ ପ୍ରଲୋଭିତ…
ନଦୀଭିତ୍ତିକ ବନ୍ଦର ସ୍ବପ୍ନ
କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍-ପ୍ରାଇଭେଟ୍-ପାର୍ଟନରଶିପ୍ (ପିପିପି) ମୋଡ୍ରେ ପାରାଦୀପ ପୋର୍ଟ ଏହାର ଉନ୍ନତୀକରଣ କରିବ। ୨୦୨୦ ଡିସେମ୍ବରରେ ଏହି ସ୍ଥାନକୁ ୫-ଟି ସଚିବ…
ବଜ୍ରପାତ ନେଲା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ
ବରଗଡ଼ ଅଫିସ୍,୧୩।୬: ବଜ୍ରପାତ ଯୋଗୁ ବରଗଡ଼ ସହରରେ ଜଣେ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସହରର ବିଶିପଡ଼ାର କାଳୁ ବାଗ ବୋଲି ଜଣାପଡ଼ିଛି। ସେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶୌଚ ପାଇଁ ଖଜୁରକଟାକୁ ଯାଇଥିଲେ। ସେଠାରେ ବଜ୍ରପାତ…
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨) ଓ ତାଙ୍କ ସ୍ତ୍ରୀ କୋରସା ଅନିତା(୨୯)। ଉଭୟେ ମାଓବାଦୀଙ୍କ ବିଜାପୁର ଜିଲା ଗଙ୍ଗାଲୁର କ୍ଷେତ୍ର…

