ବେରୋଜଗାରୀଙ୍କୁ ଦେଖାଇଛି ବାଟ

ଖଇରା, ୫।୯(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ଚଳିତବର୍ଷ ୬୦ଜଣ ମୋ ପୋଖରୀ ଯୋଜନାରେ ଉପକୃତ ହୋଇପାରିଛନ୍ତି। କରୋନା ମହାମାରୀ ସମୟରେ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଖରୀ ଖୋଳିଥିବା ବ୍ୟକ୍ତିମାନେ କେବଳ ସ୍ବାବଲମ୍ବୀ ହୋଇନାହାନ୍ତି ବରଂ ଏହାକୁ ନେଇ ଆଗକୁ ବଢିବାର ଲକ୍ଷ୍ୟ ରଖିଥିବା ନେଇ ଉକ୍ତ ହିତାଧିକାରୀମାନେ ପ୍ରକାଶ କରିଛନ୍ତି।
ଚଳିତବର୍ଷ କୋଭିଡ ମହାମାରୀ ସମୟରେ ବାହାରେ କାର୍ଯ୍ୟ କରୁଥିବା ଅଧିକାଂଶ ଯୁବତୀଯୁବକ ଘରକୁ ଫେରି ଆସିଥିଲେ। ଏହି ସମୟରେ ସେମାନେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ପୋଖରୀ ଖୋଳା ସମ୍ପର୍କରେ ଖବରପାଇ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମୋଟ ୩୮୦ଜଣ ଆବେଦନ କରିଥିଲେ। ପ୍ରଥମେ ପର୍ଯ୍ୟାୟରେ ୬୦ଜଣ ସମ୍ପୂର୍ଣ୍ଣ କରିଛନ୍ତି। ୟାସ୍‌ ବାତ୍ୟା ଏବଂ ଅନ୍ୟାନ୍ୟ ଅସୁବିଧା ପାଇଁ କିଛି ହିତାଧିକାରୀଙ୍କର ପୋଖରୀ ଅସମ୍ପୂର୍ଣ୍ଣ ରହିଛି। ପୋଖରୀ ଖୋଳା ପରେ ପରେ ମତ୍ସ୍ୟଚାଷ, ପରିବା ଚାଷ ପାଇଁ ସମ୍ପୃକ୍ତ ବିଭାଗଗୁଡିକ ତରଫରୁ ସହାୟତା ମିଳିବା ପରେ ଏବେ ଚାକିରି ଛାଡି ଚିନ୍ତାରେ ରହିଥିବା ବହୁ ଶ୍ରମିକ ଅନେକ କିଛି ଆଶା ନେଇ ପୁଣିଥରେ ଏହି କାମଧନ୍ଦାରେ ମନନିବେଶ କରିଛନ୍ତି। ତେଲଦିଆ ଗ୍ରାମର ସୌମ୍ୟରଞ୍ଜନ ରାଉତଙ୍କ କହିବା ମୁତାବକ ବିଟେକ ପରେ ସେ ଭୁବନେଶ୍ୱରରେ ରହି ଇଞ୍ଜିନିୟର ଭାବେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଅନେକ କଷ୍ଟ କରିବାକୁ ପଡୁଥିଲା। ଏବେ ସେ ପୋଖରୀ ଖୋଳି ମାଛ ଛାଡିବା ସହ ପୋଖରୀ ହୁଡାରେ ପରିବାପତ୍ର ସହ ପରୀକ୍ଷାମୂଳକ ଭାବେ ଅଙ୍ଗୁର ଓ ଗୁଲ୍ମରିଚ ଗଛ ଲଗାଇଛନ୍ତି। ଉଭୟ ଖରିଫ ଓ ରବି ଫସଲ ମାଧ୍ୟମରେ ସେ ବାର୍ଷିକ ସାଢେ ୩ରୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ବୋଲି ଆଶା ରଖିଛନ୍ତି। ଯାହା ମାଧ୍ୟମରେ ପରିବାର ଚଳାଇବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ସାରଡାଙ୍ଗ ପଞ୍ଚାୟତ ଅଲିପୁର ଗ୍ରାମର ଅନାଦି ପରିଡାଙ୍କର ୟାସ୍‌ ବାତ୍ୟାରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ ହୋଇଯାଇଥିବା ବେଳେ ମୋ ପୋଖରୀକୁ ନେଇ ପୁଣି ଥରେ ଅଣ୍ଟା ସଳଖି ଚାଲିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ସେହିଭଳି ପତିରାଜପୁର ଗ୍ରାମର ଗୌତମ ପ୍ରଧାନ ଓ ହରେକୃଷ୍ଣ ସାମଲ, ଗେଙ୍ଗୁଟିଆର ରେବତୀ ବେହେରା ମଧ୍ୟ ପୋଖରୀ ଖୋଳିବା ପରେ ମାଛ ଓ ପରିବା ଚାଷ କାମରେ ଲାଗି ପଡିବା ସୁଫଳ ମିଳିବା ନେଇ ଆଶାବାଦୀ ବୋଲି କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଗ୍ରହୀ ଥିବା ସମସ୍ତ ଆଗ୍ରହୀ ଯୁବତୀଯୁବକମାନେ ଆବେଦନ କଲେ ଏହି ଯୋଜନାରେ ପୋଖରୀ ଖୋଳିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମୃତ୍ତିକା ସଂରକ୍ଷଣ ବିଭାଗର କ୍ଷେତ୍ର ଅଧିକାରୀ ଅଶୋକ କୁମାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri