ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ ତଦନ୍ତରେ ଅଟକ ଥିବା ଅପାଠୁଆ ନକଲି ଡାକ୍ତର ବିଶ୍ୱନାଥ ଘଡ଼େଇଙ୍କୁ ଶନିବାର ନୟାଗଡ଼ ଟାଉନ ଥାନା ପୋଲିସ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ପରେ ତାଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି । ଶନିବାର ନୟାଗଡ଼ ଟାଉନ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମାଧୁରୀ ସାମଲ ଏହି ସୂଚନା ଦେଇଛନ୍ତି ା

ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ରେ ଗତ ଅଗଷ୍ଟ ୩୦ ଭ୍ରୂଣ ହତ୍ୟା ଘଟଣାରେ ନକଲି ଡାକ୍ତର ବିଶ୍ୱନାଥ ଘଡେଇ ସଂପୃକ୍ତି ଥିବା ପ୍ରମାଣ ମିଳିଛି । ଉକ୍ତ କ୍ଲିନିକର ମାଲିକ ସତ୍ୟପ୍ରିୟ ସ୍ବାଇଁଙ୍କୁ ଘଡେଇ ସହଯୋଗ କରିଥିଲେ । ପୂର୍ବରୁ ସଂପୃକ୍ତ ଘରୋଇ ହସ୍ପିଟାଲରେ ସେ ଭ୍ରୂଣହତ୍ୟା କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏକଥା ଜଣାପଡ଼ିବା ପରେ ୩୧୨, ୩୧୩, ୪୧୭, ୩୪ ଆଇପିସି, ୫ ପ୍ରିଭେନଶନ ଟର୍ମିନେସନ ଅଫ୍‌ ପ୍ରେଗ୍‌ନେନ୍‌ସି ଆକ୍ଟ ଦଫାରେ ଏକ ମାମଲା(ନଂ. ୧୮୨/୨୧)ରୁଜୁ ହୋଇଛି ା ଏଥିରେ ନକଲି ଡାକ୍ତରଙ୍କ ନାମକୁ ଯୋଡି ଦିଆଯାଇଛି ବୋଲି ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି ।

ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଭ୍ରୂଣହତ୍ୟାର ପ୍ରାଥମିକ ତଦନ୍ତରେ ନକଲି ଡାକ୍ତର ବିଶ୍ୱନାଥ ଘଡେଇ ଫସିଗଲେ । ସେ ଡାକ୍ତରୀ ପାଠ ନ ପଢ଼ି ନିଜକୁ ଡାକ୍ତର କହି ନୟାଗଡ଼ ସହରର ଛାୟାପଥ ଲେନ୍‌ରେ କଲ୍ୟାଣୀ କ୍ଲିନିକ ଖୋଲିଥିଲେ, ଯାହାକି ପଞ୍ଜୀକୃତ ନୁହେଁ। ସେହି ବେଆଇନ କ୍ଲିନିକରେ ସେ ରୋଗୀମାନଙ୍କୁ ଚିକିତ୍ସା ଓ ଅପରେଶନ କରୁଥିଲେ। ଏନେଇ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଟିମ୍‌ ତାଙ୍କ କ୍ଲିନିକ୍‌ରେ ଚଢ଼ାଉ କରିଥିଲା ା ଉକ୍ତ ଟିମ୍‌ରେ ତହସିଲଦାର, ପୋଲିସ ସାମିଲ ଥିଲେ । ତଦନ୍ତରେ ନକଲି ଡାକ୍ତର, ବେଆଇନ କ୍ଲିନିକ୍‌ ସମ୍ପର୍କରେ ସ୍ପଷ୍ଟ ହେବା ପରେ ସିଡିଏମ୍‌ଓଙ୍କ ଟିମ୍‌ର ସନ୍ତୋଷ ନାୟକଙ୍କ ଅଭିଯୋଗ କ୍ରମେ ନୟାଗଡ଼ ଟାଉନ ଥାନାରେ ୪୧୯, ୪୨୦, ୩୮୪, ୪୬୮ ଆଇପିସି ଦଫା, କଣ୍ଟ୍ରୋଲ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୯୦ର ୧୬ ରେ ଏକ ମାମଲା(ନଂ.୧୮୫/୨୧) ରୁଜୁ ହୋଇଥିଲା । ଦରକାର ପଡିଲେ ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ା ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂ କହିଛନ୍ତି, ନକଲି ଡାକ୍ତର ଜେଲ୍‌ ଯିବା ପରେ ତଦନ୍ତ ଶେଷ ହୋଇନି, ବରଂ ଆରମ୍ଭ ହୋଇଛି । ଭ୍ରୂଣହତ୍ୟା ଘଟଣାରେ ଯେଉଁମାନେ ସଂପୃକ୍ତି ଥିବେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ା ଏଥିପାଇଁ ସବୁଦିଗରୁ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?