ମହନୀୟ ଗୁରୁ-ଶିଷ୍ୟ ପରମ୍ପରା

ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇ ନିଅନ୍ତି ଗୁରୁ। ଗୁରୁ କେବେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି। ବିଷ୍ଣୁ ସାଜି କରନ୍ତି ପରିପୁଷ୍ଟ। ଆଉ କେବେ ଶିବ ହୋଇ ଛାତ୍ର ଜୀବନରେ ଥିବା ଆବିଳତାର କରିଥାନ୍ତି ସଂହାର। ତେଣୁ ଗୁରୁଙ୍କୁ ତ୍ରିଦେବଙ୍କ ସ୍ବରୂପ ଭାବି କରାଯାଇଥାଏ ପୂଜା। ଗୁରୁ-ଶିଷ୍ୟଙ୍କ ଭିତରେ ଥିବା ପୂଜ୍ୟପୂଜାର ଏହି ମହନୀୟ ପରମ୍ପରାକୁ ଆଗକୁ ନେବାକୁ ପ୍ରତିବର୍ଷ ସେପ୍ଟେମ୍ବର ୫ରେ ପାଳନ କରାଯାଇଥାଏ ଗୁରୁ ଦିବସ। ଗୁରୁଦିବସ ଅବ୍ୟବହିତ ପୂର୍ବରୁ ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ବର୍ଗର ଗୁରୁଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।
-ରିପୋର୍ଟ: ସୁଧୀର କୁମାର ପରିଡ଼ା, କାମାକ୍ଷାନଗର

ସମ୍ମାନ ଆନ୍ତରିକ ହେଲେ
ମର୍ଯ୍ୟାଦା ବଢ଼େ
ଭାରତୀୟ ସାମାଜିକ ବ୍ୟବସ୍ଥାରେ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ। ବୟସରେ ଛୋଟ ହୁଅନ୍ତୁ କି ବଡ଼, ଯିଏ ଶିକ୍ଷା ଦିଏ ସିଏ ଗୁରୁ ପଦବାଚ୍ୟ। ଶିକ୍ଷା ଗ୍ରହଣ କରୁଥିବା ଲୋକଟି ଶିଷ୍ୟ। ଭାରତରେ ଗୁରୁ-ଶିଷ୍ୟ ପରମ୍ପରା ଅତି ମହନୀୟ। ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚନାଟକ, ବିଦ୍ୟାଳୟରେ ନୃତ୍ୟନାଟିକା ପରିବେଷଣ ସମୟରେ ବୟସରେ ବଡ଼ ଅନେକଙ୍କୁ ଅଭିନୟ ଶିଖାଇବାର ସୁଯୋଗ ମିଳିଛି। ମଞ୍ଚକୁ ଓହ୍ଲାଇବାବେଳେ କଳାକାରମାନେ ପ୍ରଣାମ କରନ୍ତି। ସେହି କ୍ଷଣର ଅନୁଭୂତି ଅବର୍ଣ୍ଣନୀୟ। ଗୁରୁଙ୍କୁ ସମ୍ମାନଦେଲେ ଶିଷ୍ୟର ମାନବଢେ। ଏହି ସମ୍ମାନ ଆନ୍ତରିକ ହେଲେ ଗୁରୁଙ୍କ ମର୍ଯ୍ୟାଦା ବଢ଼ିଥାଏ।
-ପବିତ୍ର ମୋହନ ପ୍ରଧାନ, ନୃତ୍ୟଗୁରୁ

ଭିନ୍ନ ଏକ ଭାବଗତ ସମ୍ପର୍କରେ ବନ୍ଧା
ପିଲାଟି ଦିନରୁ କଳା ପ୍ରତି ଦୁର୍ବଳତା ମଞ୍ଚକୁ ଟାଣିଆଣିଛି। ଘର ଲୋକଙ୍କ ଆକଟ ସତ୍ତ୍ୱେ ମୁହଁରେ ପାଉଡର ବୋଲି ଦଣ୍ଡନୃତ୍ୟରେ ସାମିଲ ହେବା ସହଜ କଥା ନ ଥିଲା। ଏବେ ବୟସ ବଢ଼ିଯିବା ପରେ ଅଭିନୟ କରିବା ଆଉ ସମ୍ଭବ ହେଉନାହିଁ। ଅବସର ସମୟରେ ପୁରାଣ କଥାବସ୍ତୁ, ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥାକୁ ନେଇ ଦଣ୍ଡଗୀତ ରଚନା କରୁଛି। ଅନେକ କଳାକାର ପ୍ରଶିକ୍ଷଣ ନେଇ ଦଣ୍ଡନୃତ୍ୟ ପରିବେଷଣ କରି ସମ୍ମାନ ଆଣୁଛନ୍ତି। ଗୁରୁ-ଶିଷ୍ୟ ପରମ୍ପରା ଭିନ୍ନ ଏକ ଭାବଗତ ସମ୍ପର୍କରେ ବନ୍ଧା। ଏହା କେବଳ ଗୁରୁଦିବସ, ଗୁରୁ ପୂର୍ଣ୍ଣିମା ଭଳି ଦିବସରେ ସୀମିତ ନ ରହୁ।
-ଲଳିତ କୁମାର ସାହୁ, ଦଣ୍ଡନୃତ୍ୟ ଗୁରୁ

ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନରେ ଆନନ୍ଦ ମିଳେ
ଶିକ୍ଷାର୍ଥୀ ଜୀବନରେ ଗୁରୁଙ୍କ ଆବଶ୍ୟକତା ଅନନ୍ୟ। ଜଣେ ମାର୍ଗଦର୍ଶକ ଭାବେ ପିଲାମାନଙ୍କୁ ଭଲ ଦିଗ ଦେଖାଇବା, ଚରିତ୍ର ଗଠନ କରିବା ଶିକ୍ଷକଙ୍କ ପାଇଁ ବଡ଼ ଆହ୍ବାନ। ଏହାକୁ ଠିକଣା ଢଙ୍ଗରେ ତୁଲାଇ ପାରିଲେ ଶିକ୍ଷକତା ଜୀବନ ପରିପୂର୍ଣ୍ଣ ହୁଏ। ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନରେ ଯେଉଁ ଆନନ୍ଦ ମିଳେ, ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଖାଲି ଏତିକି କୁହାଯାଇପାରେ, ଯେଉଁ ଶିଷ୍ୟ ଗୁରୁଙ୍କ ଯେତେ ନିକଟତର, ସେ ସେତିକି ସଫଳ। ପୂଜ୍ୟପୂଜାର ଏହି ପରମ୍ପରାକୁ ଆଗକୁ ନେବାକୁ ହେଲେ ଉଭୟ ଶିକ୍ଷକ ସମାଜ ଏବଂ ବିଦ୍ୟାର୍ଥୀଙ୍କୁ ଅନେକ କିଛି କରିବାକୁ ପଡ଼ିବ।
-ସୁବାସିନୀ ସାଥୁଆ ମହାପାତ୍ର, ଅଧ୍ୟାପିକା

ଶିକ୍ଷକଙ୍କ ତ୍ୟାଗରେ ଶିଷ୍ୟର ଭବିଷ୍ୟତ ନିର୍ଭର
ଗୁରୁ ଏବଂ ଶିଷ୍ୟ ମଧ୍ୟରେ ରହିଥିବା ସମ୍ପର୍କ ବ୍ୟାପକ। ଏହାକୁ ଭାଷାରେ ବ୍ୟକ୍ତ କରିବା କଷ୍ଟକର। ପୂର୍ବରୁ ଗୁରୁକୁଳରେ ଅଷ୍ଟାଦଶ ବିଦ୍ୟା ଶିକ୍ଷା ଦିଆଯାଇଥିଲା। ସମସ୍ତ ବିଷୟକୁ ଆୟତ୍ତ କରିବା ପରେ ସେ ଉତ୍ତମ ଛାତ୍ରର ମାନ୍ୟତା ପାଉଥିଲା ଏବଂ ଗୁରୁକୁଳ ଶିକ୍ଷା ସମାପନ ପରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିଲା। ଏ ସମସ୍ତ କାର୍ଯ୍ୟରେ ଗୁରୁଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡୁଥିଲା। ଏବେକାର ସମୟରେ ଗୁରୁକୁଳ ପରମ୍ପରା ନାହିଁ। ସ୍କୁଲ ଶିକ୍ଷା ଆଧୁନିକ ହେଲାଣି। ଏହାସତ୍ତ୍ୱେ ଛାତ୍ରଜୀବନରେ ଶିକ୍ଷକଙ୍କ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଶିକ୍ଷକଙ୍କ ତ୍ୟାଗରେ ଶିଷ୍ୟର ଭବିଷ୍ୟତ ନିର୍ଭର।
-ଶ୍ରୀରାମ ରାଉତ, ପ୍ରଧାନ ଶିକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?