‘ମୁକ୍ତି ସଂଗ୍ରାମ ଇତିହାସର ଅମଳିନ ଅଧ୍ୟାୟ’

ଏରସମା,୬।୯(ସ୍ବ.ପ୍ର.): ସୋମବାର ଏରସମା ବିପ୍ଳବ ଦିବସ। ବ୍ରିଟିଶ ଶାସନ ବିରୋଧରେ ଏରସମାବାସୀ ଏକତ୍ରିତ ହୋଇ ଗୋଟିଏ ଥାନା ପୋଡ଼ିଦେଇଥିଲେ। ୬ ସେପ୍ଟେମ୍ବର ୧୯୪୨ରେ ଏହି ଘଟଣା ଘଟିଥିଲା। ସେତେବେଳେ ଦେଶରେ ସ୍ବାଧୀନତାର ବହ୍ନି ଜଳୁଥିଲା। ଗାନ୍ଧିଜୀଙ୍କ ଆହ୍ବାନ ଏରସମାବାସୀଙ୍କ ମନରେ ସଂଗ୍ରାମର ତାତି ଭରି ଦେଇଥିଲା। ବ୍ରିଟଶ୍‌ ସରକାରଙ୍କୁ ଭାରତ ଛାଡ଼ ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ‘କର ବା ମର’ ପାଇଁ ଗାନ୍ଧୀଜୀ ଡାକରା ଦେଇଥିଲେ। ଏଥିରେ ଅନୁପ୍ରାଣିତ ହୋଇ ଏରସମା ବ୍ଳକ ପଏଦା ପଞ୍ଚାୟତସ୍ଥିତ ହାଜିପୁର ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌରୀଶ୍ୟାମ ନାୟକଙ୍କ ନେତୃତ୍ୱରେ ‘ଶାନ୍ତି ସେବକ ସମିତି’ ନାମକ ଯୁବ ସଂଗଠନ ଗଠନ ହୋଇଥିଲା। ଆକାଶବାଣୀର ବରିଷ୍ଠ ଗୀତିକାର ଶୁଭନାରାଣ ସ୍ବାଇଁଙ୍କ ରଚିତ ପୁସ୍ତକ ‘ସଂଗ୍ରାମୀ ସ୍ମରଣେ’ରେ ଉଲ୍ଲେଖ ହୋଇଛି ଯେ, ଏହି ଆନ୍ଦୋଳନରେ ହାଜିପୁର ଗ୍ରାମର ବୈଷ୍ଣବ ପଟ୍ଟନାୟକ,ଶ୍ୟାମସୁନ୍ଦର କାନୁନଗୋ, ଡିହସାହିର ହାଡିବନ୍ଧୁ ସ୍ବାଇଁ, ଗୌଡସାହିର ଆଦିକନ୍ଦ ସେଠୀ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଗୋଡାର ଧନେଶ୍ୱର ସେନାପତି, କିଆଦାର ବିଷ୍ଣୁ ଚରଣ ଶୁକ୍ଳା, ବେଲ ଦେଈ, ସିହାର ବନମାଳୀ ସ୍ବାଇଁ, ପରମାନନ୍ଦ ସ୍ବାଇଁ, କେଳୁ ଦାସ, ନରସିଂହପୁରର ଦାସ ମଳିକ, ଲଛମାକଣର ମାନ ସାମଲ, ପଞ୍ଚପଲୀର ବୀରକିଶୋର ମହାନ୍ତି, ଦିବାକର ମହାନ୍ତି, ଗଡକୁଜଙ୍ଗର ଭ୍ରମରବର ଦାସ, ସିଂହପୁରର ଦୁର୍ଯ୍ୟୋଧନ ପଟ୍ଟନାୟକ, ଭିରଙ୍ଗର ମାୟାଧର ରାଉତ, ପଏଦାର ଭାଇଗ ପ୍ରଧାନ, ଉତ୍ସବ ସ୍ବାଇଁ ଓ ମାୟାଧର ମହାନ୍ତି ପ୍ରମୁଖ ଶତାଧିକ ସଂଗ୍ରାମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଗୌରୀଶ୍ୟାମ ସେମାନଙ୍କୁ ସଂଗଠିତ କରି ସେପ୍ଟେମ୍ବର ୬ରେ ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ତତ୍କାକାଳୀନ ବ୍ରିଟିଶ ଥାନାକୁ ସ୍ପଷ୍ଟ ଦିବାଲୋକରେ ପୋଡି ଦେଇଥିଲେ ା ଏହି ଘଟଣାରେ ଏରସମାର ଶତାଧିକ ସ୍ବାଧୀନତା ସଂଗ୍ରାମୀଙ୍କୁ ବିଟ୍ରିଶ ସୈନିକମାନେ ଗିରଫ କରି ବ୍ଲକ ଅନ୍ତର୍ଗତ ନରସିଂହପୁର କୋଠିରେ ବାନ୍ଧି ଅକଥନୀୟ ନିର୍ଯାତନା ଦେଇଥିଲେ। ବ୍ରିଟିଶ ସରକାର ବିରୋଧରେ ଏରସମାବାସୀଙ୍କ ଏଭଳି ଦୁଃସାହସିକ ଘଟଣାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତିବର୍ଷ ଏରସମାର ବିପ୍ଳବ ଦିବ ପାଳନ କରାଯାଏ। ସଂଗ୍ରାମୀମାନଙ୍କ ସ୍ମୃତିରେ ଏରସମା ଗାନ୍ଧୀ ଛକସ୍ଥିତ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିପୀଠରେ ‘ଗୁଳି ବନ୍ଧୁକକୁ ନ ଥିଲୁ ଡରି’ ଶୀର୍ଷକ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?