‘ମୁକ୍ତି ସଂଗ୍ରାମ ଇତିହାସର ଅମଳିନ ଅଧ୍ୟାୟ’

ଏରସମା,୬।୯(ସ୍ବ.ପ୍ର.): ସୋମବାର ଏରସମା ବିପ୍ଳବ ଦିବସ। ବ୍ରିଟିଶ ଶାସନ ବିରୋଧରେ ଏରସମାବାସୀ ଏକତ୍ରିତ ହୋଇ ଗୋଟିଏ ଥାନା ପୋଡ଼ିଦେଇଥିଲେ। ୬ ସେପ୍ଟେମ୍ବର ୧୯୪୨ରେ ଏହି ଘଟଣା ଘଟିଥିଲା। ସେତେବେଳେ ଦେଶରେ ସ୍ବାଧୀନତାର ବହ୍ନି ଜଳୁଥିଲା। ଗାନ୍ଧିଜୀଙ୍କ ଆହ୍ବାନ ଏରସମାବାସୀଙ୍କ ମନରେ ସଂଗ୍ରାମର ତାତି ଭରି ଦେଇଥିଲା। ବ୍ରିଟଶ୍‌ ସରକାରଙ୍କୁ ଭାରତ ଛାଡ଼ ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ‘କର ବା ମର’ ପାଇଁ ଗାନ୍ଧୀଜୀ ଡାକରା ଦେଇଥିଲେ। ଏଥିରେ ଅନୁପ୍ରାଣିତ ହୋଇ ଏରସମା ବ୍ଳକ ପଏଦା ପଞ୍ଚାୟତସ୍ଥିତ ହାଜିପୁର ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌରୀଶ୍ୟାମ ନାୟକଙ୍କ ନେତୃତ୍ୱରେ ‘ଶାନ୍ତି ସେବକ ସମିତି’ ନାମକ ଯୁବ ସଂଗଠନ ଗଠନ ହୋଇଥିଲା। ଆକାଶବାଣୀର ବରିଷ୍ଠ ଗୀତିକାର ଶୁଭନାରାଣ ସ୍ବାଇଁଙ୍କ ରଚିତ ପୁସ୍ତକ ‘ସଂଗ୍ରାମୀ ସ୍ମରଣେ’ରେ ଉଲ୍ଲେଖ ହୋଇଛି ଯେ, ଏହି ଆନ୍ଦୋଳନରେ ହାଜିପୁର ଗ୍ରାମର ବୈଷ୍ଣବ ପଟ୍ଟନାୟକ,ଶ୍ୟାମସୁନ୍ଦର କାନୁନଗୋ, ଡିହସାହିର ହାଡିବନ୍ଧୁ ସ୍ବାଇଁ, ଗୌଡସାହିର ଆଦିକନ୍ଦ ସେଠୀ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଗୋଡାର ଧନେଶ୍ୱର ସେନାପତି, କିଆଦାର ବିଷ୍ଣୁ ଚରଣ ଶୁକ୍ଳା, ବେଲ ଦେଈ, ସିହାର ବନମାଳୀ ସ୍ବାଇଁ, ପରମାନନ୍ଦ ସ୍ବାଇଁ, କେଳୁ ଦାସ, ନରସିଂହପୁରର ଦାସ ମଳିକ, ଲଛମାକଣର ମାନ ସାମଲ, ପଞ୍ଚପଲୀର ବୀରକିଶୋର ମହାନ୍ତି, ଦିବାକର ମହାନ୍ତି, ଗଡକୁଜଙ୍ଗର ଭ୍ରମରବର ଦାସ, ସିଂହପୁରର ଦୁର୍ଯ୍ୟୋଧନ ପଟ୍ଟନାୟକ, ଭିରଙ୍ଗର ମାୟାଧର ରାଉତ, ପଏଦାର ଭାଇଗ ପ୍ରଧାନ, ଉତ୍ସବ ସ୍ବାଇଁ ଓ ମାୟାଧର ମହାନ୍ତି ପ୍ରମୁଖ ଶତାଧିକ ସଂଗ୍ରାମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଗୌରୀଶ୍ୟାମ ସେମାନଙ୍କୁ ସଂଗଠିତ କରି ସେପ୍ଟେମ୍ବର ୬ରେ ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ତତ୍କାକାଳୀନ ବ୍ରିଟିଶ ଥାନାକୁ ସ୍ପଷ୍ଟ ଦିବାଲୋକରେ ପୋଡି ଦେଇଥିଲେ ା ଏହି ଘଟଣାରେ ଏରସମାର ଶତାଧିକ ସ୍ବାଧୀନତା ସଂଗ୍ରାମୀଙ୍କୁ ବିଟ୍ରିଶ ସୈନିକମାନେ ଗିରଫ କରି ବ୍ଲକ ଅନ୍ତର୍ଗତ ନରସିଂହପୁର କୋଠିରେ ବାନ୍ଧି ଅକଥନୀୟ ନିର୍ଯାତନା ଦେଇଥିଲେ। ବ୍ରିଟିଶ ସରକାର ବିରୋଧରେ ଏରସମାବାସୀଙ୍କ ଏଭଳି ଦୁଃସାହସିକ ଘଟଣାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତିବର୍ଷ ଏରସମାର ବିପ୍ଳବ ଦିବ ପାଳନ କରାଯାଏ। ସଂଗ୍ରାମୀମାନଙ୍କ ସ୍ମୃତିରେ ଏରସମା ଗାନ୍ଧୀ ଛକସ୍ଥିତ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିପୀଠରେ ‘ଗୁଳି ବନ୍ଧୁକକୁ ନ ଥିଲୁ ଡରି’ ଶୀର୍ଷକ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri