ବେସାହାରାଙ୍କ ଠିକଣା ଫୁଟ୍‌ପାଥ

ବାରିପଦା ଅଫିସ,୫।୯- ସମାଜର ଅବହେଳିତ ଓ ନିଷ୍ପେସିତ ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ଅତି ଦୟନୀୟ ଅବସ୍ଥାରେ ଘୁରିବୁଲୁଥିବା ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ବୃଦ୍ଧାଶ୍ରମ ରହିଛି। ମାତ୍ର ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନେକ ଅସହାୟଙ୍କ ଠିକଣା ପାଲଟିଛି ଫୁଟପାଥ୍‌। ଭୋକ ଉପାସରେ ସେମାନେ ପଡ଼ିରହି ଲୋକଙ୍କ ହାତଟେକାକୁ ଅନାଇ ରହୁଛନ୍ତି। ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଏଥିପାଇଁ କାର୍ଯ୍ୟକରୁଥିବା ଏନ୍‌ଜିଓ ସଂସ୍ଥା ଆଖିବୁଜି ଦେଇଛି। ଫଳରେ ଅସହାୟଙ୍କ ପାଇଁ ସରକାରୀ ଯୋଜନା ସତେ ଯେମିିତି ବାଟବଣା ହୋଇଯାଇଛି।
ବାରିପଦା ସହରର ବସଷ୍ଟାଣ୍ଡ, ଗଛମୂଳ, ହୋଟେଲ ବାରଣ୍ଡା, ରାସ୍ତାକଡ଼ରେ ଘୁରୁବୁଲୁଛନ୍ତି ଅସହାୟ ମହିଳାମାନେ। ଏମାନଙ୍କ ମଧ୍ୟରୁ ଅନେକେ ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ କାହାର ଚାଲିବାକୁ ଅଣ୍ଟାରେ ବଳ ନାହିଁ। ଖରାବର୍ଷାରେ ଘୁରିବୁଲି କ୍ଳାନ୍ତି ମେଣ୍ଟାଇବା ପାଇଁ ରାସ୍ତାକଡ଼ ପାଲଟିଛି ସେମାନଙ୍କର ଆଶ୍ରୟସ୍ଥଳୀ। ସହରର ସତ୍ୟସାଇ ଛକ, ବସଷ୍ଟାଣ୍ଡ, କଚେରୀବଜାର, ଦେଉଳସାହି, ବଡ଼ବଜାର ଆଦି ଅଞ୍ଚଳର ଗଳିକନ୍ଦିରେ ଏହିଭଳି ଅନେକ ବେସାହାରା ଘୁରି ବୁଲୁଛନ୍ତି। ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲାରେ ୧,୧,୧୩୨ଜଣଙ୍କୁ ମଧୁବାବୁ ପେନସନ ଯୋଜାନାରେ ସାମିଲ କରାଯାଇଥିବା ବେଳେ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନାରେ ୭୦,୬୬୦ଜଣଙ୍କୁ ଭତ୍ତା ଯୋଗାଇ ଦିଆଯାଉଛି। ସେହିପରି ଜାତୀୟ ବିଧବା ଭତ୍ତାରେ ୪୩,୭୬୧ ଓ ଜାତୀୟ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ୪,୮୪୩ଜଣଙ୍କୁ ପେନସନ ମିଳୁଛି। ସେହିପରି ଜିଲାରେ ଥିବା ଏକମାତ୍ର ବୃଦ୍ଧାଶ୍ରମ ରୁରାଲ ଡେଭଲପମେଣ୍ଟ ଆକ୍ସନ ସେଲରେ ଅଦ୍ୟାବଧି ୧୨୫ଜଣ ବୃଦ୍ଧାବୃଦ୍ଧଙ୍କୁ ଥଇଥାନ କରାଯାଇଛି। ଅନ୍ୟପକ୍ଷେ ଅସହାୟଙ୍କୁ ଠାବ କରିବା ପାଇଁ ଏକମାତ୍ର ରେସ୍‌କ୍ୟୁ ଭ୍ୟାନ୍‌ ରହିଥିବା ବେଳେ ଏନ୍‌ଜିଓ ସଂସ୍ଥାର କର୍ମଚାରୀମାନେ ଏହା ଦାୟିତ୍ୱରେ ଅଛନ୍ତି ା କରୋନା କଟକଣା ସମୟରେ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ବର୍ତ୍ତମାନ ସେସବୁ ବନ୍ଦ ହୋଇଯାଇଛି। ସାଧାରଣ ଜନତାଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ବାରିପଦା ସହରରେ ଏହି ଯୋଜାନାର କାର୍ଯ୍ୟକାରିତାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବା ମଠ ମନ୍ଦିର ସୁରକ୍ଷା ସମିତିର ସଭାପତି ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ଅବହେଳିତ ଲୋକଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବେଳେ କାଗଜକଲମରେ ଯୋଜନା କାର୍ଯ୍ୟକାରୀ ହେଉଥିବା ବରିଷ୍ଠ ନାଗରିକ ଉଦୟ ମହାନ୍ତ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରାଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଅସହାୟ ଲୋକଙ୍କୁ ଥଇଥାନ କରାଯାଉଛି ା କିଛି ଦିନ ପୂର୍ବେ ୮ଜଣଙ୍କୁ ଥଇଥାନ କରାଯାଇଥିବା ବେଳେ ସହରରେ ବୁଲୁଥିବା ବେସାହାରାଙ୍କୁ ଖୁବଶୀଘ୍ର ଥଇଥାନ କରାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri