ଗୁରୁଦିବସରେ ଗଲା ଗୁରୁଙ୍କ ଜୀବନ

ରୂପସା,୫।୯(ଡି.ଏନ୍‌.ଏ.): ଗୁରୁ ଦିବସରେ ସଡ଼କ ଦୁର୍ଘଟଣାରେ ଚାଲିିଯାଇଛି ଆଦର୍ଶ ଗୁରୁଙ୍କ ଜୀବନ। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଭୋଲୋରା ଛକ ନିକଟରେ ରବିବାର ୨ଟି ବାଇକ୍‌ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସ୍ତା ଥାନା ବେଣାପୁରା ଗ୍ରାମର ଭବାନୀ ମହାପାତ୍ରଙ୍କ ମୃତ୍ୟୁ ହୋଇଛି। ସେ ସ୍ଥାନୀୟ ବାଗଲଡ଼ିହା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଗୁରୁଦିବସ ଥିବାରୁ ସେ ସ୍କୁଲକୁ ଯାଇଥିଲେ। କାର୍ଯ୍ୟକ୍ରମ ସାରି ଘରକୁ ବାଇକ୍‌ ଯୋଗେ ଫେରୁଥିଲେ। ହେଲେ ଭେଲୋରା ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍‌ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶିକ୍ଷକଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବସ୍ତା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri