ଆମ ଜିଲା ଖବର

କାଳ ସାଜିଲା ବଜ୍ରପାତ

ପାରଳାଖେମୁଣ୍ଡି/ହିଞ୍ଜିଳିକାଟୁ/ପୋଲିସରା,୩୦ା୬: ଗଜପତି ଓ ଗଞ୍ଜାମ ଜିଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି ଜିଲା ତାଟିପୋଟି ଗ୍ରାମର ବି.ଜନାର୍ଦ୍ଦନ ଓ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଚନ୍ଦ୍ରଶେଖର ମାର୍ଗର ଶିବରାମ…

୪ ମାସ ତିଷ୍ଠିଲାନି ପ୍ରେମ ବିବାହ

ରାଜନଗର,୩୦ା୬: ବିବାହକୁ ୪ ମାସ ପୁରି ନ ଥିବା ବେଳେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ଏଣ୍ଡୁଳାପୁରଗାଁର ନିମାଇଁ ଚରଣ…

ପୂର୍ବତନ ଉପବାଚସ୍ପତି ଗୁରୁତର

ମାଲକାନଗିରି,୩୦ା୬: ପୂର୍ବତନ ଉପ ବାଚସ୍ପତି ତଥା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ଦୋରା ମଙ୍ଗଳବାର ରାତିରେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନ ହେବ ସେ…

କୁକୁର ଆକ୍ରମଣରୁ ବର୍ତ୍ତିଲା, ଗ୍ରୀଲ୍‌ ମାଡ଼ରେ ଗଲା ଜୀବନ

ନୟାଗଡ଼ ଅଫିସ,୩୦।୬: ଖାଦ୍ୟ ଅନ୍ବେଷଣରେ ନୟାଗଡ଼ ସହରମୁହାଁ ହୋଇଥିବା ଏକ କୁଟୁରାର ବୁଧବାର ମୃତ୍ୟୁ ଘଟିଛି । କୁକୁର ଆକ୍ରମଣରୁ ରକ୍ଷା ପାଇବାକୁ କୁଟୁରାଟି ଦ୍ରୁତଗତିରେ ଦୌଡି ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘରର ଲୁହା ଗ୍ରୀଲରେ ପିଟି ହୋଇ ପ୍ରାଣ…

ସ୍କୁଲ ସାରଙ୍କ କୋଚିଂ ସେଣ୍ଟରର ଛୁଆଙ୍କୁ ଦିଆଯାଇଛି ଅଧିକ ମାର୍କ

ଆସିକା/ବୁଗୁଡ଼ା,୨୯।୬: ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ କୋଚିଂ ସେଣ୍ଟରରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଅଧିକ ମାର୍କ ଦିଆଯାଇଥିବା ବେଳେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ଜାଣିଶୁଣି ଦିଆଯାଇଛି କମ୍‌ ମାର୍କ। ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଟ୍ୟୁଶନ କରୁଥିବାରୁ ପୂର୍ବରୁ ଅଭିଭାବକମାନେ ୨ଥର ଜିଲାପାଳଙ୍କ ନିକଟରେ ଅଭିଯୋଗ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଇଓ

ଆନନ୍ଦପୁର,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଏବିଇଓ ବୁଧବାର ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଲାଞ୍ଚ ନେବା ସମୟରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଦ୍ୱାରା ଆନନ୍ଦପୁର ବ୍ଲକ ଏବିଇଓ ଅଭିମନ୍ୟୁ ସାହୁ…

କଲରାପତରିଆ ବାଘ ଛାଲ ଜବତ: ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଅଫିସ,୩୦।୬: ବଲାଙ୍ଗୀର ଜିଲା ସଇଁତଳା ରେଞ୍ଜ କଅଁସର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯାଇ ବାଘ ଛାଲ ଜବତ ହୋଇଛି। ଡିଏଫ୍‌ଓ ସମୀର ଶତପଥୀଙ୍କ ନେତୃତ୍ୱରେ ବନବିଭାଗର ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ…

କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ଗଞ୍ଜାମରୁ ୪ ଜଣଙ୍କ ନେଲା ଜୀବନ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌। ଚଳିତ ମାସରେ ଦୈନିକ ୨ ରୁ ୪ ଜଣଙ୍କ କରୋନାରେ ମୃତ୍ୟୁ ହେବାରେ ଲାଗିଛି। ପୁଣି ଜିଲାର ଆଉ ୪ ଜଣଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ…

୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି । ଫଳରେ ଲୋକ ନିରାଶ ହୋଇଛନ୍ତି।

ଆଗ୍ରହ ବେଳେ ଅଭାବ

ଅନୁଗୋଳ ଅଫିସ, ୩୦ା୬ – ମହାମାରୀ କରୋନାରୁ ସୁରକ୍ଷା ଦେଉଛି ସଞ୍ଜୀବନୀ। ତେଣୁ ନିଶ୍ଚିତ ଟିକା ଲଗାଇବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରି କି କେଉଁ ଟିକା କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି କରୁଛି ସେ ନେଇ ବିଶେଷଜ୍ଞମାନଙ୍କ…

ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ସ୍କୁଲ ଆଗରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ସଜନାଗଡ଼, ୩୦।୬(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇପାରିନାହିଁ। ବୋର୍ଡ଼ ତରଫରୁ ଛାତ୍ରୀଛାତ୍ରଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି। ମାତ୍ର ମାଟ୍ରିକ୍‌ ପରୀକ୍ଷା ପ୍ରକାଶିତ ଫଳାଫଳକୁ ନେଇ ଶିଶୁମନ୍ଦିର ଛାତ୍ରୀଛାତ୍ରମାନେ ମାନସିକ ଅବସାଦରେ ରହୁଥିବା ଅଭିଭାବକମାନେ କହିଛନ୍ତି। ଫଳାଫଳରେ…

ଦେଭୋଗ-ଦେଉଳା ରାସ୍ତାରେ ୩ଫୁଟ୍‌ର ପାଣି

ଲଙ୍ଗଳେଶ୍ୱର, ୩୦।୬(ଡି.ଏନ.ଏ.)-ଅସରାଏ ବର୍ଷା ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଦେଭୋଗ ବିବି ରୋଡ଼ଠାରୁ ଦେଉଳା ହାଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଉପରେ ୩ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ପାଣି ଜମି ରହୁଛି। ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?