ଟଳିଲା ବନ୍ୟା, ୫୦ ହଜାର ଲୋକ ଜଳବନ୍ଦୀ

ଭୋଗରାଇ,୨୦।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡରେ ଘନ ଘନ ଲଘୁଚାପ ଜନିତ ବର୍ଷା ଯୋଗୁ ନିମ୍ନ ଅବବାହିକାରେ ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ଜଳସ୍ତର ସତର୍କ ସୂଚନା ୯.୪୫ମିଟର ତଳେ ପ୍ରବାହିତ ହେଉଥିବା ବେଳେ ଭୋଗରାଇ ଧୋୟା ଅଞ୍ଚଳର ୧୮ ପଞ୍ଚାୟତର ଶତାଧିକ ଗାଁ ଅଦ୍ୟାବଧି ପାଣିଘେରରେ ରହି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ପ୍ଳାବିତ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେବାରୁ ବିଭିନ୍ନ ସଂକ୍ରାମକ ରୋଗ ପ୍ରାଦୁର୍ଭାବ ଦେଖାଦେଇଛି। ୫୦ହଜାରରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ଡଙ୍ଗା ଏକମାତ୍ର ସାହାରା ହୋଇଛି। ଭୋଗରାଇ ପଞ୍ଚାୟତର କୋଷ୍ଟ କେନାଲ ଆଡ଼ିରେ ୬୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇରହିଥିବାରୁ ଉଚ୍ଚସ୍ଥାନକୁ ଉଠିଯାଇ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି। ରବିବାର କଂଗ୍ରେସ ପକ୍ଷରୁ ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ବନ୍ୟାଞ୍ଚଳ ପରିଦର୍ଶନ କରି ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ଗତଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ଯୋଗାଇଦେବାକୁ ସରକାରଙ୍କଠାରେ ଦାବି କରିଛନ୍ତି। ଭୋଗରାଇ ସରପଞ୍ଚ ପ୍ରବୀର କୁମାର ଗିରି ବିପନ୍ନଙ୍କଠାରେ ପହଞ୍ଚତ୍ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ପାନୀୟଜଳ ଯୋଗାଇଦେବାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି।
ସୁବର୍ଣ୍ଣରେଖା ଉପରମୁଣ୍ଡରେ ଚାନ୍ଦିଲି ଡ୍ୟାମ୍‌ ସହ ଗାଲୁଡିହି, ଖଡ଼ଖାଇ, ବାଙ୍କିବଲ ଆଦି ଜଳାଧାର ରହିଛି। ଏହି ଡ୍ୟାମ୍‌ ଓ ଜଳାଧାରରୁ ପର୍ଯ୍ୟାୟକ୍ରମେ ସୁବର୍ଣ୍ଣରେଖାକୁ ପାଣି ନିଷ୍କାସନ କରାଯାଉଛି। ଚଳିତବନ୍ୟାରେ ଏ ସମସ୍ତ ଜଳାଧାରରୁ ସେକେଣ୍ଡକୁ ୨ଲକ୍ଷ କ୍ୟୁସେକ ଘନଫୁଟ୍‌ ପାଣି ପର୍ଯ୍ୟାୟକ୍ରମେ ଛଡ଼ାଯାଇଥିବାରୁ ବଡ଼ବନ୍ୟାକୁ ଟଳାଇ ଦିଆଯାଇଥିବା ସେଚ ବିଭାଗ ପ୍ରକାଶ କରିଛନ୍ତି। ଅବିଶ୍ରାନ୍ତ ବର୍ଷାରେ ଭୋଗରାଇରେ ଦେଢ଼ଲକ୍ଷ ଘନଫୁଟ୍‌ ଉତ୍ତରଭୋଗରାଇରେ ଜମି ରହିଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଅନ୍ୟୁନ ଦେଢ଼ଲକ୍ଷ ଘନଫୁଟ୍‌ ଓ ବିଭିନ୍ନ ଜଳାଧାରରୁ ନଦୀକୁ ପାଣି ନିଷ୍କାସନ ଏକ ସଙ୍ଗେ କରାଯାଇଥିଲା। ଚଳିତବନ୍ୟା ୨୦୦୭ ରେକର୍ଡ଼କୁ ଭଙ୍ଗ କରିଥାନ୍ତା ବୋଲି ସେଚ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri