ନିଖୋଜ ଯୁବକଙ୍କ ମିଳିଲା କଙ୍କାଳ

ପୋଲସରା,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ମନ୍ଦାର-କେନ୍ଦୁବାଡ଼ି ରାସ୍ତା ନିକଟ ରତନେଇ ପାହାଡ଼ରୁ ପୋଲିସ ସୋମବାର ଜଣେ ନିଖୋଜ ଯୁବକଙ୍କ କଙ୍କାଳ ଜବତ କରିଛି। ମନ୍ଦାର ଗ୍ରାମର କୋକଲି ମଳିକଙ୍କ ପୁଅ କାହ୍ନା (୨୫) ଗତ ୨୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ ପୋଲସରା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ରବିବାର ସନ୍ଧ୍ୟାରେ ଜଣେ ବୃଦ୍ଧ ଗାଈ ଚରାଇବାକୁ ଯାଇଥିବା ବେଳେ ପାହାଡ ତଳେ ଏକ ମଣିଷ କଙ୍କାଳ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଷାକ ଦେଖି ପୁଅର ମୃତଦେହ ଚିହ୍ନଟ କରିଥିଲେ। ସୋମବାର ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଏସ୍‌ଆଇ ସୁମନ ବେହେରା ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖପୁରୀ ଓ କଙ୍କାଳ ଜବତ କରି ପରୀକ୍ଷା ପାଇଁ ପଠାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ...

ଦ୍ୱିତୀୟ ଦିନ ଲାଗି ବଢ଼ିଲା ତେଲ ଦର

ଭୁବନେଶ୍ୱର,ନୂଆଦିଲ୍ଲୀ,୬।୫:ଦେଶ ମଧ୍ୟରେ ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭...

ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୯ା୬: ବ୍ରହ୍ମପୁର ଗଞ୍ଜେଇ ଚାଲାଣର ହବ୍‌ ହୋଇଛିି। ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଗଞ୍ଜେଇ ଚାଲାଣ...

ଗାଁ ମଶାଣିରେ ଶବକୁ ଜାଗା ନ ମିଳିବା ଘଟଣା: ଶୁଦ୍ଧିକ୍ରିୟାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼, ୧୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଡାହିସାହି ଗ୍ରାମର ଜଗନ୍ନାଥ ରଣା ନାମକ ଯୁବକ ଥଣ୍ଡାଜ୍ୱରରେ ପୀଡ଼ିତ ହୋଇ ଗତ ୫ ତାରିଖରେ ମୃତ୍ୟୁବରଣ କରିଥିଲେ।...

ଦିନକରେ ୭ ହଜାର ଟପିଲା

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ୭ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୯,୦୧୮ ନମୂନା ପରୀକ୍ଷା କରାଯାଇଥିବା ବେଳେ ୭,୦୭୧ ଜଣ...

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୭।୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ଅନାମଙ୍କ ଘରେ ଭିଜିଲାନ୍ସ...

ଗୁଣିଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ, ଭାଙ୍ଗିଦେଲେ ଦାନ୍ତ

ଗଞ୍ଜାମ,୧୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଗଡ଼ହୁମାରେ ରବିବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେବା...

କୋଭିଡ୍‌-୧୯ ମୁକାବିଲା: ଓଡ଼ିଶା ଆଗରେ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ନେଇ ଦୁଇପାଦ ଆଗକୁ ଯାଇଛନ୍ତିି। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ୫ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି।...

Advertisement
Archives

Model This Week