ଜଣଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ନିକଟରେ ଦୁର୍ବୃତ୍ତ ରକ୍ତରେ ଲେଖିଲେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ

ପୁରୁଷୋତ୍ତମପୁର,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ରବିବାର ରାତିରେ ଶୋଇଥିବା ଅବସ୍ଥାରେ ଅତି ବୀଭତ୍ସ ଭାବରେ ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିନାୟକ ପ୍ରଧାନ (୪୮)।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ ଚଲାଇଛନ୍ତି। ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତା ଓ ମଦ ବେପାରକୁ କେନ୍ଦ୍ରକରି ଘଟିଥିବା ଏବଂ ହତ୍ୟାକାଣ୍ଡର ପାରିପାଶର୍‌ବିକ ସ୍ଥିତିରୁ ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି। ହତ୍ୟା କରିବା ପରେ ହତ୍ୟାକାରୀ ମୃତ ବ୍ୟକ୍ତିଙ୍କ ରକ୍ତରେ ନେକ୍ସଟ୍‌ ଟାର୍ଗେଟଙ୍କ ନାଁ ଡ୍ରାଇଭର ଗୌଡ଼ ଘଟଣାସ୍ଥଳରେ ଲେଖିଥିବା ବେଳେ ଏକ ଖାତାରେ ପ୍ରଭା ଗୌଡ଼ଙ୍କ ନାଁ ଲେଖିଛନ୍ତି।ଟାର୍ଗେଟରେ ଲେଖାଯାଇଥିବା ଯୁବକ ଜଣକ ସୁରଟରେ ରହୁଥିବା ବେଳେ ଗତ କିଛି ମାସ ହେଲା ଗ୍ରାମକୁ ଆସିଛନ୍ତି। ଏହି ଯୁବକଙ୍କୁ ମଧ୍ୟ ହତ୍ୟାକାରୀ କେଉଁ କାରଣରୁ ଟାର୍ଗେଟ କରିଛନ୍ତି ସେନେଇ ପୋଲିସ ତଦନ୍ତର ଦିଗକୁ ନେଇ ହତ୍ୟାକାରୀମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାରେ ଲାଗିଛି।

ଗ୍ରାମରେ ରବିବାର ରାତିରେ ଗୋଟିଏ ସାହିରେ ଗଣେଶ ମେଢ଼ରେ ଭୋଜି ଚାଲିଥିବା ବେଳେ ଅନ୍ୟ ଏକ ସାହିର ମେଢ଼ ଭସାଣି ଚାଲିଥିଲା । ମୃତ ବ୍ୟକ୍ତି ଜଣକ ଭୋଜିରେ ଖାଇ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିର ପାଖରେ ଥିବା ଏକ କୋଠଘରକୁ ଯାଇ ବିଶ୍ରାମ ନେଇଥିଲେ। ପ୍ରତ୍ୟେକ ଦିନ ସେଠାରେ ଗ୍ରାମର କିଛି ନା କିଛି ବ୍ୟକ୍ତି ବସାଉଠା କରୁଥିବା ବେଳେ ଘଟଣା ସମୟରେ ସମସ୍ତେ ଭୋଜି ଓ ଭସାଣିରେ ବ୍ୟସ୍ତ ରହିଥିବାରୁ କୋଠଘରକୁ କେହି ଯାଇ ନ ଥିଲେ। ଏହାର ସୁଯୋଗ ନେଇ ହତ୍ୟାକାରୀ ଏଭଳି କାଣ୍ଡ ଭିଆଇଛନ୍ତି। ରାତି ୧୨ଟାରେ ଭୋଜିରେ ବ୍ୟବହୃତ ହଣ୍ଡା ସଫା କରିବାକୁ କୋଠଘର ନିକଟରେ ଥିବା ପୋଖରୀକୁ ଯାଇଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଠୁ ପ୍ରଚାର ଆରମ୍ଭ କରିବେ ନବୀନ, ଏଥର ଯୋଡ଼ି ଶଙ୍ଖ ପ୍ରଚାର

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri