ନିମାପଡ଼ା-କୋଣାର୍କ ରୁଟ୍‌ରେ ‘ମୋ ବସ୍‌’କୁ ବିରୋଧ

ନିମାପଡ଼ା,୨୦।୯(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ଦୈନିକ ନିମାପଡ଼ା-କୋଣାର୍କ ରୁଟ୍‌ରେ ୮ଟି ମୋ ବସ୍‌ ଚଳାଚଳ କରୁଛି। ହେଲେ ଉକ୍ତ ରାସ୍ତାରେ ମୋ ବସ୍‌ଗୁଡ଼ିକର ରୋଡ୍‌ ପରମିଟ୍‌ ନ ଥାଇ ଓ ସମୟ ନ ମାନି ମନମୁଖି ଭାବେ ଯାତାୟାତ କରୁଥିବା ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ମନଇଚ୍ଛା ମୋ ବସ୍‌ଗୁଡ଼ିକ ନିମାପଡ଼ା-କୋଣାର୍କ ରୁଟ୍‌ରେ ଚଳାଚଳ କରୁଥିବାରୁ ନିମାପଡ଼ା ଅଞ୍ଚଳର ପ୍ରାୟ ୫୦ଟି ଘରୋଇ ବସ୍‌ର ମାଲିକମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବସ୍‌ଗୁଡ଼ିକର ସମୟ ସାରଣୀକୁ କେନ୍ଦ୍ରକରି ମୋ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଛି। କରୋନା ଯୋଗୁ ଗତ ୨ବର୍ଷ ହେଲା ଘରୋଇ ବସ୍‌ର ମାଲିକମାନେ ଦେବାଳିଆ ହୋଇପଡ଼ିଥିବାରୁ ବସ୍‌ର ଟିକସ ପୈଠ କରିବା ଓ କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ହୋଇପଡ଼ିଛନ୍ତି। ଏ ଅଞ୍ଚଳର ଯାତ୍ରୀମାନଙ୍କର ଗମନାଗମନ ସୁବିଧା ଦୃଷ୍ଟିରୁ ସରକାର ମୋ ବସ୍‌ ସେବା ଯୋଗାଇ ଦେଇଥିବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ରୋଡ୍‌ ପର୍‌ମିଟ ନ ଥିବା ଓ ନିର୍ଦ୍ଧାରିତ ସମୟ ସାରଣୀକୁ ନ ମାନି ମନଇଚ୍ଛା ମୋ ବସ୍‌ରେ ଯାତ୍ରୀ ପରିବହନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ନିମାପଡ଼ାର ଘରୋଇ ବସ୍‌ ମାଲିକ ସନ୍ତୋଷ କୁମାର ସେନାପତି, ସନ୍ଦୀପ କୁମାର ସ୍ବାଇଁ, ପ୍ରକାଶ ଚନ୍ଦ୍ର ମହାନ୍ତି, ବିଜୟ ମିଶ୍ର ପ୍ରମୁଖ କହିଛନ୍ତି। ବିନା ପର୍‌ମିଟରେ ଭୁବନେଶ୍ୱରରୁ ନିମାପଡ଼ା, କୋଣାର୍କ ରୁଟ୍‌ରେ ମୋ ବସ ଚଳାଚଳକୁ ତୁରନ୍ତ ବନ୍ଦ କରାଯିବାକୁ ଉପରୋକ୍ତ ଘରୋଇ ବସ୍‌ ମାଲିକମାନେ ରାଜ୍ୟ ପରିବହନ ମନ୍ତ୍ରୀ, ସଚିବଙ୍କ ନିକଟରେ ଦାବି କରିଛନ୍ତି। ମୋ ବସ୍‌ ଚଳାଚଳର ଏଭଳି ବେପରୁଆ କାର୍ଯ୍ୟ ସମ୍ପର୍କରେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ରାଜ୍ୟ ପରିବହନ କମିଶନର, ସଚିବ, ପୁରୀ ଜିଲାପାଳ, କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି।
ମୋ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ ମାଲିକଙ୍କ ବିବାଦ ସମ୍ପର୍କରେ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଓ ନିମାପଡ଼ା ଥାନାରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ ପ୍ରଶାସନିକ ହେୟ ମନୋଭାବ ଯୋଗୁ ବିବାଦର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପ୍ରଶାସନ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ଓ ବିନା ପରମିଟ୍‌ରେ ନିମାପଡ଼ା- କୋଣାର୍କ ରୁଟ୍‌ରେ ଆସୁଥିତ୍ବା ମୋ ବସ୍‌ଗୁଡ଼ିକୁ ବନ୍ଦ କରିବାକୁ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ସଭାପତି ବିଚିତ୍ରାନନ୍ଦ ଖଟୋଇ, ସମ୍ପାଦକ ସୁନୀଲ ପରିଜା, ଷ୍ଟାଣ୍ଡ ସମ୍ପାଦକ ସରୋଜ ସାହୁ, ଉପଦେଷ୍ଟା ଅଜୟ ମିଶ୍ର, ସନ୍ତୋଷ ସେନାପତି ପ୍ରମୁଖ ଦାବି କରିଛନ୍ତି। ଯଦି ଆସନ୍ତା ୩ ଦିନ ମଧ୍ୟରେ ପ୍ରଶାସନ ଓ ପରିବହନ ବିଭାଗ ଏ ଦିଗରେ ଦୃଷ୍ଟି ନ ଦିଅନ୍ତି, ତେବେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୪ତାରିଖରେ ନିମାପଡ଼ା ବସ୍‌ଷ୍ଟାଣ୍ଡ ସମ୍ମୁଖରେ ରାସ୍ତାରୋକୋ କରାଯିବ ବୋଲି ବସ୍‌ ମାଲିକ ସଂଘ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱରର ମୋ ବସ୍‌ ସେବାର ଅପରେଶନ ମ୍ୟାନେଜର ଭବାନୀଶଙ୍କର ମହାରଣା କହିଛନ୍ତି, ନିମାପଡ଼ା- କୋଣାର୍କ ରୋଡ୍‌ ପରମିଟ ମୋ ବସ୍‌ ପାଇଁ ରହିଛି। ଯେଉଁ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ସହ ମୋ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଥିତ୍ବା ବିବାଦ ସମ୍ପର୍କରେ କ୍ରୁଟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?