ଦଇବ ଦାଉ ସାଧିଛି: ବଞ୍ଚିବାକୁ ବୈକୁଣ୍ଠଙ୍କ ସଂଘର୍ଷ

କାମାକ୍ଷାନଗର, ୨୦।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୪ନଂ. ଓ୍ବାର୍ଡର ପ୍ରଦୀପ ବିଶ୍ୱାଳ ଏବଂ ସାବିତ୍ରୀ ବିଶ୍ୱାଳଙ୍କ ଜୀବନରେ ଘୋଟି ଆସିଥିଲା ଅନ୍ଧକାର। ୧୫ ବର୍ଷୀୟ ସାନପୁଅ ବୈକୁଣ୍ଠ ଛାତ ଉପରେ ଖେଳୁଥିବାବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲେ। ଦୀର୍ଘ ୮ ମାସର ଚିକିତ୍ସା ମଧ୍ୟରେ ବୈକୁଣ୍ଠ ହରାଇଛନ୍ତି ଦୁଇ ହାତ ଏବଂ ଡାହାଣ ଗୋଡ଼। ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏକାଧିକ ଛେଟବଡ଼ ଅସ୍ତ୍ରୋପଚାର ହୋଇସାରିଲାଣି। ଚିକିତ୍ସାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ, ଯାହାକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ସ୍ବଳ୍ପ ବେତନଭୋଗୀ ବାପା ପ୍ରଦୀପ। ବିଦ୍ୟୁତ୍‌ ଆଘାତରେ ପୁଅ ପଙ୍ଗୁ ହୋଇଯିବା କଷ୍ଟଠାରୁ ଅର୍ଥାଭାବ ଯୋଗୁ ଠିକ୍‌ ଭାବେ ଚିକିତ୍ସା କରାଇ ନ ପାରିବା ଦୁଃଖ ତାଙ୍କୁ ପ୍ରତି ମୁହୂର୍ତ୍ତରେ କୋରିଖାଉଛି। ସରକାରୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ବିନା ପୁଅ ଭଲ ହୋଇପାରିବ ନାହିଁ ବୋଲି ପ୍ରଦୀପ କହିଛନ୍ତି।
ଅଙ୍ଗେନିଭା ଘଟଣା ବଖାଣି ପ୍ରଦୀପ କୋହଭରା କଣ୍ଠରେ କହିଛନ୍ତି, ବିଦ୍ୟୁତ୍‌ ଆଘାତରେ ଛାତରେ ପଡ଼ି ଛଟପଟ ହେଉଥିବାବେଳେ ବୈକୁଣ୍ଠକୁ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ପୁଅକୁ କଟକର ଏକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୭ଦିନରେ ପ୍ରାୟ ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାଖରେ ଅଧିକ ଅର୍ଥ ନ ଥିବାରୁ ବାଧ୍ୟ ହୋଇ କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳକୁ ଶରୀରରେ ସଂକ୍ରମଣ ଆରମ୍ଭ ହୋଇସାରିଥିଲା। ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତରମାନେ ଦୁଇ ହାତ ଏବଂ ଡାହାଣ ଗୋଡ଼ କାଟିଦେଇଥିଲେ। ଏହା ପରେ ବୈକୁଣ୍ଠ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ଅପରେଶନ କରାଯାଇଥିଲା। ସେହିଦିନଠାରୁ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚଳିତ ମାସ ୮ ତାରିଖରେ ଅଧିକ ଚିକିତ୍ସା ଲାଗି ତାଙ୍କୁ ପୁଣି ଥରେ ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଶନ କରାଯାଇଛି। ହେଲେ ଜନସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ପ୍ରଦୀପଙ୍କ ପାଖରେ ଅର୍ଥ ନ ଥିବାରୁ ଆଶାଜନକ ଚିକିତ୍ସା ହୋଇପାରୁନାହିଁ। ପୁଅ ବୈକୁଣ୍ଠଙ୍କ ଜୀବନ ବଞ୍ଚାଇବା ଲାଗି ମୋବାଇଲ୍‌ ନଂ. ୯୫୫୬୬୩୧୦୯୯ରେ ଯୋଗାଯୋଗ କରି ସହାୟତା ପ୍ରଦାନ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା ପରେ ବୈକୁଣ୍ଠଙ୍କ ପାଠପଢ଼ାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ଚଳିତ ବର୍ଷ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥାଆନ୍ତେ। ହେଲେ ବିଦ୍ୟୁତ୍‌ ଦୁର୍ଘଟଣା ତାଙ୍କର ସବୁ ସ୍ବପ୍ନ ଛଡ଼ାଇ ନେଇଛି।
ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତି, ଏହା ଏକ ଦୁଃଖଦ ଘଟଣା। ସମ୍ପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ସେ ଅବଗତ ନ ଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ନାବାଳକଙ୍କ ବାପା ୪ର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବାରୁ ସରକାରୀ ନିୟମ ଅନୁଯାୟୀ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ରୁ କୌଣସି ସହାୟତା ମିଳିପାରିବ ନାହିଁ। ଏଭଳି ଦୁଃଖଦ ସମୟରେ ସମ୍ପୃକ୍ତ ପରିବାରକୁ ସମସ୍ତେ ସହାୟତାର ହାତ ବଢ଼ାଇବା ସହ ବ୍ୟକ୍ତିଗତ ଭାବେ ସହଯୋଗ କରିବେ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri