ହଜିବାକୁ ବସିଲାଣି ଭାଗବତ ଟୁଙ୍ଗି

ବେଗୁନିଆ,୨୦।୯(ଡି.ଏନ୍‌.ଏ.): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଶ୍ରୀମଦ୍‌ ଭାଗବତ ଦେବଙ୍କ ଜନ୍ମ। ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍‌ ଭାଗବତ। ତାଳପତ୍ର ପୋଥିରେ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥାବଳୀକୁ ପୂଜାର୍ଚ୍ଚନା ଓ ପାଠ କରାଯାଉଥିଲା। ସଞ୍ଜ ନଇଁଲେ ଗାଁ ଗହଳିରେ ରହିଥିବା ଭାଗବତ ଟୁଙ୍ଗିରେ ଭାଗବତର ପ୍ରଥମ ଛନ୍ଦ ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ’ ପଦ ଗୁଞ୍ଜରିତ ହେଉଥିଲା। ଶ୍ରଦ୍ଧାଳୁମାନେ ଏକାଠି ହେବା ସହ ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ବାନ୍ଧି ରଖୁଥିଲେ। ଏଥିସହ ଭାଗବତ ପଦ ଶୁଣି ଶ୍ରଦ୍ଧାଳୁମାନେ କ୍ଳାନ୍ତ ଦୂର କରୁଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ଗାଁ  ଗହଳିରେ ରହିଥିବା ଏହି ଭାଗବତ ଟୁଙ୍ଗି ହଜିବାକୁ ବସିଲାଣି। ଅନ୍ୟପଟେ ସରକାରଙ୍କ ପୁନରୁଦ୍ଧାର ଯୋଜନା ବାଟବଣା ଯୋଗୁ ଏହି ଟୁଙ୍ଗି ସତ୍ତା ହରାଇବାକୁ ବସିଛି।
ପ୍ରକାଶ ଯେ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରତି ଭାଗବତ ଟୁଙ୍ଗିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ଓଡ଼ିଆ ଭାଗବତ ବହି ଯୋଗାଇ ଦିଆଯିବ। ଅନ୍ୟାନ୍ୟ ଆନଷଙ୍ଗିକ ସହ ମାଇକ୍‌ ସେଟ୍‌ କିଣାଯିବ। ଏଥିସହ ନିର୍ଦ୍ଦେଶାବଳୀ ଲାଗୁ କରାଯାଇଥିଲା। ଏହାର ଦାୟିତ୍ୱ ଜିଲା ସଂସ୍କତି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା ୧୬୨ଟି ଟୁଙ୍ଗି ମଧ୍ୟରୁ ୧୧୪ଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ଶ୍ରଦ୍ଧାଳୁମାନେ ଆବେଦନ କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ପରେ ୬ଟି ଟୁଙ୍ଗି ଚୟନ କରାଯାଇଥିଲା। ଟୁଙ୍ଗିର ସଭାପତି, ସମ୍ପାଦକ ଚୟନ କରାଯାଇ ବିଡିଓଙ୍କ ସହିତ ମିଳିତ ବ୍ୟାଙ୍କ ପାସ୍‌ବୁକ ଖୋଲିବାରେ ବହୁ ବିଳମ୍ବ ହୋଇଥିଲା। ପରେ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୬ରେ ୬ଟି, ୨୦୧୭ରେ ୭ଟି ଏବଂ ୨୦୧୮ରେ ୧୦ଟି ଟୁଙ୍ଗିକୁ ସହାୟତା ଦାନ କରାଯାଇଥିଲା। ଏହା ପରେ ସରକାରଙ୍କ ଏହି ଯୋଜନା ଫାଇଲରେ ଡୋରି ବନ୍ଧା ହୋଇଛି। ଜିଲା ସଂସ୍କୃତି ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରହିଥିଲେ ମଧ୍ୟ ଏହି ଯୋଜନା ବାଟବଣା ହୋଇପଡ଼ିିଛି। ସରକାରଙ୍କ ଏହି ମହତ ଆଭିମୁଖ୍ୟକୁ ଅଣଦେଖା କରାଯାଉଛି ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ପଣ୍ଡିତ ଅଖିଳେଶ ପ୍ରସାଦ ପଣ୍ଡା କହିଛନ୍ତି, ହିନ୍ଦୁ ଧର୍ମରେ ଭାଗବତ ପାଠର ଗୁରୁତ୍ୱ ରହିଛି। ଗାଁ ଗହଳିରେ ଭାଗବତ ଟୁଙ୍ଗି ସତ୍ତା ହରାଇ ବସିଛି। ଏହାର ପନରୁଦ୍ଧାର ଯୋଜନା ସ୍ବାଗତ ଯୋଗ୍ୟ। ଉଚିତ୍‌ ମାର୍ଗରେ କାର୍ଯ୍ୟକାରୀ କରାଯାଉ। ଅନ୍ୟପକ୍ଷେ ଏନେଇ ବିଡିଓ ରଶ୍ମିରେଖା ଦାସ କହିଛନ୍ତି, କରୋନା ପାଇଁ ଏହି ଯୋଜନା କାର୍ଯ୍ୟ ବନ୍ଦ ରହିଥିଲା। ଆବେଦନ କରିଥିବା ଟୁଙ୍ଗିର ସ୍ଥିତି ଅନୁଧ୍ୟାନ କରାଯାଇ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri